ETV Bharat / state

ମାର୍ଚ୍ଚ 5ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଚଣ୍ଡିଖୋଲରେ ରହିଛି କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Feb 29, 2024, 12:00 PM IST

Updated : Feb 29, 2024, 12:46 PM IST

PM Modi Visit Odisha: ମାର୍ଚ୍ଚ 5 ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସୂଚନା ଦେଲେ ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି । ଅଧିକ ପଢନ୍ତୁ

Modi Visit Odisha
Modi Visit Odisha

Modi Visit Odisha

ଭୁବନେଶ୍ୱର: ପୁଣି ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍ଚ୍ଚ 5 ତାରିଖରେ ମୋଦି ଓଡିଶା ଆସିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି । ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ସାମିଲ ହେବେ ଓ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ସ୍ପଷ୍ଟ ସୂଚନା ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ ବୋଲି କହିଛନ୍ତି ଲତା ଉସେଣ୍ଡି । ଚଳିତ ବର୍ଷ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ଓଡିଶା ଗସ୍ତ ହେବ ।

ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ''ଆମ ପାଇଁ ସୌଭାଗ୍ୟର କଥା ଆସନ୍ତା ମାର୍ଚ୍ଚ 5 ତାରିଖରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ରହିଛି । ଜନସାଧାରଣଙ୍କ ବିକାଶକୁ ଦୃଷ୍ଟିରେ ରଖି ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନାହିଁ । ''

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରରେ ମୋଦିଙ୍କ ବିଶାଳ ସମାବେଶ, 18 ପ୍ରକଳ୍ପର ଉଦଘାଟନ ସହ କଳେ ଶିଳାନ୍ୟାସ

ସୂଚନା ଥାଉକି, ଗତ ଫେବୃଆରୀ 3 ତାରିଖରେ ସମ୍ବଲପୁର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ପ୍ରଥମେ 400 କୋଟିର ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ ଓ ବିଧାୟକ ସାମିଲ ହୋଇଥିଲେ । 412 କିଲୋମିଟର ବିଶିଷ୍ଟ ଧାମରା-ଅନୁଗୋଳ ପାଇପଲାଇନ ସେକ୍ସନକୁ ଉଦଘାଟନ କରିଥିଲେ ମୋଦି । ସେହିପରି ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପ ଲାଇନର 692 କିଲୋମିଟର ବିଶିଷ୍ଟ ନାଗପୁର ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନର ଶିଳାନ୍ୟାସ କରିଥିଲେ । 28 ହଜାର 980 କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ । 2110 କୋଟି ଟଙ୍କାର 3 ଏନଏଚ ପ୍ରକଳ୍ପ ମଧ୍ୟ ଓଡିଶାବାସୀଙ୍କୁ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-କଂଗ୍ରେସ ଗରିବୀ ଓଡିଶା ପ୍ରଚାର କରୁଥିଲା, ବିଜେପି ସମୃଦ୍ଧ ଓଡିଶାକୁ ବିଶ୍ବସ୍ତରରେ ପହଞ୍ଚାଇଛି: ପ୍ରଧାନମନ୍ତ୍ରୀ

ଫେବୃଆରୀ 28 ତାରିଖରେ ମୋଦି ଓଡିଶା ଆସିପାରନ୍ତି ବୋଲି କୁହାଯାଉଥିଲା । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଯାଜପୁର ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବେ ବୋଲି ପୂର୍ବରୁ କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 29, 2024, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.