ETV Bharat / state

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା କନେକ୍ସନ,ଓଡିଆ ଅସ୍ମିତାରୁ ସରକାର ଗଠନ, ଜନ୍ମଦିନରେ 'ସୁଭଦ୍ରା' ଭେଟି - PM Modi odisha connection

author img

By ETV Bharat Odisha Team

Published : Sep 16, 2024, 1:24 PM IST

Updated : Sep 17, 2024, 1:33 PM IST

PM Modi's Odisha Connection: ଓଡିଶାରେ ବିଜେପି ସରକାର ଗଠନ ପରେ ପ୍ରଥମ ଥର ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି । ନିଜ ଜନ୍ମଦିନରେ ଓଡ଼ିଶା ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ । କଣ ରହିଛି ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କ ? ଆସନ୍ତୁ ଜାଣିବା

ପ୍ରଧାନମନ୍ତ୍ରୀ ମୋଦିଙ୍କର ଓଡିଶା କନେକ୍ସନ, ଓଡିଆ ଅସ୍ମିତା ନାରାଠାରୁ ନିର୍ବାଚନରେ ଐତିହାସିକ ବିଜୟ ପର୍ଯ୍ୟନ୍ତ
ପ୍ରଧାନମନ୍ତ୍ରୀ ମୋଦିଙ୍କର ଓଡିଶା କନେକ୍ସନ, ଓଡିଆ ଅସ୍ମିତା ନାରାଠାରୁ ନିର୍ବାଚନରେ ଐତିହାସିକ ବିଜୟ ପର୍ଯ୍ୟନ୍ତ (ETV Bharat Odisha)

ହାଇଦ୍ରାବାଦ: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ‘ଭାରତୀୟ ଜନତା ପାର୍ଟି’ କ୍ରମାଗତ କ୍ଷମତାର ତୃତୀୟ ପାଳି ସହ ରାଜ୍ୟରେ ମଧ୍ୟ ଚଳିତ ନିର୍ବାଚନ ପରେ ଆରମ୍ଭ ହୋଇଛି ଗେରୁଆ ଶାସନ । ପ୍ରତିଷ୍ଠା ପରଠାରୁ ଦୀର୍ଘ 24 ବର୍ଷ ଧରି କ୍ଷମତା ଦଖଲ କରିଆସୁଥିବା ନବୀନ ପଟ୍ଟନାୟକଙ୍କ ‘ବିଜୁ ଜନତା ଦଳ’ ଏଥର ଧରାଶାୟୀ ହୋଇଛି । ବିଜେପି ଶାସିତ ରାଜ୍ୟ ତାଲିକାରେ ଯୋଡି ହୋଇଛି ଓଡିଶାର ନାମ । ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବା ପରେ ପ୍ରଥମ ଥର ନିଜ ଜନ୍ମଦିନ ସେପ୍ଟେମ୍ବର ୧୭ (ମଙ୍ଗଳବାର) ଓଡିଶା ଆସୁଛନ୍ତି ନରେନ୍ଦ୍ର ମୋଦି ।

Subhadra Scheme
Subhadra Scheme (ETV Bharat Odisha)

ଓଡ଼ିଶାକୁ ‘ସୁଭଦ୍ରା’ ଭେଟି :

ସେପ୍ଟେମ୍ବର ୧୭ ଓଡ଼ିଶା ପାଇଁ ଏକ ବଡ଼ ଦିନ । ବିଜେପି ନିର୍ବାଚନୀ ଇସ୍ତାହାର ଅନୁସାରେ, ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ପ୍ରାୟ 3,800 କୋଟି ମୂଲ୍ୟର ଏକାଧିକ ଭିତ୍ତଭୂମି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଓଡିଶା କେବେ ଆସିଛନ୍ତି, ନିର୍ବାଚନ ସମୟରେ କ’ଣ ନାରା ଓ ପ୍ରତିଶ୍ରୁତି ଦେଇଥିଲେ, ରାଜ୍ୟରେ କ୍ଷମତା ପରିବର୍ତ୍ତନରେ କେତେ ପ୍ରଭାବୀ ଥିଲା ମୋଦିଙ୍କ ଭୂମକା. ସେ ସମ୍ପର୍କରେ ଜାଣନ୍ତୁ ।

ଓଡିଶାର ବିଜେପି ସରାକରର ଶପଥ ଗ୍ରହଣ ସମାରୋହ
ଓଡିଶାର ବିଜେପି ସରାକରର ଶପଥ ଗ୍ରହଣ ସମାରୋହ (ETV Bharat Odisha)
  • ୨୦୨୪ ନିର୍ବାଚନରେ ଗେମ ଚେଞ୍ଜର ମୋଦି :

ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ‘ବିଜେପି’ ପାଇଁ ମଙ୍ଗ ଧରିଥିଲେ ଦଳର ଲୋକପ୍ରିୟ ତଥା ଶୀର୍ଷ ନେତା ନରେନ୍ଦ୍ର ମୋଦି । ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ଆଗୁଆ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ଏକାଧିକ ସମ୍ବେଦନଶୀଳ ଓ ଓଡିଆଙ୍କ ଭାବାବେଗ ସହ ଜଡିତ ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରି ମୈଦାନକୁ ଓହ୍ଲାଇଥିଲା ଦଳ ।ରାଜ୍ୟର ଏକାଧିକ ସ୍ଥାନରେ ମାରାଥନ ନିର୍ବାଚନୀ ସଭା କରି କ୍ଷମତାରେ ଥିବା ବିଜେଡି, ସିଧାସଳଖ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ଏକାନ୍ତ ଅନୁଗତ ତଥା ପ୍ରଭାବଶାଳୀ ଭି.କେ ପାଣ୍ଡିଆନଙ୍କ ବିରୋଧରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ପ୍ରଧାନମନ୍ତ୍ରୀ
ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ପ୍ରଧାନମନ୍ତ୍ରୀ (ETV Bharat Odisha)
  • ମୋଦିଙ୍କଠାରୁ ଆରମ୍ଭ ହୋଇଥିଲା ‘ଓଡିଆ ଅସ୍ମିତା’ ପ୍ରସଙ୍ଗ:-

ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ହିଁ ଆରମ୍ଭ ହୋଇଥିଲା ‘ଓଡିଆ ଅସ୍ମିତା’ ପ୍ରସଙ୍ଗ । କିଛି ଦିନ ପୂର୍ବରୁ ଏହି ଶବ୍ଦଟି ରାଜ୍ୟବାସୀଙ୍କ ପାଇଁ ପ୍ରାୟତଃ ଅବ୍ୟବହୃତ ଥିବାବେଳେ ହଠାତ ନିର୍ବାଚନର ଏକ ବଳିଷ୍ଠ ଗୋଟିରେ ପରିଣତ ହୋଇଥିଲା । ଓଡିଆ ଗରିମା ଓ ସ୍ବାଭିମାନକୁ ଦର୍ଶାଉଥିବା ଏହି ଶବ୍ଦକୁ ବିଜେଡି ବିରୋଧରେ ବିଜେପି କରିଥିଲା ନିର୍ବାଚନୀ ଅସ୍ତ୍ର । ଭି.କେ ପାଣ୍ଡିଆନ ଓ ତାଙ୍କ ଗୋଷ୍ଠୀ ନବୀନଙ୍କୁ ଆୟତ୍ତ କରି ଓଡିଶାର ଶାସନ କ୍ଷମତା ଉପଭୋଗ କରୁଛି । ନବୀନଙ୍କ ଦୁର୍ବଳ ସ୍ବାସ୍ଥ୍ୟାବସ୍ଥା ପଛରେ ମଧ୍ୟ ଷଡଯନ୍ତ୍ର ରହିଛି । ନବୀନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ବିଜେପି ସରକାର କମିଟି ଗଠନ କରିବ ବୋଲି ମୋଦି କହିଥିଲେ । ଏହି ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ହିଁ ପରବର୍ତ୍ତୀ ସମୟରେ ନିର୍ବାଚନୀ ଗେମଚେଞ୍ଜର ସାବ୍ୟସ୍ତ ହୋଇଥିଲା ।

ପୁରୀ ବଡଦାଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ’
ପୁରୀ ବଡଦାଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ’ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ମୋଦିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା, ଜନତା ମଇଦାନକୁ ଜଗିବେ ଲେଡି ଅଫିସର - Security Arrangement for Modi Visit

ଏହା ମଧ୍ୟ ପଢନ୍ତୁ:- ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ମୃତ ଅଧିକାରୀଙ୍କୁ ଦାୟିତ୍ବ, ମୋହନ ସରକାରକୁ ଘେରିଲେ ବିରୋଧୀ - Dead official on PM visit duty

ଏହା ମଧ୍ୟ ପଢନ୍ତୁ:- ଗଡିଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 6ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - NEW VANDE BHARAT EXPRESS

  • ମୋଦିଙ୍କ ମାରଥାନ ପ୍ରଚାର ଓ ରୋଡ ଶୋ’

ଗତ ନିର୍ବାଚନରେ ରାଜଧାନୀ ଭୁବନେଶ୍ବର ଓ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ରୋଡ ଶୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଓଡିଆ ଅସ୍ମିତା, ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ନବୀନ ପଟ୍ଟନାୟକ ଶାସନରେ ଓଡିଶାର ଗରିବୀ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ଭୀଷଣ ବର୍ଷିଥିଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଖୋଲା ମଞ୍ଚରେ ରାଜ୍ୟରେ ବିଜେପି ସରକାର ନିର୍ବାଚନ ତାରିଖ ଘୋଷଣା କରିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିବା ସହ ବିଜେପି କ୍ୟାମ୍ପରେ କ୍ଷମତା ଦଖଲର ଆଶା ସଞ୍ଚାର କରିଥିଲା । ଜୁନ 15ରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋଦି ସିଧାସଳଖ ବିଜେଡିର ଦୀର୍ଘ ଦଶନ୍ଧି ଶାସନ ଓ ଓଡିଶାର ଗରିବି କଥା ଉଠାଇଥିଲେ । ବିଜେଡିର ଛୋଟ ଛୋଟ ନେତା କୋଟିପତି ହୋଇସାରିଛନ୍ତି । ଏହା ଦୁର୍ନୀତିର ଆଭାସ ଦେଉଛି ଓ ହିଁ ରାଜ୍ୟର ପ୍ରଗତିରେ ବାଧା ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’
ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ (ETV Bharat Odisha)
  • ଓଡିଶାକୁ ମୋଦିଙ୍କ ପ୍ୟାକେଜ:-

ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ମୋଦି ଓଡିଶା ଆସିଥିଲେ । ଚଳିତ ମାର୍ଚ୍ଚ 6 ତାରିଖରେ ଯାଜପୁରର ଚଣ୍ଡିଖୋଲରେ ଆୟୋଜିତ ସଭାରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ପ୍ରାୟ 19 ହଜାର କୋଟି ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ସହ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ଫେବୃଆରୀ 3 ତାରିଖରେ ସମ୍ବଲପୁରରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିଭୂମି ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ । ପରବର୍ତ୍ତୀ ସମୟରେ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ସମ୍ବଲପୁରୀ ଶାଢୀ ଓ ବୟନଶିଳ୍ପ କଥା ଉଲ୍ଲେଖ କରିଥିଲେ ।

  • ଚାଷୀଙ୍କ ୩୧୦୦ ଟଙ୍କାର ଧାନ ‘MSP’

ଏଥର ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ଓଡିଶାର ସମସ୍ତ ଭୋଟର ବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ । ଏହା ମଧ୍ୟରେ ଥିଲା କୃଷି ପ୍ରାଧାନ୍ୟ ଓଡିଶାର କୃଷକ ସମାଜ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ‘ଏମଏସପି’ 21ଶହ ଟଙ୍କାରୁ 31ଶହ ଟଙ୍କା କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି କ୍ଷେତ୍ରରେ ବିଜେପି ସରାକର ପ୍ରତିଶ୍ରୁତି ପୂରଣ କରିବ ବୋଲି କହି ପଡୋଶୀ ଛତିଶଗଡର ଉଦାହରଣ ଦେଇଥିଲେ ପ୍ରଧାନମନ୍ତ୍ରୀ ।

  • ଗେମଚେଞ୍ଜର ‘ସୁଭଦ୍ରା’ :-

ନବୀନ ଶାସନରେ କାର୍ଯ୍ୟକାରୀ ହୋଇଥିବା ‘ମିଶନ ଶକ୍ତି’ ଯୋଜନା ମାଧ୍ୟମରେ ସୃଷ୍ଟି ହୋଇଥିବା ମହିଳା ଭୋଟ ବ୍ୟାଙ୍କକୁ କାଉଣ୍ଟର କରିବା ପାଇଁ ବିଜେପିର ସବୁଠୁ ବଡ ଘୋଷଣା ଥିଲା ସୁଭଦ୍ରା ଯୋଜନା । ପ୍ରତ୍ୟେକ ମହିଳା ଓ ଯୁବତୀଙ୍କୁ 50 ହଜାର ଟଙ୍କାର ଭାଉଚର ଦେବାକୁ ବିଜେପି ସରକାର ଘୋଷଣା କରିଥିଲା । ସେହିପରି ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା’ରେ ଘର ଉପରେ ସୌର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିବାକୁ ବିଜେପି ସରକାର ଗଠନ କଲେ 75 ହଜାର ଟଙ୍କା ସହାୟତା ଦେବ ବୋଲି ମଧ୍ୟ ଘୋଷଣା କରିଥିଲେ । ଯାହା ରାଜ୍ୟରେ ଜିରୋ ଇଲେକ୍ଟ୍ରିସିଟି ବିଲ୍‌ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

  • ରତ୍ନଭଣ୍ଡାର ପ୍ରସଙ୍ଗ:-

ଢେଙ୍କାନାଳରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡିଆଙ୍କ ଭାବାବେଗର ପ୍ରାଣକେନ୍ଦ୍ର ଶ୍ରୀମନ୍ଦିର, ରତ୍ନଭଣ୍ଡାର ଚାବି ହଜିବା, ଚାରିଦ୍ବାର ଖୋଲି ଦର୍ଶନ ବ୍ୟବସ୍ଥା ମୁକ୍ତ କରିବା ଆଦି ପ୍ରସଙ୍ଗ ଉଠାଇଥିଲେ । ଶ୍ରୀମନ୍ଦିରରେ ପ୍ରସଙ୍ଗରେ ଅବହେଳା କଥା ଉଠାଇ ବିଜେଡି ଉପରେ ବର୍ଷିଥିଲେ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି କେମିତି ହଜିଲା ? ଯେଉଁ ସରକାର ଚାବି ସୁରକ୍ଷିତ କରିପାରିଲା ନାହିଁ, ସେ କ’ଣ ରାଜ୍ୟରେ ଶାସନ କେମିତି ସୁରକ୍ଷିତ ରଖିବ ବୋଲି ପ୍ରଶ୍ନ କରିବା ସହ ବିଜେପି କ୍ଷମତାକୁ ଆସିଲେ, ରତ୍ନଭଣ୍ଡାର ଖୋଲିବା ସହ ଚାରିଦ୍ବାର ଖୋଲିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ।

ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣାସ୍ଥଳରେ ମୋଦି
ବାଲେଶ୍ବର ବାହାନଗାରେ ରେଳ ଦୁର୍ଘଟଣାସ୍ଥଳରେ ମୋଦି (ETV BharatOdisha)
  • ବାହାନଗା ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମୋଦି:-

ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପରେ ସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିଛନ୍ତି । ଗତବର୍ଷ ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜେ ଘଟଣାସ୍ଥଳ ପରିଦର୍ଶନରେ ଆସିଥିଲେ । ଦୁର୍ଘଟଣାର ପରଦିନ ବାଲେଶ୍ବରରେ ପହଞ୍ଚିଥିଲେ ମୋଦି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଉଦ୍ଧାର ଓ ରିଲିଫ କାମର ତଦାରଖ କରିବା ସହ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଥିଲେ ।

ଅମ୍ଫାନ ବେଳେ ଆସିଥିଲେ ମୋଦି:-

2020ରେ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ବେଳେ ବିଶେଷ ଭାବେ ଦୁଇ ପୂର୍ବ-ଭାରତୀୟ ରାଜ୍ୟ ଓଡିଶା ଓ ପଶ୍ଚିମବଙ୍ଗ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଉଭୟ ରାଜ୍ୟ ଗସ୍ତ କରି ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍‌ ସ୍ଥିତିର ସମୀକ୍ଷା କରିଥିଲେ । ଆକାଶମାର୍ଗରୁ ବାତ୍ୟା ସ୍ଥିତି ଦେଖିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉକ୍ତ ବୈଠକରେ ଉପସ୍ଥିତ ଥିଲେ ।

ମୋଦି ପୁରୀରୁ ଲଢିବା ଚର୍ଚ୍ଚା :-

2014 ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପୂର୍ବରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ନରେନ୍ଦ୍ର ମୋଦି । ପରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ଓ ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ରାଜଧାନୀ ବାରାଣସୀରୁ ପ୍ରଥମ ଥର ସଂସଦୀୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ବିପୁଳ ଭୋଟରେ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ଭାରତୀୟ ଜନତା ପାର୍ଟି ତାଙ୍କ ନେତୃତ୍ବରେ ପ୍ରଥମ ଥର ଏକକ ବହୁମତ ସହ କେନ୍ଦ୍ରେ ସରକାର ଗଠନ କରିଥିଲା । ଏହାର ପର ନିର୍ବାଚନ ତଥା 2019ରେ ମୋଦି ପୁରୀରୁ ନିର୍ବାଚନ ଲଢିବା ଚର୍ଚ୍ଚା ହୋଇଥିଲା । ବାରାଣସୀ ପରେ ସମଗ୍ର ହିନ୍ଦୁ ଆସ୍ଥାର ଅନ୍ୟତମ କେନ୍ଦ୍ରସ୍ଥଳୀ ପୁରୀରୁ 2019 ନିର୍ବାଚନରେ ମୋଦିଙ୍କୁ ଲଢାଯିବାକୁ ବିଜେପି ଚିନ୍ତା କରୁଥିବା ଗଣମାଧ୍ୟମ ଓ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା । ହେଲେ ପୁରୀରୁ ‘ବିଜେପି’ ଦଳର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 17, 2024, 1:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.