ETV Bharat / state

ଗଡିଲା ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 6ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - NEW VANDE BHARAT EXPRESS

author img

By ETV Bharat Odisha Team

Published : Sep 15, 2024, 11:45 AM IST

Updated : Sep 15, 2024, 2:26 PM IST

NEW VANDE BHARAT EXPRESS: ଗଡିଲା ଆଉ 6 ‘ବନ୍ଦେ ଭାରତ’ ଏକ୍ସପ୍ରେସ । ଟାଟାନଗରରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ବ୍ରହ୍ମପୁର ଷ୍ଟେସନରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ରାଉରକେଲାରୁ ହାୱଡାକୁ ଗଡ଼ିଲା ବନ୍ଦେ ଭାରତ ଟ୍ରେନ । ଅଧିକ ପଢନ୍ତୁ

ଗଡିଲା 6ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଗଡିଲା 6ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)

ବ୍ରହ୍ମପୁର/ରାଉରକେଲା: ଭାରତୀୟ ରେଳସେବାରେ ଯୋଡି ହେଲା ଆଉ 6ଟି ଅତ୍ୟାଧୁନିକ ସେମି-ସ୍ପିଡ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ’ । ଝାଡଖଣ୍ଡର ଟାଟାନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲ ମୋଡରେ ସବୁଜ ପତାକା ଦେଖାଇ ଏହି 6ଟି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରେ ଓଡିଶାର 3ଟି ଟ୍ରେନ ରହିଛି । ବ୍ରହ୍ମପୁର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସାମିଲ ହୋଇଛନ୍ତି । ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଆଜି ଶୁଭାରମ୍ଭ ହୋଇଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ’ ବ୍ରହ୍ମପୁର ଷ୍ଟେସନରୁ ଗଡିଛି । ଏହା ସହ ରାୟପୁର-ବିଶାଖାପାଟନମ ଓ ହାଓ୍ବଡା-ରାଉରକେଲା ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି । ଓଡିଶାରେ ପୂର୍ବରୁ 3ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଥିବା ବେଳେ ଆଜିକୁ ମିଶାଇ ଏହି ସଂଖ୍ୟା 6ରେ ପହଞ୍ଚିଛି ।

ବନ୍ଦେ ଭାରତ ଏକ୍ସପ୍ରେସ (ETV Bharat Odisha)
  • ବ୍ରହ୍ମପୁରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ:-

ଟାଟାନଗରରୁ ପ୍ରଧାନମନ୍ତ୍ରୀ ଏହାକୁ ଶୁଭାରମ୍ଭ କରିଥିବା ବେଳେ ବ୍ରହ୍ମପୁର ରେଳଷ୍ଟେସନରେ ଏହାକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନରେ ଆୟୋଜିତ ସମାରୋହରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକାଳ ସମୟରେ ସହରର ଗୋଷାଇଁ ନୂଆଗାଁ ସ୍ଥିତ କେ.ସି ହାଇସ୍କୁଲ ଖେଳପଡ଼ିଆରେ ହେଲିକପ୍ଟରରେ ଓହ୍ଲାଇବା ପରେ ବ୍ରହ୍ମପୁର ରେଳବାଇ ଷ୍ଟେସନର ଚାରି ନମ୍ବର ପ୍ଳାର୍ଟଫର୍ମରେ ଆୟୋଜିତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର‌ ଶୁଭାରମ୍ଭ ସମାରୋହରେ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିବା ବେଳେ ବ୍ରହ୍ମପୁର ଠାରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ପତକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ ।

ବ୍ରହ୍ମପୁରରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ
ବ୍ରହ୍ମପୁରରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ (ETV Bharat Odisha)
  • କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ବୃନ୍ଦ:-

ବ୍ରହ୍ମପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶନୀ,ରାଜ୍ୟ ସଡକ ଓ‌ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ୍, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ଆସିକା ବିଧାୟକ ସରୋଜ ପାଢ଼ୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର୍ ପରମେଶ୍ଵର ଫୁଙ୍କଲ, ଖୋର୍ଦ୍ଧାରୋଡ ସ୍ଥିତ ଡିଆର୍‌ଏମ୍ ଏଚ୍ଏସ୍ ବାଜୱା ପ୍ରମୁଖଙ୍କ ସମେତ ରେଳବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ :- 10ଟି ବନ୍ଦେ ଭାରତ ଭେଟି ଦେବେ ପ୍ରଧାନମନ୍ତ୍ରୀ: ଓଡିଶାକୁ ତିନି, ବ୍ରହ୍ମପୁରରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - New Vande Bharat

ଏହା ମଧ୍ୟ ପଢନ୍ତୁ :- ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ମୃତ ଅଧିକାରୀଙ୍କୁ ଦାୟିତ୍ବ, ମୋହନ ସରକାରକୁ ଘେରିଲେ ବିରୋଧୀ - Dead official on PM visit duty

ଏହା ମଧ୍ୟ ପଢନ୍ତୁ :- ୧୬ରେ ଦୌଡ଼ିବ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ; ଜାଣନ୍ତୁ ପୂରା ସୂଚୀ - First Vande Bharat Metro Train

  • ପ୍ରଥମ ଟ୍ରିପରେ ଯାତ୍ରା କଲେ ଛାତ୍ରଛାତ୍ରୀ (ETV Bharat Odisha)
  • ମୁଖ୍ୟମନ୍ତ୍ରୀ ହେବା ପରେ ମୋହନଙ୍କ ପ୍ରଥମ ବ୍ରହ୍ମପୁର ଗସ୍ତ:

ସେପଟେ ରାଜ୍ୟରେ ବିଜେପି ନେତୃତ୍ଵାଧୀନ ସରକାର ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ବ୍ରହ୍ମପୁର ଗ୍ରସ୍ତ ବେଶ ଉତ୍ସାହିତ ରହିଥିଲେ ଦଳୀୟ ନେତୃବୃନ୍ଦ । ଏହି କାର୍ଯ୍ୟକ୍ରମ ପାଇଁ ବ୍ରହ୍ମପୁର ସହରରେ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଜୟ ନାରାୟଣ ପଙ୍କଜ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଦାୟିତ୍ଵରେ ଥିବା ଡିଆଇଜି ଡ଼.ସାର୍ଥକ ଷଡଙ୍ଗୀଙ୍କ ନେତୃତ୍ୱରେ ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

ରାଉରକେଲାରୁ ହାୱଡାକୁ ଗଡ଼ିଲା ବନ୍ଦେ ଭାରତ:

ରାଉରକେଲାରୁ ହାୱଡାକୁ ଗଡ଼ିଲା ବନ୍ଦେ ଭାରତ ଟ୍ରେନ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ରାଉରକେଲାରୁ ପୁରୀକୁ କେବଳ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଥିବାବେଳେ ବର୍ତ୍ତମାନ ରାଉରକେଲାରୁ ହାୱଡା ଯାଏଁ ଗଡ଼ିବ ଏହି ବନ୍ଦେ ଭାରତ ଟ୍ରେନ । ରାଉରକେଲାବାସୀ ମାତ୍ର ଛଅ ଘଣ୍ଟାରେ ହାୱଡାରେ ପହଞ୍ଚିପାରିବେ । ଏହା ସକାଳ ୬ଟାରୁ ହାୱଡାରୁ ବାହାରି ଟାଟା ନଗର ଏବଂ ଚକ୍ରଦ୍ଧରପୁର ହୋଇ ରାଉରକେଲାରେ 11 ଟା 50ରେ ପହଞ୍ଚିବ ।ପରେ ରାଉରକେଲାରୁ ହାୱଡା ଅଭିମୁଖେ 1 ଟା 40 ବେଳକୁ ବାହାରି ରାତି 7ଟା 40 ମିନିଟରେ ପହଞ୍ଚିବ। । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କଂଫେରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ପ୍ରମୁଖ ଯୋଗ ଦେଇଥିଲେ ।

ବନ୍ଦେ ଭାରତ ଏକ୍ସପ୍ରେସ

ଇଟିଭି ଭାରତ, ବ୍ରହ୍ମପୁର/ରାଉରକେଲା

Last Updated : Sep 15, 2024, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.