ETV Bharat / state

ନବରଙ୍ଗପୁରରୁ ଝାଡଖଣ୍ଡ ପଳାଇଲା ଆବାସ ଟଙ୍କା ! ପ୍ରଶାସନ ନିକଟକୁ ଦୌଡି ଦୌଡି ନୟାନ୍ତ, ଋଣ ପରିଶୋଧ ପାଇଁ ଜମି ବନ୍ଧକ - PM Awas yojana money issue

author img

By ETV Bharat Odisha Team

Published : Aug 5, 2024, 12:56 PM IST

Updated : Aug 5, 2024, 1:47 PM IST

PM Awas yojana money transferred to another account: ନବରଙ୍ଗପୁରରୁ ଝାଡଖଣ୍ଡ ଚାଲିଗଲା ଆବାସ ଟଙ୍କା । ନବରଙ୍ଗପୁର ଜିଲ୍ଲା ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଗୁଡ଼ାରୁ ଘଟିଛି ଏହି ଘଟଣା । କନକ ବିଷୋୟୀଙ୍କୁ ଆବାସ ଯୋଜନାରେ ଓ୍ବାର୍କ ଅର୍ଡର ଆସିଥିବା ବେଳେ ଟଙ୍କା କିନ୍ତୁ ଆଉ ଜଣଙ୍କ ଆକାଉଣ୍ଟକୁ ଚାଲିଯାଇଛି । ୧୫ ମାସ ହେଲା ପ୍ରଶାସନ ନିକଟରେ ଟଙ୍କା ଫେରି ପାଇବା ପାଇଁ ଗୁହାରି କରିଆସୁଥିଲେ ମଧ୍ୟ ଏଯାଏ ହାତ ଖାଲି । ଅଧିକ ପଢନ୍ତୁ

PM Awas yojana money transfer to another account mistakenly
PM Awas yojana money transfer to another account mistakenly (ETV Bharat Odisha)

ନବରଙ୍ଗପୁର: ଝାଡଖଣ୍ଡ ଚାଲିଗଲା ଆବାସ ଟଙ୍କା । ଘର ତିଆରି କରି ମୁଣ୍ଡରେ ହାତ ଦେଲା ହିତାଧିକାରୀ । ଟଙ୍କା ପାଇବା ପାଇଁ ୧୫ ମାସ ଧରି ପ୍ରଶାସନ ନିକଟରେ ଗୁହାରି କରି କରି ନୟାନ୍ତ ହେଲାଣି ହିତାଧିକାରୀ । ନବରଙ୍ଗପୁର ଜିଲ୍ଲା ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଗୁଡ଼ାରୁ ଘଟିଛି ଏଭଳି ରୋଚକ ଘଟଣା । ଗତବର୍ଷ ଏପ୍ରିଲ ମାସ ୨୧ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ମୁଦୁଲିଗୁଡ଼ା ଗ୍ରାମର କନକ ବିଷୋୟୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ (Work Order) ଆସିଥିବା ବେଳେ ଟଙ୍କା ତାଙ୍କ ବ୍ୟାଙ୍କ ଖାତା ବଦଳରେ ଝାଡଖଣ୍ଡ ପଳାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଚିନ୍ତାରେ ହିତାଧିକାରୀ ।

ସୂଚନା ଅନୁଯାୟୀ, 2023 ମସିହା ଏପ୍ରିଲ ମାସ ୨୧ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଗୁଡ଼ା ଗ୍ରାମର ପଦ୍ମନ ବିଷୋୟୀଙ୍କ ସ୍ତ୍ରୀ କନକ ବିଷୋୟୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ(Work Order) ମିଳିଥିଲା । ନୂଆ ଘର ଖଣ୍ଡିଏ ତିଆରି କରିବେ ବୋଲି ଘରେ ଖୁସିର ଲହରୀ ଖେଳି ଭରିଯାଇଥିଲା । ନୂଆ ଆବାସ କରିବା ଲାଗି ପୁରୁଣା ଘରକୁ ଭାଙ୍ଗି ଦେଇଥିଲେ । ଘର ତୋଳିବାକୁ ଧାର ଉଧାର କରି ପଥର, ବାଲି, ଇଟା ଜମା କରିବା ସହ ନୂଆ ଘର କାମ ମଧ୍ୟ ଆରମ୍ଭ କରିଦେଇଥିଲେ । ହେଲେ ଏହି ଖୁସି କିନ୍ତୁ ବହୁତ ଦିନ ରହିନଥିଲା ।

ପଦ୍ମନଙ୍କ ସ୍ତ୍ରୀ କନକ ବିଷୋୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଜମା ହୋଇଥିବା ନେଇ ସରକାରୀ କର୍ମଚାରୀ କହିଥିଲେ । କିନ୍ତୁ ତାହା କନକଙ୍କ ବ୍ୟାଙ୍କରେ ଜମା ହୋଇ ନଥିଲା । ଟଙ୍କା ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡିବାକୁ ପଡିଥିଲା । ତଥାପି ଟଙ୍କା ମିଳି ନଥିଲା। କନକ ଖାତିଗୁଡା ସ୍ଥିତ ଏସବିଆଇ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟ ଯାଞ୍ଚ କରାଇବା ପରେ ତାଙ୍କ ଆକାଉଣ୍ଟରେ ଜମା ହେବାକୁ ଥିବା ଟଙ୍କା ଝାଡଖଣ୍ଡର ଆକାଉଣ୍ଟଧାରୀ ଯୋଗେନ୍ଦ୍ର ମହନ୍ତଙ୍କ ଆକାଉଣ୍ଟକୁ ଚାଲିଯାଇଥିବା ଖାତିଗୁଡା ଏସବିଆଇ କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ପାଇଥିଲେ ।

ଏହାମଧ୍ୟ ପଢନ୍ତୁ... ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ଆବାସ ପାଇଁ କାନ୍ଦି କାନ୍ଦି ନେହୁରା ହେଲେ ବୃଦ୍ଧା - Old Woman Seeks Help

ଏନେଇ ହିତାଧିକାରୀଙ୍କ ସ୍ବାମୀ ପଦ୍ମନ ବିଷୋୟୀ କହିଛନ୍ତି, "ଓ୍ବାର୍କ ଅର୍ଡର ପାଇବା ପରେ ଘର ଭାଙ୍ଗି ଘର କରିଥିଲି । ବ୍ୟାଙ୍କକୁ ଯାଇ ଟଙ୍କା କଥା ପଚାରିବାକୁ ଟଙ୍କା ଝାଡଖଣ୍ଡ ପଳାଇଥିବା କହିଥିଲେ ବ୍ୟାଙ୍କ ଅଧିକାରୀ । ଏନେଇ ବିଡିଓ ଜିଲ୍ଲାପାଳ ସମସ୍ତଙ୍କୁ ଜଣାଇଛି ।" ଅନ୍ୟପଟେ ହିତାଧିକାରୀଙ୍କ ଶ୍ୱଶୁର କହିଛନ୍ତି, "ଘର କାମରେ ସବୁ ଟଙ୍କା ସାରି ଦେଇଥିବା ବେଳେ ଦୀର୍ଘ ୧୫ ମାସ ଧରି ଟଙ୍କା ନ ପାଇବାରୁ ଉଧାର ଟଙ୍କା ପରିଶୋଧ ପାଇଁ ନିଜ ଜମି ବନ୍ଧା ରଖିଛି । ଜମି ବନ୍ଧା ପଡିଥିବାରୁ ଚଳିତ ବର୍ଷ ଚାଷ କରିନାହିଁ ।"

ଏ ସମ୍ପର୍କରେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ସାହୁ କହିଛନ୍ତି, "ଜଣେ କନକ ବିଷୋୟୀ ନାମକ ହିତାଧିକାରୀ ମୋ ପାଖକୁ ଅଭିଯୋଗ ନେଇ ଆସିଥିଲେ କି ତାଙ୍କର ପଇସା ଅନ୍ୟ କୋଉ ଆକାଉଣ୍ଟକୁ ପଳାଇ ଯାଇଛି । ଆମେ ଭେରିଫାଏ କଲୁ, ଡକ୍ୟୁମେଣ୍ଟ ଦେଖିଲୁ । ସେ ଯେଉଁ ଆକାଉଣ୍ଟ ନମ୍ବର ଦେଇଛନ୍ତି ଯେଉଁ ଆଧାର ନମ୍ବର ଦେଇଛନ୍ତି ଆମେ ପେମେଣ୍ଟ ସେହି ଆକାଉଣ୍ଟ ନମ୍ବରରେ ସେହି ଆଧାର କାର୍ଡରେ କରିଛୁ । ବୋଧହୁଏ ବ୍ୟାଙ୍କରେ କିଛି ତ୍ରୁଟି ଥାଇପାରେ କିମ୍ବା ଟାଇପିଙ୍ଗ ଏରର ହୋଇପାରେ ଯେଉଁଥିପାଇଁ ଟଙ୍କା ଆଉ କୋଉ ଆକାଉଣ୍ଟକୁ ପଳାଇଛି । ଆମେ ବ୍ୟାଙ୍କର ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ମଧ୍ୟ କଥା ହୋଇଛୁ । ଯଥାଶୀଘ୍ର କିପରି ସେ ପଇସା ଫେରିଆସିବ ସେନେଇ ପଦକ୍ଷେପ ନେବାକୁ ଆମେ ଚିଠି କରିଛୁ ।"

ପୁରୁଣା ଘର ଭାଙ୍ଗି ନୂଆ ଘର ଅଧା ଗଢିଥିବା ବେଳେ ଏବେ ମୁଣ୍ଡ ଗୁଞ୍ଜିବାକୁ ପରିବାର ପାଖରେ ଛାତ ନାହିଁ । ଆବାସ ଟଙ୍କା ଝାଡଖଣ୍ଡ ଚାଲିଯାଇଥିବା ଜାଣି ହିତାଧିକାରୀ ଟଙ୍କା ଫେରି ପାଇବା ପାଇଁ ବ୍ଳକ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିଛନ୍ତି । ଦୀର୍ଘ ୧୫ ମାସ ଧରି ହିତାଧିକାରୀ ନିଜ ସମସ୍ୟା ନେଇ ବାରମ୍ବାର ପ୍ରଶାସନର ଦ୍ଵାରସ୍ଥ ହେଉଥିଲେ ମଧ୍ୟ ଏଯାଏ ଟଙ୍କା ଫେରି ପାରିଲେ ନାହିଁ । ତେବେ କାହାର ତ୍ରୁଟିରୁ ଏଭଳି ହେଲା ଓ କେତେ ହିତାଧିକାରୀ ଟଙ୍କା ଫେରିପାଇବେ ସେନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Aug 5, 2024, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.