ETV Bharat / state

ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ଆବାସ ପାଇଁ କାନ୍ଦି କାନ୍ଦି ନେହୁରା ହେଲେ ବୃଦ୍ଧା - Old Woman Seeks Help

author img

By ETV Bharat Odisha Team

Published : Jul 19, 2024, 10:31 PM IST

Old Woman Seeks Help: ବାଟ ହୁଡ଼ିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଘର ଖଣ୍ଡିକ ପାଇଁ କାନ୍ଦି କାନ୍ଦି ସରକାରଙ୍କ ନିକଟରେ ନେହୁରା ହେଉଛନ୍ତି ବୃଦ୍ଧା । ପଢନ୍ତୁ ପୂରା ଖବର ।

Old Woman Seeks Help
Old Woman Seeks Help (ETV Bharat Odisha)

ନୂଆପଡ଼ା: ବାସହରା ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି ସରକାର । ଏହି ଜନ ମଙ୍ଗଳକାରୀ ଯୋଜନାରେ ଗରିବ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପକ୍କା ଘର ପାଇବାର ନିୟମ ରହିଛି । ହେଲେ ନୂଆପଡ଼ା ଜିଲ୍ଲା ମହୁଲପଡା ଗାଁରେ ଯୋଜନା ବାଟବଣା ହୋଇଛି । ଗାଁର ଅସହାୟ ବୃଦ୍ଧ ମହିଳା ଜେମାମଣି ପଣ୍ଡାଙ୍କ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ସାତ ସପନ ପାଲଟିଛି । ଫଳରେ ବର୍ଷାରେ ଧସି ଯାଇଥିବା ଭଙ୍ଗା ଦଦରା ଘରେ ବିପଦ ସଙ୍କୁଳ ଅବସ୍ଥାରେ ଆଶ୍ରୟ ନେଇଛନ୍ତି ଜେମାମଣି ।

ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରୁ ଦୀର୍ଘ 100 କିମି ଦୂରତାରେ ଅବସ୍ଥିତ ମହୁଳପଡା ଗାଁରେ ବାସ କରନ୍ତି ଜେମାମଣି । ଜେମାମଣିଙ୍କ ବୟସ 62 ବର୍ଷରୁ ଊର୍ଦ୍ଧ୍ବ ହୋଇଥିବାବେଳେ ତାଙ୍କ ବଡ଼ ପୁଅ ପୂଜକ ଭାବେ କାମ କରନ୍ତି । ସେହିଭଳି ସାନପୁଅ ଦାଦନ ଶ୍ରମିକ ଭାବରେ ରାଜ୍ୟ ବାହାରେ ଶ୍ରମିକ କାମ କରି ଚଳନ୍ତି । ଗାଁରେ ବୃଦ୍ଧା ଜେମାମଣି ପଣ୍ଡା ଭୁଶୁଡି ପଡିଥିବା ଭଙ୍ଗା ଦଦରା ଘରେ ଆଶ୍ରୟ ନେଇଛନ୍ତି । ବାସଗୃହ ନିର୍ମାଣ କରିବା ପାଇଁ ପାଖରେ ସମ୍ବଳ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ପାଇଁ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି । ହେଲେ ଅସହାୟ ଜେମାମଣିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଗୃହ ସାତ ସପନ ପାଲଟିଛି ।

ଏହା ବି ପଢନ୍ତୁ...ଦୁଇ ଭଉଣୀଙ୍କୁ ଏକା କରି ଚାଲିଗଲେ ବାପା-ମା’: ଓଳିଏ ଖାଇଲେ ଓଳିଏ ଉପାସ, କିଏ ବୁଝିବ ଦୁଃଖ ? - Minor Girls Need Help

କଳାହାଣ୍ଡି ଜିଲ୍ଲା ଚିଲଚିଲା ଗାଁର ସୂର୍ଯ୍ୟ ନାରାୟଣ ମୁଣ୍ଡଙ୍କୁ ସାମାଜିକ ରୀତିନୀତି ଅନୁସାରେ ବିବାହ କରିଥିଲେ ଜେମାମଣି । ହେଲେ କିଛି ବର୍ଷ ପରେ ସୂର୍ଯ୍ୟ ଦ୍ବିତୀୟ ବିବାହ କରିଥିଲେ । ଏହାପରେ ସେ ଜେମାମଣି ଓ ତାଙ୍କ ଦୁଇ ପୁଅଙ୍କୁ ଘରୁ ତଡି ଦେଇଥିଲେ। ପରେ ଜେମାମଣି ଅସହାୟ ଅବସ୍ଥାରେ ଦୁଇ ପୁଅଙ୍କୁ ଧରି ବାପ ଘର ମହୁଳପଡାରେ ଆଶ୍ରୟ ନେଲେ । ଦୁଇ ପୁଅଙ୍କୁ ଧରି ଜେମାମଣି ଦୁଃଖ କଷ୍ଟରେ ଚଲିଆସୁଥିଲେ । ଶେଷରେ ଜେମାମଣିଙ୍କୁ ଦାଉ ସାଜିଲା ଚଳିତ ମୌସୁମୀ ବର୍ଷା । ବର୍ଷା ପାଣିରେ ଘର ଧସି ଭାଙ୍ଗିଯାଇଥିବାବେଳେ ଭଙ୍ଗା ଘରେ ବିଷଧର ସରୀସୃପ ପଶିବାର ଭୟ ମଧ୍ୟ ରହିଛି । ଘର ଖଣ୍ଡିକ ପାଇଁ ସରକାରଙ୍କ ପାଖରେ ନେହୁରା ହେଉଛନ୍ତି ଜେମାମଣି। ଅପରପକ୍ଷେ ବୋଡେନ ବିଡିଓ ପ୍ରିୟରଞ୍ଜନ କୁମ୍ଭାର କହିଛନ୍ତି, "ଘଟଣା ସମ୍ପର୍କରେ ପୂର୍ବରୁ ଆମ ପାଖରେ କୌଣସି ଖବର ନଥିଲା । ଇଟିଭି ଭାରତରୁ ଆମେ ଏ ବିଷୟରେ ଅବଗତ ହୋଇଛୁ । ସରକାରଙ୍କ ନିୟମ ଅନୁସାରେ, ସମସ୍ତ ସୁବିଧା ଯୋଗାଇ ଦିଆଯିବ ।"

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.