ETV Bharat / state

ବଢିବ ପିଏମ୍ ଆବାସ ଟଙ୍କା; ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି, ଶୌଚାଳୟ ପାଇଁ 20ହଜାର ଟଙ୍କା - PM Awas Yojana in Odisha

author img

By ETV Bharat Odisha Team

Published : Aug 19, 2024, 6:57 PM IST

PM Awas Yojana assistance to be enhanced: ଓଡ଼ିଶାରେ ବଢିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା । ମିଳୁଥିବା ସହାୟତା ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବ । ଜାଣନ୍ତୁ କେତେ ପାଇବେ ହିତାଧିକାରୀ

PM Awas Yojana in Odisha
PM Awas Yojana in Odisha (ETV Bharat Odisha)

ଭୁବନେଶ୍ବର: ବଢିବ ପିଏମ୍ ଆବାସ ଟଙ୍କା । ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ । ଏନେଇ ଖୁବଶୀଘ୍ର ସମ୍ପୂର୍ଣ୍ଣ ଗାଇଡଲାଇନ ଆସିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।

ବଢିବ ପିଏମ୍ ଆବାସ ଟଙ୍କା; ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି (ETV Bharat Odisha)

ଆସିବ ନୂଆ ଗାଇଡଲାଇନ:-

ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ 15 ଲକ୍ଷ ଘର ଦେବାକୁ ଲକ୍ଷ୍ୟ ରଖିଛି । ଏହାରି ଭିତରେ ନୂଆ ଗାଇଡଲାଇନ ଆସିବ ତା' ଉପରେ ଆମେ କାମ କରିବୁ । ବିଗତ ଦିନରେ ଯେଉଁମାନେ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ଏବଂ ଯୋଗ୍ୟ ହିତାଧିକାରୀ ଯେଉଁମାନେ ଅଛନ୍ତି ସେମାନେ କେମିତି ଘର ପାଇପାରିବେ ସେଥିପାଇଁ ପ୍ରତ୍ୟେକ ଡିପାର୍ଟମେଣ୍ଟର କର୍ମକର୍ତ୍ତାମାନଙ୍କୁ ଯେଉଁମାନେ ପଞ୍ଚାୟତ ଏବଂ ବ୍ଲକ ଲେବଲର କାମ କରୁଛନ୍ତି ସେମାନେ ତଦାରଖ କରିବେ । ଗାଇଡଲାଇନକୁ ଲୋକଲୋଚନକୁ ଆଣିବୁ ।"

ଏହା ବି ପଢନ୍ତୁ- ଲକ୍ଷ ଲକ୍ଷ ଲୋକ ପାଇବେ ପକ୍କା ଘର, ବର୍ଷା ଦିନ ପରେ ନନଷ୍ଟପ୍ ଘର ବାଣ୍ଟିବେ ମୋହନ ସରକାର

ଏହା ସହିତ ଅନ୍ତୋଦୟ ଗୃହ ଯୋଜନା ନେଇ ସେ ଆହୁରି ମଧ୍ୟ କହିଛନ୍ତି, "ବନ୍ୟା, ବାତ୍ୟା, ଘରପୋଡ଼ି ଭଳି ବିପର୍ଯ୍ୟୟରେ ଘର ଯୋଗାଇ ଦେବୁ । ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ମନରେଗାକୁ ମିଶାଇଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ପାଇବେ ୨ ଲକ୍ଷ ଟଙ୍କା ।"

ନିର୍ବାଚନ ପାଇଁ ‘ମୋ ଘର’ ଯୋଜନା ଲାଗୁ ହୋଇଥିଲା:-

ଗ୍ରାମ୍ୟ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, "ପୂର୍ବ ସରକାର ମୋ ଘର ଯୋଜନା କେବଳ ନିର୍ବାଚନ ପାଇଁ ଲାଗୁ କରିଥିଲେ । ଏହି ଯୋଜନାରେ କୌଣସି ଲୋକ ଉପକୃତ ହୋଇ ନାହାନ୍ତି । ଯୋଜନାର କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ନାହିଁ । ୩ ଲକ୍ଷ ଟଙ୍କାର ଋଣ କରିବା କଥା ଲୋକ ଶୁଣିବା ପରେ ଚାଲି ଯାଉଛନ୍ତି । ଆଗ୍ରହ ନାହିଁ ଲୋକଙ୍କର ଏହି ଯୋଜନାରେ ସାମିଲ ହେବା ପାଇଁ ।"

ଏହା ବି ପଢନ୍ତୁ- ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି; ଗୃହହୀନଙ୍କ ପାଇଁ ଆଉ 3କୋଟି ଘର

ଶୌଚାଳୟ ପାଇଁ 20ହଜାର ଟଙ୍କା:-

ସେହିପରି ସ୍ଵଚ୍ଛ ଭାରତ ମିସନରେ ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା ବର୍ତ୍ତମାନ ତାକୁ ଆଉ କିଛି ଅର୍ଥ ବଢାଇବା ପାଇଁ ବ୍ୟବସ୍ଥା କରାଯାଇଛି । ପାଖାପାଖି 20 ହଜାର ଟଙ୍କା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.