ETV Bharat / state

ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି: ମିଳିବ ୧୦ ହଜାର, ଅଗଷ୍ଟ ୧୫ରେ 'ମ୍ୟାଜିକ କାର୍ଡ' - ନୂଆ ଓ ଛାତ୍ରବୃତ୍ତି

Odisha Govt Announces Scholarships : ଯୁକ୍ତ 3 ଏବଂ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ନୂଆ-ଓ ଛାତ୍ରବୃତ୍ତି ଜରିଆରେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଅଧିକ ପଢନ୍ତୁ

Nua-O’ scholarships
Nua-O’ scholarships
author img

By ETV Bharat Odisha Team

Published : Feb 13, 2024, 3:14 PM IST

Updated : Feb 13, 2024, 4:24 PM IST

Odisha Govt Announces Scholarships

ଯାଜପୁର: କଲେଜ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ ଟଙ୍କା । ସରକାର ଆଣିଲେ ନୂଆ-ଓ ବୃତ୍ତି । ଯୁକ୍ତ 3 ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଛାତ୍ରବୃତ୍ତି ଘୋଷଣା କଲେ 5ଟି ଅଧ୍ୟକ୍ଷ । ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ଏବଂ ଛାତ୍ରୀଙ୍କୁ ବାର୍ଷିକ 10 ହଜାର ମିଳିବା ନେଇ ସୂଚନା ଦେଇଛନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆଜି ପାଣ୍ଡିଆନ ଯାଜପୁର ଗସ୍ତରେ ରହିଥିବା ବେଳେ ଏକ ବିକାଶ ସମାବେଶରେ ଯୋଗ ଦେବା ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ 5-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୂଚନା ଦେଇଛନ୍ତି ।

ନୂଆ-ଓ ଛାତ୍ରବୃତ୍ତି: କଲେଜର ପାଠ ପଢ଼ୁଥିବା 95 ପ୍ରତିଶତ +3 ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଯୋଜନା ଅନୁଯାୟୀ ଛାତ୍ରବୃତ୍ତି । ଏହି ଯୋଜନାରେ ସାରା ରାଜ୍ୟରେ ପାଖାପାଖି ସାଢେ 4 ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇ ଉପକୃତ ହେବେ l ତେବେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବ୍ୟତୀତ ପ୍ରାୟ 35 ହଜାର ପିଜି ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବା ନେଇ କହିଛନ୍ତି ପାଣ୍ଡିଆନ । ଏହି ବୃତ୍ତି ଚଳିତବର୍ଷଠାରୁ ପ୍ରତିବର୍ଷ ଛାତ୍ର ଛାତ୍ରୀଙ୍କୁ ମିଳିବ l ଚଳିତବର୍ଷ ଏହି ବୃତ୍ତି ଆସନ୍ତା 20 ରୁ 25 ତାରିଖ ମଧ୍ୟରେ ଆକାଉଣ୍ଟକୁ ଆସିବ ବୋଲି ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୂଆ-ଓ କାର୍ଯ୍ୟକ୍ରମ; ବଲାଙ୍ଗୀରରେ ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର

ବିଶେଷ ଭାବେ ବିଭିନ୍ନ ବିଭାଗରେ ସରକାରୀ ଚାକିରି କରିଥିବା କର୍ମଚାରୀ ଓ ଆୟକର ଦେଉଥିବା ଅଭିଭାବକଙ୍କ ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବନି ବୋଲି ସୂଚନା ମିଳିଛି । ଏହି ନୂଆ-ଓ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର 300 କୋଟି ଟଙ୍କାର ଫଣ୍ଡ ଧାର୍ଯ୍ୟ କରାଯାଇଛି । ତେଣୁ କଲେଜରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା କ୍ରୀଡ଼ା, ନାଚ, ବକ୍ତୃୃତା ଯେଉଁ ଛାତ୍ର ଛାତ୍ରୀ ଭାଗ ନେଇ ପଏଣ୍ଟ ପାଇ ଅଧିକ ଟଙ୍କା ପାଇପାରିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ମ୍ୟାଜିକ କାର୍ଡ: ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ଏକ ମ୍ୟାଜିକ କାର୍ଡ ଦେବାର ବ୍ୟବସ୍ଥା କରାଯାଇଛି l ଏହି କାର୍ଡ ଆସନ୍ତା ଅଗଷ୍ଟ 15 ତାରିଖରେ ମିଳିବ । ଯଦି କୌଣସି ଛାତ୍ରଛାତ୍ରୀ ଶିକ୍ଷା ପାଇଁ କୌଣସି ସ୍ଥାନକୁ ଯାତ୍ରା କରିବେ ଏହି କାର୍ଡରେ ଛାତ୍ରଛାତ୍ରୀଙ୍କୁ ରିହାତି ସୁବିଧା ମିଳିବ l ଖାଲି ଯାତାୟାତ ପାଇଁ ନୁହେଁ ଏହି କାର୍ଡ ଦ୍ୱାରା ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ମଧ୍ୟ ପାଇପାରିବେ l ଏହି କାର୍ଡରେ ଛାତ୍ର ଛାତ୍ରୀଙ୍କ ପୁରା ପରୀକ୍ଷା ଫଳ ଓ ଉପସ୍ଥାନର ପୁରା ତଥ୍ୟ ମଧ୍ୟ ରହିବ । ଏହି କାର୍ଡକୁ ବିଭିନ୍ନ କମ୍ପାନିକୁ ଦିଆଯିବ । ଯାହା ଫଳରେ ଛାତ୍ରଛାତ୍ରୀ କୌଣସି କମ୍ପାନୀକୁ ନିଯୁକ୍ତି ପାଇଁ ଗଲେ ସୁବିଧା ପାଇ ପାରିବେ ବୋଲି ଆଜି ଏହି ଛାତ୍ର ଛାତ୍ରୀ ସମ୍ମିଳନୀରେ ସୂଚନା ଦେଇଛନ୍ତି 5-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ l

ଶିବରାଜ ସିଂ ଚୌହାନଙ୍କ ମନ୍ତବ୍ୟକୁ ତାତ୍ସଲ୍ୟ : ଓଡିଶାରେ ବିଜେପି ସରକାର ଗଢିବା ନେଇ କହିଥିବା ବୟାନକୁ ତାତ୍ସଲ୍ୟ କରିଛନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗତ ୬ ମାସ ତଳେ ସେ ଆସିବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୬୧୦ କୋଟି ଟଙ୍କାର ଅନୁଦାନ ମିଳିଛି । ସେହିପରି ବିଭିନ୍ନ ଅଭିଯୋଗ ମଧ୍ୟରୁ ମୋଟ ୭୦/୮୦ ପ୍ରତିଶତ କାମ ହୋଇଛି ବୋଲି ପାଣ୍ଡିଆନ କହିଛନ୍ତି । ଖୁବ ଶୀଘ୍ର ଯାଜପୁର ଜିଲ୍ଲାରେ ଲକ୍ଷ୍ମୀ ବସ ଗଡିବ ବୋଲି ଘୋଷଣା କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲାର ସମସ୍ତ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଯାଜପୁର

Last Updated : Feb 13, 2024, 4:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.