ETV Bharat / state

ଶାଗୁଆନ ପତ୍ରରେ ମହାପୁରୁଷଙ୍କ ଜୀବନ୍ତ ରୂପ; ଚର୍ଚ୍ଚାରେ କଳା ଶିକ୍ଷକ ସମରେନ୍ଦ୍ର

Phulbani Art Teacher Samarendra : ଚର୍ଚ୍ଚାରେ ଫୁଲବାଣୀ ବିଡି କଲେଜରେ ଶିକ୍ଷକ ସମରେନ୍ଦ୍ର ବେହେରା । ଶାଗୁଆନ ପତ୍ରରେ ମହାପୁରୁଷଙ୍କୁ ଦେଉଛନ୍ତି ଜୀବନ୍ତ ରୂପ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 26, 2024, 8:55 PM IST

Eକଳା ଶିକ୍ଷକ ସମରେନ୍ଦ୍ର, ଶାଗୁଆନ ପତ୍ରରେ ମହାପୁରୁଷଙ୍କୁ ଦେଉଛନ୍ତି ଜୀବନ୍ତ ରୂପ
କଳା ଶିକ୍ଷକ ସମରେନ୍ଦ୍ର, ଶାଗୁଆନ ପତ୍ରରେ ମହାପୁରୁଷଙ୍କୁ ଦେଉଛନ୍ତି ଜୀବନ୍ତ ରୂପ
ଶାଗୁଆନ ପତ୍ରରେ ମହାପୁରୁଷଙ୍କୁ ଦେଉଛନ୍ତି ଜୀବନ୍ତ ରୂପ

ଫୁଲବାଣୀ: ଶାଗୁଆନ ପତ୍ରରେ ବିଭିନ୍ନ ମହାପୁରୁଷଙ୍କ ଅବିକଳ ଚିତ୍ର କାଟି ବେଶ୍ ପ୍ରଶଂସା ସାଉଁଟିଛନ୍ତି ଫୁଲବାଣୀ ଶିକ୍ଷକ ପ୍ରଶିକ୍ଷଣ ମହାଦୀଦ୍ୟାଳୟର କଳା ଶିକ୍ଷକ ସମରେନ୍ଦ୍ର ବେହେରା । ଫୁଲବାଣୀରେ ମିଳୁଥିବା ଶାଗୁଆନ ପତ୍ରକୁ ଶୁଖାଇ ସେଥିରେ ଜୀବନ୍ତ କଳାକୃତି ତିଆରି କରୁଛନ୍ତି । ପତ୍ର କାଟି ଚିତ୍ର ଆଙ୍କିବା ସାଙ୍ଗକୁ ସ୍ମୋକ୍ ଆର୍ଟ ଯୋଗୁଁ ସମରେନ୍ଦ୍ର ଏବେ ବେଶ୍ ଚର୍ଚ୍ଚାରେ ରହିଥିବା ବେଳେ ଗିଜିନବୁକରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ସମରେନ୍ଦ୍ର ।

ଫୁଲବାଣୀ ବିଡି କଲେଜରେ ଶିକ୍ଷକ ରୂପେ ଯୋଗଦେଇଥିବା ମୟୂରଭଞ୍ଜ ଅଞ୍ଚଳର ସମରେନ୍ଦ୍ର ବେହେରା ଶୁଖିଲା ପତ୍ର ଉପରେ ଜୀବନ୍ତ ଚିତ୍ର କରି ଚର୍ଚ୍ଚାକୁ ଆସିଛନ୍ତି । କନ୍ଧମାଳ ଜିଲ୍ଲା ଫୁଲବାଣୀରେ କଳା ଶିକ୍ଷକ ଭାବେ ଯୋଗ ଦେଲାପରେ ସେ କଲେଜର ଚତୁଃପାର୍ଶ୍ଵରେ ଥିବା ସାଗୁଆନ ଗଛର ବଡ ବଡ ପତ୍ର ଦେଖି ସେଥିରେ କିପରି ଚିତ୍ର କଳା କରିହବ ମନସ୍ଥ କରିଥିଲେ । କଥାରେ ଅଛି ଇଚ୍ଛା ଥିଲେ କୌଣସି କାର୍ଯ୍ୟ ଅସମ୍ଭବ ନାହିଁ । ସେ ସାଗୁଆନ ପତ୍ରକୁ ତୋଳି ଶୁଖାଇ ଏକ ତୀକ୍ଷଣ ଛୁରୀ ସାହାଜ୍ଯରେ କାଟି ବିଭିନ୍ନ ମହାପୁରୁଷଙ୍କ ଅବିକଳ କଳାକୃତି ଅଙ୍କନ କରିଥାନ୍ତି । ତାଙ୍କୁ ଗୋଟିଏ ପତ୍ରକୁ କାଟି ଚିତ୍ରରେ ପରିବର୍ତ୍ତନ କରିବାକୁ 45 ମିନିଟ୍ ସମୟ ନିଅନ୍ତି ସମରେନ୍ଦ୍ର l

ସମରେନ୍ଦ୍ର ଶାଗୁଆନ ପତ୍ରରେ ସୁବାଷ ଚନ୍ଦ୍ର ବୋଷ, ଇନ୍ଦିରା ଗାନ୍ଧୀ, ଅବଦୁଲ କଲାମ, ଗୋପବନ୍ଧୁ ଦାସଙ୍କ ଭଳି ମହାନ ବ୍ୟକ୍ତିଙ୍କ ସହ ଓଡିଆ ସଙ୍ଗୀତାକାର ଅକ୍ଷୟ ମହାନ୍ତି ଭଳି ଅନେକ ମହାନ ବ୍ୟକ୍ତିଙ୍କ ଚିତ୍ର କରିଛନ୍ତି । ଏହି କଳାକୁ କିପରି ସେ ଆଗକୁ ନେଇ ପାରିବେ ଏବଂ ଛାତ୍ରମାନଙ୍କୁ କିପରି ସେ ବିଭିନ୍ନ କଳା ଶିକ୍ଷା ଦେଇ ପାରିବେ ଏନେଇ ସେ ସର୍ବଦା ଚେଷ୍ଟିତ । ଛାତ୍ରଛାତ୍ରୀମାନେ ମଧ୍ୟ କଳା ଶିକ୍ଷକଙ୍କ ଏତାଦୃଶ ପ୍ରେରଣାରେ ପ୍ରେରିତ ହୋଇ ଶିକ୍ଷଣ ସାମଗ୍ରୀ ଓ କଳାକୃତି ଅଙ୍କିବାରେ ମନ ନିବେଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :କାନଭାସ୍ ନୁହେଁ ପତ୍ରରେ ଆକର୍ଷଣୀୟ କଳାକୃତି, ଅଶ୍ୱସ୍ତ ପତ୍ର ଓ ବାଦାମରେ କାଳିଆ ସାଆନ୍ତଙ୍କ ଅବିକଳ ପ୍ରତିକୃତି

କେବଳ ଏତିକି ନୁହେଁ ଗଛର ଛାଲି ଓ ସ୍ମକ୍ ଆର୍ଟ କରିବାରେ ମଧ୍ଯ ସମରେନ୍ଦ୍ର ସିଦ୍ଧହସ୍ତା । ନିକଟରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମୟରେ ସ୍ମକ୍ ଆର୍ଟରେ ରାମ ମନ୍ଦିର ନିର୍ମାଣ କରିଥିବା ନେଇ ସେ କହିଛନ୍ତି । ଏନେଇ ତାଙ୍କ ବନ୍ଧୁଙ୍କ କହିବା ଅନୁସାରେ, "ଫ୍ରାନ୍ସ, ଜର୍ମାନୀ, ଆମେରିକା ଭଳି ଦେଶ ଗୁଡ଼କରେ କଳାକୁ ପ୍ରୋତ୍ସାହନ ଦିଆଯାଇଥାଏ । ସେଠାକାର ଲୋକେ ପେଣ୍ଟିଂକୁ କିଣିବାକୁ ଅପେକ୍ଷା କରିଥାନ୍ତି । ସେହିଭଳି ସମରେନ୍ଦ୍ରଙ୍କ କଳାକୃତି ଓଡିଶା କିମ୍ବା ଭାରତରେ ଆଦୃତ ହେବା ସହିତ ସରକାର କଳାକାରମାନଙ୍କୁ ପ୍ରୋସାହନ ଦେବାର ଆବଶ୍ୟକତା ରହିଛି ।"

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.