ଭୁବନେଶ୍ବର: ଏଣିିକି ଆଉ ନେଇ ହେବନି ବନ୍ୟପ୍ରାଣୀଙ୍କ ସହ ସେଲଫି କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିହେବ ନାହିଁ । ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଚିନ୍ତା। ଫଟୋ ପୋଷ୍ଟ କରୁଥିବା ଉଲଂଘନକାରୀଙ୍କ ଉପରେ ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ । ଏନେଇ ନୋଟିସ ଜାରି କରିଛି ପିସିସିଏଫ୍ । ବନ୍ୟପ୍ରାଣୀଙ୍କ ସହ ସେଲଫି କିମ୍ବା ଫଟୋ ପୋଷ୍ଟ ବାରଣ ନେଇ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ଡିଏଫଓ, ଶିମିଳିପାଳ ଓ ନନ୍ଦନକାନନ ନିର୍ଦ୍ଦେଶକଙ୍କୁ ଚିଠି କରିଛନ୍ତି ପିସିସିଏଫ।
![violation of wildlife act through social media](https://etvbharatimages.akamaized.net/etvbharat/prod-images/15-03-2024/od-bbsr-02-wildlife-social-media-violation-7206049_15032024154321_1503f_1710497601_168.jpg)
ସେଲ୍ଫି କିମ୍ବା କୌଣସି ଜୀବଜନ୍ତୁଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ ଏହା ଆଇନ ବିରୋଧୀ ଅଟେ । ତେଣୁ ଏଭଳି ଉଲଘଂନକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ଏନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପିସିସିଏଫ୍। ଅନେକ ସମୟରେ ଲୋକେ ବନ୍ୟପ୍ରାଣୀମାନଙ୍କ ସହ ସେଲ୍ଫି ନେଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରୁଛନ୍ତି । ବଣୁଆ ବନ୍ୟଜନ୍ତୁମାନଙ୍କ ସହିତ ଫଟୋଗ୍ରାଫ କିମ୍ବା ସେଲଫି ନେବା, କେବଳ ଏହି ପ୍ରାଣୀମାନଙ୍କର ସାଧାରଣ ଜୀବନକୁ ବ୍ୟାଘାତ କରେ ନାହିଁ, ଏହି କାର୍ଯ୍ୟ ବନ୍ୟପ୍ରାଣୀ (ସୁରକ୍ଷା) ନିୟମର ଉଲ୍ଲଂଘନ କରିଥାଏ । ତେବେ ଏଭଳି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିବା ସମ୍ପୃକ୍ତ ବ୍ୟକ୍ତି ଉକ୍ତ ଆଇନ ଅନୁଯାୟୀ 7 ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ ହେବାର ସମ୍ଭାବନା ରହିଛି । ଏହା ସହ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି ।
ମୃତ ବଣୁଆ ଜନ୍ତୁ କିମ୍ବା ବନ୍ୟପ୍ରାଣୀମାନଙ୍କ ଶରୀରର ଅଂଶ ବିଶେଷ ସହିତ ଫଟୋ କିମ୍ବା ସେଲଫି ଗୁଡ଼ିକ ସୋସିଆଲ ମିଡିଆରେ ପୋଷ୍ଟ କରିବା ଦ୍ଵାରା ବନ୍ୟଜନ୍ତୁଙ୍କ ସୁରକ୍ଷାର ଉଲ୍ଲଘଂନ ହେଉଛି। ସେନେଇ ସେକ୍ସନ୍ 39 (2) ଏବଂ (3) ସହିତ ଧାରା 39 (1) (କ) ଉଲ୍ଲଂଘନ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି। ତେଣୁ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ଅଧିନିୟମ ଅନୁଯାୟୀ ଉକ୍ତ ବ୍ୟକ୍ତି ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ତେବେ ଏହି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ଏନେଇ ଲୋକମାନଙ୍କ ପାଖରେ କିଭଳି ଭାବରେ ସଚେତନତା କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଅଲିଭ୍ ରିଡଲେ ବସା ବାନ୍ଧିବା ସମୟରେ ଭ୍ରମଣକାରୀ ବିପଦ, ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରବେଶ ନିଷେଧ
ଜଙ୍ଗଲୀ ବନ୍ୟଜନ୍ତୁର ଫଟୋ ଉଠାଇବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତି ଜଙ୍ଗଲ ଅଧିକାରୀଙ୍କ ଅନୁମତି କ୍ରମେ ବଳବତ୍ତର ଆଇନ ଏବଂ ଏହାର ନିର୍ଦ୍ଦେଶାବଳୀ ପାଳନ କରିବା ଆବଶ୍ୟକ। ଏହା ସହ ସୋସିଆଲ ମିଡିଆରେ ଏକ ହେଲ୍ପ ଲାଇନ ନମ୍ବର ରହିବା ଆବଶ୍ୟକ। କିନ୍ତୁ ଏହି ନିୟମ ଉଲ୍ଲଂଘନ କରି ଖ୍ୟାତି ଅର୍ଜନ କରିବାକୁ ଚେଷ୍ଟା କରୁଥିବା କିଛି ଅସାଧୁମାନଙ୍କୁ ଗିରଫ କରି ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଏହାକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ।
ଇଟିଭି ଭାରତ, ଭୁବନେଶ୍ବର