ETV Bharat / state

ଜଗତସିଂହପୁରରେ ମେଡିକାଲ କଲେଜ ଦାବି ନେଇ ସଚେତନତା ଶୋଭାଯାତ୍ରା - Demand For Medical College - DEMAND FOR MEDICAL COLLEGE

Demand For Medical College: ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି କରାଯାଇଛି । ଏକ ପ୍ରତିବାଦ ଶୋଭାଯାତ୍ରା ଜଗତସିଂହପୁର ଥାନା ଛକ ଠାରୁ ବାହାରି ରଶ୍ମି ହଲ ପର୍ଯ୍ୟନ୍ତ ଯାଇଥିଲା । ଅଧିକ ପଢନ୍ତୁ

Demand For Medical College:
Demand For Medical College: (Etv Bharat)
author img

By ETV Bharat Odisha Team

Published : May 7, 2024, 6:54 AM IST

Demand For Medical College (ETV BHARAT)

ଜଗତସିଂହପୁର: ଜିଲ୍ଲାରେ ପୁଣି ତେଜିଲା ମେଡିକାଲ କଲେଜ ଦାବି । ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ଏକ ବିଶାଳ ରାଲି ଆୟୋଜନ ହୋଇଥିଲା । ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ପଲ୍ଲୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କଟକ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଶୋଭାଯାତ୍ରା ଜଗତସିଂହପୁର ଥାନା ଛକ ଠାରୁ ବାହାରି ରଶ୍ମି ହଲ ପର୍ଯ୍ୟନ୍ତ ଯାଇଥିଲା । ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନର ଆବାହକ ଆଡଭୋକେଟ ବାସୁଦେବଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ଏହି ରାଲିରେ ଭାଗ ନେଇଥିଲେ । ଆଡଭୋକେଟ ବାସୁଦେବ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାକୁ ବିକଳାଙ୍ଗ କରିଦେବା ପାଇଁ ସରକାର ଚକ୍ରାନ୍ତ ଚଳାଇଛନ୍ତି । ଦୀର୍ଘ ୧ ବର୍ଷ ଧରି ମେଡିକାଲ କଲେଜ ଦାବି ନେଇ ଆନ୍ଦୋଳନ ଚାଲିଛି ।

ଏହା ମଧ୍ୟ ପଢନ୍ତୁ ... ଜଗତସିଂହପୁରରେ JSW ପାଇପ ଲାଇନ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ - Protest Over JSW Project

1955 ରେ ଜଗତସିଂହପୁର ଉପକଣ୍ଠ ପଲ୍ଲୀ ଅଞ୍ଚଳ ରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ପଲ୍ଲୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାର କଟକ ସ୍ଥାନାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ଏହାକୁ ନେଇ ଜଗତସିଂହପୁରବାସୀଙ୍କ ପକ୍ଷରୁ କଡା ବିରୋଧ କରାଯିବ । ଜିଲ୍ଲାରେ 14 ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ବେଳେ ସ୍ବାସ୍ଥ୍ୟ ସେବା ଏଠି ବିପର୍ଯ୍ୟସ୍ତ ହୋଇ ପଡିଛି । ଅବିଭକ୍ତ କଟକ ଜିଲ୍ଲାରୁ ତିନିଟି ଜିଲ୍ଲା ସୃଷ୍ଟି ହୋଇଥିଲା। ଅନ୍ୟ ଦୁଇଟି ଜିଲ୍ଲା ଯଥା ଯାଜପୁର ଓ କେନ୍ଦ୍ରାପଡାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଥିବା ବେଳେ କଣ ପାଇଁ ଜଗତସିଂହପୁର ଜିଲ୍ଲାକୁ ଅଣଦେଖା କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଜିଲ୍ଲା ସ୍ବାସ୍ଥ୍ୟ ସଙ୍ଗଠନର ସଭ୍ୟ ରଶ୍ମି ରଞ୍ଜନ ସ୍ବାଇଁ କହିଛନ୍ତି ଯେ ଜଗତସିଂହପୁର ସ୍ବାସ୍ଥ୍ୟ ସେବାକୁ ନେଇ ବହୁ ଅବ୍ୟବସ୍ଥା ରହିଛି । ସାଧାରଣ ରୋଗୀଟିଏ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ସାଧାରଣ ରୋଗଟିଏ ହେଲେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରା ନ ଯାଇ କଟକ ସ୍ଥାନାନ୍ତର କରାଯାଉଛି । ସ୍ଥାନୀୟ ଲୋକ ପ୍ରତିନିଧିମାନେ ଜିଲାରେ ସ୍ବାସ୍ଥ୍ୟ ସେବା ପ୍ରତି ଦୃଷ୍ଟି ନ ଦେଇ ନିଜ ସ୍ବାସ୍ଥ୍ୟରେ କାର୍ଯ୍ୟ କରୁଛନ୍ତି । ତେବେ ଆଗାମୀ ନିର୍ବାଚନରେ ଯେଉଁ ଦଳ ଜଗତସିଂହପୁର ରେ ମେଡ଼ିକାଲ କଲେଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବ ତାଙ୍କୁ ଜଗତସିଂହପୁର ବାସୀ ଭୋଟ ଦେବେ । ଯଦି କୌଣସି ଦଳ ଏହି ଦାବିକୁ କର୍ଣ୍ଣପାତ ନ କରନ୍ତି ତେବେ ଆଗାମୀ ଦିନରେ ଜଗତସିଂହପୁର ବାସୀ ନୋଟାରେ ଭୋଟ ଦେବାପାଇଁ ଧମକ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.