ଭୁବନେଶ୍ବର: ଦେବାଳିଆ ସ୍ଥିତିରେ ଭାରତିୟ ସଞ୍ଚାର ନିଗମ ଲିମିଟେଡ । BSNL କାମ କରିଥିବା ଠିକାଦାରଙ୍କ ବକେୟା ବିଲ୍ ଦେଇ ନପାରିବାରୁ BSNL ମୁଖ୍ୟ କାର୍ଯ୍ୟାଳୟର ସମ୍ପତ୍ତି ସିଜ୍ ପାଇଁ ମୁଖ୍ୟ ଅଫିସରେ ପହଞ୍ଚିଲେ ଭୁବନେଶ୍ୱର ସିଭିଲ କୋର୍ଟର କର୍ମଚାରୀ ।ଏନେଇ ରୂପାଲି ସ୍ଥିତ BSNL ଅଫିସରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ଭୁବନେଶ୍ୱର ସିଭିଲ କୋର୍ଟରେ ସିନିୟର୍ ଡିଭିଜନ କମର୍ସିଆଲ କୋର୍ଟର ୧୨ ଜୁଲାଇ ୨୦୨୪ରେ ଏକ ନିର୍ଦ୍ଦେଶନାମା ଆଧାରରେ ଜଣେ ଠିକାଦାରଙ୍କ ୧ କୋଟି ୩୩ ଲକ୍ଷ ୮୦ହଜାର ୧୮୧ ଟଙ୍କା ଭରଣ ପାଇଁ BSNL ଅଫିସର କିଛି ସରଞ୍ଜାମ ସିଜ ପାଇଁ କୋର୍ଟର ଆସିଛି ନିର୍ଦ୍ଦେଶ ନାମା । ଯାହାକୁ ଆଧାରକରି କୋର୍ଟର କର୍ମଚାରୀ BSNL ଚିଫ୍ ଇଞ୍ଜିନିୟରଙ୍କ ଅଫିସର ପହଞ୍ଚିବା ପରେ ସାମ୍ନାକୁ ଆସିଛି ଏହି ଘଟଣା ।
କୋର୍ଟର ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ BSNL କାର୍ଯ୍ୟାଳୟର ଥିବା ଆସବା ପତ୍ର ଯଥା- ଟେବୁଲ ୫୦ଟି, ଚୋକି ୧୦୦ଟି,ସିଲି ଫ୍ୟାନ ୫୦ଟି,ଷ୍ଟିଲ ଆଲମାରି ୫୦ଟି ,ସୋଫା ଗଦି ୩୦ଟି ,ଏସି ୫୦ଟି ,କମ୍ପ୍ୟୁଟର ୭ଟି ,ମନିଟର ୪୦ଟି ,ସିପିୟୁ ୪୦ଟି, ୟୁପିଏ ୪୦ଟି,ପ୍ରିଣ୍ଟ ର ୪୦ଟି ,ଲାପଟପ୍ ୫୦ଟି,ପାଣି ଫିଲ୍ମର ୨ଟି ଟିଭି ୧୪ଟିକୁ ସିଜ କରିବାକୁ ନିର୍ଦ୍ଦେଶ ରହିଛି ।ଯାହାକୁ ନେଇ କୋର୍ଟର କର୍ମଚାରୀ ଓ ଠିକାଦାର ପହଞ୍ଚି ଜିନିଷ ନେବା ପାଇଁ ଉଦ୍ୟମ ବେଳେ ସାମ୍ନାସାମ୍ନି ହୋଇଛନ୍ତି BSNL କର୍ମଚାରୀ ଓ ଠିକାଦାର ଓ କୋର୍ଟ କର୍ମଚାରୀ ।
ତେବେ ଟଙ୍କା ପାଇବାକୁ ଥିବା ଠିକାଦାର ସୁବାଷ ଚନ୍ଦ୍ର କାଞ୍ଚନ କହିଛନ୍ତି ଯେ, କଳିଙ୍ଗ ହସ୍ପିଟାଲ ପଛ ପାଖରେ BSNL ୯ଟି ଟାଇପ-୫ କ୍ବାର୍ଟର୍ସର ନିର୍ମାଣ କରିବା ଲାଗି ଠିକାଦାର ସୁବାଷ ଟେଣ୍ଡର ପାଇଥିଲେ । ୧୯୯୯ ମସିହାରେ ମହାବାତ୍ୟା ଯୋଗୁଁ ସେହି ବର୍ଷ କାମ ହୋଇପାରିନଥିଲା । ୨୦୦୦ ମସିହାରେ ସେ କାମ ଆରମ୍ଭ କରି ଶେଷ କରିଥିଲେ । ପରେ ଏହି କାମ ପାଇଁ ବିଲ୍ ପାସ କରିବା ବେଳେ BSNL ସଂସ୍ଥାର ବିଭିନ୍ନ କର୍ମଚାରୀ ତାଙ୍କୁ ଲାଞ୍ଚ ମାଗିଥିଲେ । ଫଳରେ ସେତେବେଳେ କାଞ୍ଚନଙ୍କ ଅଭିଯୋଗ ଆଧାରରେ ଜଣେ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଥିଲା । ଏହାପରେ ସଂସ୍ଥା ଠିକାଦାର ସୁବାଷଙ୍କ ଉପରେ କ୍ଷୁବ୍ଧ ହୋଇଯାଇଥିଲା । ବିଭିନ୍ନ ସମୟରେ ତାଙ୍କୁ ହଇରାଣ ହରକତ କରାଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି ।
ଏହାପରେ ବି ସେ କାମ ଜାରି ରଖିଥିଲେ । ପ୍ରାୟ ୯୦ ଭାଗ କାମ ଶେଷ କରିଥିଲେ । ହେଲେ ୨୦୦୨ରେ ଏହି କାମକୁ BSNL ଅନ୍ୟ ଜଣଙ୍କୁ ଟେଣ୍ଡରେ ଦିଆଗଲା । ଯାହାଫଳରେ କାମ ବାବଦକୁ ବକେୟା ଥିବା ୭୮ ଲକ୍ଷ ଟଙ୍କା BSNL ପକ୍ଷରୁ ଦିଆଯାଇନଥିଲା । ଯାହାକୁ ପାଇବା ଲାଗି ସୁବାଷ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ବାରମ୍ବାର ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବକେୟା ଅର୍ଥ ପ୍ରଦାନ ନକରି BSNL ସଂସ୍ଥା ଦିନ ଗଡ଼ାଇ ଚାଲିଥିଲା । ଏହି ଟଙ୍କା ଏବେ ସୁଧ ସହ ୧ କୋଟି ୩୩ ଲକ୍ଷ ୮୦ ହଜାର ଟଙ୍କାରେ ପହଞ୍ଚିଛି । ଠିକାଦାରଙ୍କ ବକେୟା ଭରଣା କରିବା ଲାଗି BSNLର ସମ୍ପୃକ୍ତ କାର୍ଯ୍ୟାଳୟରେ ଥିବା ସ୍ଥାବର ସମ୍ପତ୍ତିକୁ ସିଜ କରିବା ସହ ନିଲାମ କରି ଠିକାଦାର ଟଙ୍କା ଫେରସ୍ତ ପାଇ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁସାରେ ଅଦାଲତଙ୍କ କର୍ମଚାରୀ BSNL ଅଫିସର ପହଞ୍ଚିବା ପରେ ଏଭଳି ସ୍ଥିତି ଉପୁଜିଛି ।
ସେପଟେ ଚିଫ୍ ଇଞ୍ଜିନିୟର ପିକେ ମଲ୍ଲିକ କହିଛନ୍ତି ଯେ, BSNL କର୍ପୋରେଟ ଅଫିସରୁ ଏହି ନିର୍ଦ୍ଦେଶନାମାର ଚାଲେଞ୍ଜ ପାଇଁ ଅର୍ଡର ଅଛି । ତେଣୁ କୋର୍ଟର ଅର୍ଡର ଆସିବା ପରେ ଆମେ ଏନେଇ ଉଚ୍ଚ ପଦାଧିକାରୀଙ୍କୁ ଜଣାଇବୁ । ଏହା ପୁରୁଣା କେସ କୋର୍ଟର ପ୍ରୋସେସରେ ରହିଛି । ଏନେଇ ଅଧିକ କିଛି କହିପାରିବୁ ନାହିଁ ।
ପୁର୍ବରୁ ନଭେମ୍ବର ୧୭ତାରିଖ ୨୦୨୩ରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଠିକାଦାରଙ୍କ ୧୮ଲକ୍ଷ ଟଙ୍କା ବାକି ଟଙ୍କା ସୁଝି ନପାରିବାରୁ କୋର୍ଟର ନିର୍ଦ୍ଦେଶ କ୍ରମେ ସରକାରୀ ଅଫିସ ନିର୍ମାଣ ସୈଧ କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ ପାଇଁ ଜବତ କରାଯାଇଥିଲା । ଅଫିସ ଭିତରୁ ଅଫିସର ଟେବୁଲ ଚେୟର ପ୍ରିଣ୍ଟର ଓ ଅନ୍ୟାନ୍ୟ ଆସବା ପତ୍ରକୁ ସରକାରୀ ଅଫିସରୁ ଖୋଲି ନିଆଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର