ETV Bharat / state

ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ! ଡାକ୍ତରଙ୍କୁ ସମ୍ପକୀୟଙ୍କ ମାଡ, ନିଶାସକ୍ତ ଅବସ୍ଥାରେ ଚିକିତ୍ସା କରୁଥିବା ଅଭିଯୋଗ - ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନା

Balangir Bhima Bhoi Hospital issue: ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାରେ ପୁଣି ଉତ୍ତେଜନା ଦେଖାଯାଇଛି । ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଡ଼ାକ୍ତରଙ୍କୁ ମାଡ ମାରିଲେ ମୃତକଙ୍କ ସମ୍ପର୍କୀୟ । ଡ଼ାକ୍ତର ନିଶାସକ୍ତ ଅବସ୍ଥାରେ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Balangir Bhima Bhoi hospital issue
ଚିକିତ୍ସାରେ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ !
author img

By ETV Bharat Odisha Team

Published : Jan 30, 2024, 3:44 PM IST

ଚିକିତ୍ସାରେ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ !

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳାରୁ ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ଡ଼ାକ୍ତର ନିଶାସକ୍ତ ଅବସ୍ଥାରେ ଚିକିତ୍ସା କରୁଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ କରି ଡ଼ାକ୍ତରଙ୍କୁ ମାଡ଼ ମାରିଛନ୍ତି ମୃତକଙ୍କ ସମ୍ପର୍କୀୟ । ପରିବାର ପକ୍ଷରୁ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବା ବେଳେ କମିଟି ଗଠନ କରି ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ।

ଏହାମଧ୍ୟ ପଢନ୍ତୁ.. ଚିକିତ୍ସାଧିନ ଅବସ୍ଥାରେ ଶିଶୁକନ୍ୟା ମୃତ୍ୟୁ: ଅବହେଳା ଅଭିଯୋଗ, ମେଡିକାଲ ପରିସରରେ ଚାପା ଉତ୍ତେଜନା

ସୂଚନା ଅନୁଯାୟୀ, ବଲାଙ୍ଗୀର କନ୍ଦପାଲି ପଡ଼ାର ଯୁବକ ନିକୁ ବାରିକ କିଡନୀ ରୋଗରେ ପୀଡ଼ିତ ଥିଲେ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ତାଙ୍କ ପରିବାର ଲୋକେ । ତେବେ ତାଙ୍କୁ ପୁରୁଷ ଭେଷଜ ବିଭାଗରେ ଭର୍ତ୍ତି କରା ଯାଇଥିବା ବେଳେ ବହୁ ସମୟ ଧରି ଡ଼ାକ୍ତର ତାଙ୍କୁ ଚିକିତ୍ସା ଦେବା ତ ଦୂରର କଥା ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ମଧ୍ୟ କରି ନ ଥିଲେ । ସନ୍ଧ୍ୟା 8 ଟାରୁ ଏମାନେ ଦାୟିତ୍ୱରେ ଥିବା ଡ଼ାକ୍ତରଙ୍କୁ ବାରମ୍ବାର ନେହୁରା ହୋଇଥିଲେ ଏବଂ ଶୀଘ୍ର ଚିକିତ୍ସା କରିବାକୁ ଡାକିଥିଲେ। ତେବେ ଦାୟିତ୍ୱରେ ଥିବା ଡ଼ାକ୍ତର ଏସ ଦଳପତି ତିନି ଘଣ୍ଟା ବିଳମ୍ବରେ ଅର୍ଥାତ୍ ରାତି 11 ଟା ସମୟରେ ଆସିଥିଲେ । ଏବଂ ରୋଗୀଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଡ଼ାକ୍ତର ଜଣକ ପ୍ରବଳ ମଦ ପିଇଥିବା ବେଳେ ସେ ଛିଡା ହେବାର ସମର୍ଥ ନ ଥିଲେ ବୋଲି କହିଛନ୍ତି ମୃତକଙ୍କ ସମ୍ପର୍କୀୟ କିଷ୍ଟା ବାରିକ । ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିବାର ସେ ଅଭିଯୋଗ ଆଣିଥିବା ବେଳେ ଡାକ୍ତରଙ୍କୁ ମାଡ ମାରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ମେଡିକାଲ ସୁପରିଟେଣ୍ଡେଣ୍ଟ ମାନସୀ ପଣ୍ଡା କହିଛନ୍ତି ଯେ, ଏହି ଘଟଣାରେ ସେ ଏକ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମ୍ପୃକ୍ତ ଡାକ୍ତର ଜଣକ ସେ ସମୟରେ ଆଇସିୟୁରେ ଥିବାର ତାଙ୍କ ବିଭାଗୀୟ ଏଚଓଡି ସୂଚନା ଦେଇଥିବା ବୋଲି ସେ କହିଛନ୍ତି । ସେହିପରି ସେ ନିଶାସକ୍ତ ଅବସ୍ଥାରେ ଥିବା ଅଭିଯୋଗ ଉପରେ ମଧ୍ୟ ସେ ତଦନ୍ତ କରାଯିବ ବୋଲି କହିଛନ୍ତି ମାନସୀ ପଣ୍ଡା ।
ତେବେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଏଭଳି ଚିକିତ୍ସାରେ ଅବହେଳା ଅଭିଯୋଗ କିମ୍ବା ଡ଼ାକ୍ତର ଓ ରୋଗୀ ସମ୍ପର୍କୀୟ ମଧ୍ୟରେ ଗଣ୍ଡଗୋଳ ନୂଆ ନୁହେଁ । ପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଲୋକେ ଦାୟୀ କରି ଆସୁଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.