ETV Bharat / state

ଚିକିତ୍ସା ଅବହେଳାରୁ ଗଲା ଦୁଇ ଜୀବନ, ପଦାରେ ପଡ଼ିଲା ସରକାରଙ୍କ ମୁନା ଭାଇ ଥିଓରୀ - PATIENT DEATH FOR MEDICALNEGLIGENCE

author img

By ETV Bharat Odisha Team

Published : Aug 10, 2024, 10:59 PM IST

PATIENT DEDEATHTH FOR MEDICAL NEGLIGENCE: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚରମ ଅବହେଳା ଅଭିଯୋଗ । ଉତ୍ତମ ଚିକିତ୍ସା ନ ପାଇ ବାଙ୍ଗୁରିଗାଁ ଏବଂ କଳାହାଣ୍ଡିରେ ରୋଗୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

PATIENT DEATH FOR MEDICALNEGLIGENCE
PATIENT DEATH FOR MEDICALNEGLIGENCE (ETV Bharat Odisha)

ନିମାପଡ଼ା/ଭବାନୀପାଟଣା: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚରମ ଅବହେଳା । ଚିକିତ୍ସା ଅଭାବରୁ ଦୁଇ ଜଣ ରୋଗୀଙ୍କ ଗଲା ଜୀବନ । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବାଙ୍ଗୁରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟରୁ । ଗତ ଜୁନ ମାସ ୨୯ ତାରିଖରେ ବାଙ୍ଗୁରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ଦେବାରୁ ଦେବକୀ ରାଉତଙ୍କ ଦେହାନ୍ତ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ତାଙ୍କ ପୁଅ ରଞ୍ଜନ ରାଉତ ଗତ ଜୁଲାଇ ୫ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପାଖରେ ଅଭିଯୋଗ କରିଥିଲେ । ଯାହାର ତଦନ୍ତ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ।

ଇଞ୍ଜେକ୍ସନ ନେଲା ଜୀବନ:

ଦେବକୀଙ୍କ ଗୋଡ଼ରେ ଯନ୍ତ୍ରଣା ହେବାରୁ ସେ ବାଙ୍ଗୁରିଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଅଭିଯୋଗ ଅନୁସାରେ ଫାର୍ମାସିଷ୍ଟ ତାଙ୍କୁ ପେନକ୍ଳିଲର ଇଞ୍ଜେକ୍ସନ ନେବାକୁ ଲେଖିଥିଲେ । ତେବେ କାର୍ଯ୍ୟରତ ନର୍ସ ଚିଠା ଅନୁଯାୟୀ ମେଡିକାଲରେ ଥିବା ଇଞ୍ଜେକ୍ସନ ଦେଇଥିଲେ କିନ୍ତୁ ଇଞ୍ଜେକ୍ସନ ଦେବାପରେ ମହିଳା ଜଣକ ଗୁରୁତର ହେବା ଅଭିଯୋଗ ହୋଇଥିବା ବେଳେ କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ତାଙ୍କ ପୁଅ ବିଭିନ୍ନ ସରକାରୀ ସ୍ତରରେ ଅଭିଯୋଗ କରିଥିଲେ । ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟବିଭାଗ ତରଫରୁ ଆଜି ବାଙ୍ଗୁରିଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ୩ ଜଣିଆ ଟିମ୍ ଘଟଣାକୁ ନେଇ ତଦନ୍ତ କରିଛନ୍ତି । ଏନେଇ ତଦନ୍ତକାରୀ ଅଧିକାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି,"ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦିଆଯିବ । "

ଏହା ମଧ୍ୟ ପଢନ୍ତୁ .....ରୋଗକୁ ନିମନ୍ତ୍ରଣ ଦେଉଛି ବରଗଡ ମୁଖ୍ୟ ଚିକିତ୍ସାଳୟ, ଚେଇଁ ଶୋଇଛି ସ୍ୱାସ୍ଥ୍ୟ ବିଭାଗ ! - garbage problem in barghar HOSPITAL

ଡ଼ାକ୍ତରଙ୍କ ଅବହେଳାରୁ ବୃଦ୍ଧାଙ୍କ ଗଲା ଜୀବନ:

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରୁ ଆସିଛି ଏହିଭଳି ଅଭିଯୋଗ । କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୋତିଆ ପଡ଼ା ଗାଁର କେତକୀ ସାହୁଙ୍କୁ ଭୀଷଣ ଜ୍ବର ହେବାରୁ ପରିବାର ଲୋକେ ତାଙ୍କୁ କେସିଙ୍ଗା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ହେଲେ ଗୁରୁତର ଥିବା ରୋଗୀଙ୍କୁ ଦାଇତ୍ୱରେ ଥିବା ଡ଼ାକ୍ତର ଚିକିତ୍ସା ସେବା ଯୋଗାଇ ଦେବା ପରିବର୍ତ୍ତେ ତାଙ୍କ ଡିୟୁଟି ସମୟ ସରି ଯାଇଥିବା ଦର୍ଶାଇ ଚାଲି ଯାଇଥିଲେ । ପରେ ଅନ୍ୟ ଜଣେ ଡାକ୍ତର ଭଲ ଚିକିତ୍ସା ସେବା ଯୋଗାଇ ନଦେବାରୁୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ହେଲେ ଏହାକୁ ଦେଖି ଡାକ୍ତର ଜଣକ ଗଣ୍ଡଗୋଳ କରୁଥିବା ନେଇ ପୋଲିସକୁ କହିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଇଟିଭି ଭାରତ,ନିମାପଡ଼ା/ଭବାନୀପାଟଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.