ETV Bharat / state

ଶେଷ ପର୍ଯ୍ୟାୟରେ ପଟିଦିଅଁ ନିର୍ମାଣ କାର୍ଯ୍ୟ, ଅଣସର ବେଳେ ଶ୍ରୀଜୀଉଙ୍କ ସ୍ଥାନରେ ପାଇବେ ପୂଜା - Pati Dian for Anabasar Rituals

author img

By ETV Bharat Odisha Team

Published : Jun 21, 2024, 11:06 PM IST

Pati Dian Preparation: ଅଣସର ପିଣ୍ଡିରେ ମହାପ୍ରଭୁ ରହିବା ସମୟରେ ତାଙ୍କ ସ୍ଥାନରେ ପୂଜା ପାଇବେ ପଟିଦିଅଁ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

Pati Dian Preparation
Pati Dian Preparation (ETV Bharat Odisha)

ପୁରୀ: ସ୍ନାନବେଦୀରେ ସ୍ନାନ କରିବା ପରେ ଅଣସର ଘରେ ଜ୍ବରରେ ପୀଡ଼ିତ ହେବେ ଚତୁର୍ଦ୍ଧାମୂର୍ତ୍ତୀ । ମହାପ୍ରଭୁଙ୍କ ଉପଚାର ଲାଗି ଦଇତାପତି ସେବାୟତମାନେ ଅଣସର ଘରେ ଗୁପ୍ତ ସେବା କରିବେ । ଅଣସର ଦିନରେ ଶ୍ରୀବିଗ୍ରହଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ଏଣୁ ପାରମ୍ପରିକ ବିଧି ଅନୁଯାୟୀ ଚିତ୍ରକର ସେବକମାନେ ରୁକ୍ମିଣୀ ହରଣ ଏକାଦଶୀ ତିଥିରୁ ପଟିଦିଅଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିତ୍ରକରଙ୍କ ପାରମ୍ପରିକ ରଙ୍ଗ ଓ ତୂଳୀ ସ୍ପର୍ଶରେ ଜୀବନ୍ତ ରୂପ ନେଉଛନ୍ତି ମହାପ୍ରଭୁମାନେ ।

ପଟିଦିଅଁ ପ୍ରସ୍ତୁତି ସମୟରେ ଚିତ୍ରକର ସେବାୟତ ଓ ତାଙ୍କ ପରିବାର ଲୋକେ ହବିଷାନ୍ନ ଗ୍ରହଣ କରିଥାନ୍ତି । ପଟିଦିଅଁ ପ୍ରସ୍ତୁତି ପାଇଁ ପ୍ରଥମେ ନୂଆ ସୂତାକନା ଅଣାଯାଏ । ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରା ଯାଇ ବାଟି ଅଠା ପ୍ରସ୍ତୁତ କରାଯିବା ପରେ ସୂତାକନାର ଗୋଟିଏ ପାର୍ଶ୍ବରେ ଲେପନ କରାଯାଇ ଖରାରେ ଶୁଖାଇ ଦିଆଯାଏ । ଧଳା ଓ ଗେରୁଆ ରଙ୍ଗ ପାଣିରେ ତିନି ଦିଅଁଙ୍କ ଆକୃତି ଅଙ୍କନ କରାଯିବା ପରେ ବନକା କରାଯାଇ ପଟିଦିଅଁ ପ୍ରସ୍ତୁତ କରାଯାଏ । ତେବେ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୂବନେଶ୍ବରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ,‌ ଏବଂ ଶ୍ରୀସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଇଥାନ୍ତି ବୋଲି କହିଛନ୍ତି ଚିତ୍ରକର ସେବକ ।

ସ୍ନାନବେଦୀରୁ ଠାକୁରଙ୍କ ବାହୁଡା ଗୋଟି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଏକ ପଟୁଆର ବାହାରି ଚିତ୍ରକରଙ୍କ ଘରକୁ ଯାଇଥାଏ । ଚିତ୍ରକର ସେବାୟତଙ୍କ ଘରର ମହିଳାମାନେ ପାରମ୍ପରିକ ପୂଜାର୍ଚ୍ଚନା ସାରିବା ପରେ ଘଣ୍ଟ, ଛତ୍ରୀ, କାହାଳୀ ସହ ଶ୍ରୀମନ୍ଦିରକୁ ପଟି ଦିଅଁ ବିଜେ କରିଥାନ୍ତି । ଏହି ସମୟରେ ଯେଉଁ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ଵରୀ ପଟିଦିଅଁ ରୂପେ ଦର୍ଶନ କରିଥାନ୍ତି ସେମାନଙ୍କ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି କହିଛନ୍ତି ଦଇତାପତି ସେବକ ଓ ଗବେଷକ ।

ଏହା ମଧ୍ୟ ପଢ଼ନ୍ତୁ...ମହାପ୍ରଭୁଙ୍କ ସ୍ନାନଯାତ୍ରା କିପରି ହୁଏ ? ଜାଣନ୍ତୁ ଗଜାନନ ବେଶ କାହିଁକି ହୁଅନ୍ତି ଶ୍ରୀଜୀଉ - Snana Yatra 2024

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିତ୍ରକର ସେବକମାନଙ୍କୁ ପଟିଦିଅଁ ପ୍ରସ୍ତୁତି ପାଇଁ ଖେଇ ଆକାରରେ ଚଢ଼େଇ ନେଦା ମିଳିଥାଏ । ଆଖି ଦୃଶିଆ ପାରିଶ୍ରମିକ ନହେଲେ ମଧ୍ୟ ମହାପ୍ରଭୁଙ୍କ ପ୍ରତି ସେବା ମନୋଭାବ ନେଇ ବେଶ ଉତ୍ସାହର ସହ ପଟିଦିଅଁ ପ୍ରସ୍ତୁତ କରିଥାନ୍ତି ଏହି ଚିତ୍ରକର ସେବକମାନେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.