ETV Bharat / state

ସତ ହେଲା ଦୀର୍ଘ ବର୍ଷର ସ୍ବପ୍ନ, ହରିଦାସପୁର-ପାରାଦ୍ୱୀପ ରେଳପଥରେ ଗଡ଼ିଲା ଯାତ୍ରୀବାହୀ ରେଳ - କେନ୍ଦ୍ରାପଡ଼ା ଯାତ୍ରୀବାହୀ ରେଳ

Passenger Train Service Starts In Kendrapara: କେନ୍ଦ୍ରାପଡ଼ାରେ ଗଡିଲା ଯାତ୍ରୀବାହୀ ଟ୍ରେନ । ଦୀର୍ଘବର୍ଷର ପ୍ରତୀକ୍ଷା ଶେଷ ହୋଇଛି । ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଅଧିକ ପଢ଼ନ୍ତୁ

ହରିଦାସପୁର-ପାରାଦ୍ୱୀପ ରେଳପଥରେ ଗଡ଼ିଲା ଯାତ୍ରୀବାହୀ ରେଳ

author img

By ETV Bharat Odisha Team

Published : Mar 6, 2024, 11:25 AM IST

ହରିଦାସପୁର-ପାରାଦ୍ୱୀପ ରେଳପଥରେ ଗଡ଼ିଲା ଯାତ୍ରୀବାହୀ ରେଳ

କେନ୍ଦ୍ରାପଡ଼ା: ପୂରଣ ହେଲା କେନ୍ଦ୍ରାପଡ଼ାବାସୀଙ୍କ ବହୁ ଦିନର ସ୍ବପ୍ନ । ଜିଲ୍ଲାରେ ଗଡିଲା ପ୍ରଥମ ଯାତ୍ରୀବାହୀ ଟ୍ରେନ । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଗତକାଲି (ମଙ୍ଗଳବାର) ହରିଦାସପୁର-ପାରାଦ୍ୱୀପ ରେଳ ଲାଇନରେ ଗଡିଛି ମେମୁ ପ୍ୟାସେଞ୍ଜର ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ନୂଆ କରି ହରିଦାସପୁର- ପାରାଦ୍ବୀପ ରେଳଲାଇନରେ ଯାତ୍ରୀବାହୀ ଟ୍ରେନ ଗଡ଼ିବା ପରେ କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ରେଳ ମାନଚିତ୍ରରେ ଯୋଡି ହୋଇଛି । ଜିଲ୍ଲାବାସୀଙ୍କ ମଧ୍ୟରେ ଏଥିପାଇଁ ନାହିଁ ନଥିବା ଉତ୍ସାହ ଦେଖାଦେଇଛି । ଏହାଦ୍ୱାରା ଜିଲ୍ଲାରେ ଗମନାଗମନ ସହ ଅର୍ଥନୈତିକ ଅଭିବୃଦ୍ଧି ହେବାର ଆଶା ଉଜ୍ୱଳ ହୋଇଛି ।

କେନ୍ଦ୍ରାପଡ଼ାକୁ ଗଡିଲା ଯାତ୍ରୀବାହୀ ମେମୁ ଟ୍ରେନ । ଦିନେ ରେଳବିହୀନ ଜିଲ୍ଲାର ଆଖ୍ୟା ଅର୍ଜ୍ଜନ କରିଥିବା କେନ୍ଦ୍ରାପଡାରେ ଦୀର୍ଘବର୍ଷ ପରେ ମାଲବାହୀ ଟ୍ରେନ୍ ଗଡିଥିବା ବେଳେ କେବେ ଯାତ୍ରୀବାହୀ ଟ୍ରେନ୍ ଗଡିବ ତାକୁ ଅପେକ୍ଷା କରିଥିଲେ ଜିଲ୍ଲାବାସୀ । ମାର୍ଚ୍ଚ 5 ତାରିଖରେ କେନ୍ଦ୍ରାପଡାବାସୀଙ୍କ ସେହି ସ୍ୱପ୍ନ ପୂରଣ ହୋଇଛି । କେନ୍ଦ୍ରାପଡାକୁ ଗଡିଛି ପ୍ରଥମ ଯାତ୍ରୀବାହୀ ଟ୍ରେନ୍ । ଚଣ୍ଡିଖୋଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯାତ୍ରୀବାହୀ ଟ୍ରେନର ଶୁଭାରମ୍ଭ କରିଛନ୍ତି । ପାରାଦ୍ଵୀପ ଷ୍ଟେସନରୁ ବାହାରି କେନ୍ଦୁଝର ପର୍ଯ୍ୟନ୍ତ ଗଡିଛି ଏହି ମେମୁ ଟ୍ରେନ । ଯାତ୍ରୀବାହୀ ଟ୍ରେନ୍ ଗଡିବା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ଅର୍ଥନୈତିକ ବିକାଶ ହେବ । ଏଥିସହ ବିଭିନ୍ନ ସ୍ଥାନକୁ ଯାତ୍ରୀ ପରିବହନ ସୁଗମ ହୋଇ ପାରିବ । ମେମୁ ଗଡ଼ିବା ଫଳରେ ଘଟଗାଁର ମା’ ତାରିଣୀ ପୀଠରୁ ବଳଦେବଜୀଉ ପୀଠକୁ ଯାତାୟାତ ସୁଗମ ହୋଇ ପାରିଛି ।

ଦୀର୍ଘ ୩୮ ବର୍ଷ ପରେ ହରିଦାସପୁର-ପାରାଦୀପ ରେଳପଥ ପୂର୍ଣ୍ଣାଙ୍ଗ ହୋଇ ୨୦୨୦ ମସିହାରୁ ମାଲବାହୀ ଟ୍ରେନ ଚାଲୁଥିଲା । ୮୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଭାରତର ପ୍ରଥମ ଫାଟକବିହୀନ ଏହି ରେଳପଥରେ ଯାଜପୁର ଜିଲ୍ଲାରେ ୨୯ କିଲୋମିଟର, ଜଗତସିଂହପୁର ଜିଲ୍ଲାରେ ୧୦ କିଲୋମିଟର ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହାର ଦୈର୍ଘ୍ୟ ୪୩ କିଲୋମିଟର ରହିଛି । ଏହି ଫାଟକବିହୀନ ରେଳପଥ ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ଯୋଡିଛି । ୧୯୮୪-୮୫ ମସିହାରେ ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ ମଞ୍ଜୁର ହୋଇଥିଲା । ୧୯୯୯ ମସିହାରେ ଏପ୍ରିଲରେ ପ୍ରକଳ୍ପ ଶିଳାନ୍ୟାସ ହୋଇଥିଲା । ୮୨ କିମି ୨ ଶହ ମିଟର ଏହି ରେଳ ପଥକୁ ଫାଟକବିହୀନ କରାଯାଇଛି । ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ଦେଇ ଗତି କରୁଥିବା ଏହି ରେଳପଥରେ ୩୧ଟି ବୃହତ ଓ ମଧ୍ୟମ ସେତୁ, ୧୬୪ଟି ଓଭର ବ୍ରିଜ ଓ ୯ ଟି ରେଲୱେ ଷ୍ଟେସନ ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ହରିଦାସପୁର-ପାରାଦ୍ୱୀପ ରେଳ ମାର୍ଗରେ ଗଡିବ ପ୍ରଥମ ଯାତ୍ରୀବାହୀ ଟ୍ରେନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ତେବେ ଅନ୍ୟ ଦୁଇ ଜିଲ୍ଲାରେ ପୂର୍ବରୁ ରେଳ ସେବା ଥିବାରୁ କେନ୍ଦ୍ରାପଡା ପାଇଁ ଏହି ପ୍ରକଳ୍ପ ବିଶେଷ ଭାବେ ଗୁରୁତ୍ୱ ବହନ କରିଛି । ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ବିଭିନ୍ନ ସମୟରେ ଦାବୀ ହୋଇ ଆସୁଥିଲା । କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ବହୁ ଦିନର ଆଶା ଓ ଆକାଂକ୍ଷା ପୂରଣ ହୋଇଛି । ଏହା ପୂର୍ବରୁ "କମିଶନ ଫର୍ ରେଲୱେ ସେଫଟୀ"ର ଏକ ବିଶେଷଜ୍ଞ ଟିମ୍‌ କେନ୍ଦ୍ରାପଡାରେ ପହଞ୍ଚି ଦୁଇ ଦିନ ଧରି ରେଳ ଲାଇନ୍ ଯାଞ୍ଚ୍ କରିବା ସହ ପରୀକ୍ଷାମୂଳକ ଭାବେ ଏକ ପାସେଞ୍ଜର ଟ୍ରେନ୍ ଏହି ଟ୍ରାକ୍‌ରେ ଚଳାଚଳ କରାଯାଇ ବୈଷୟିକ ଯାଞ୍ଚ କରାଯାଇଥିଲା । ତେବେ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ କେନ୍ଦ୍ରାପଡା ଜିଲ୍ଲାକୁ ଗଡ଼ିଛି ଯାତ୍ରୀବାହୀ ଟ୍ରେନ । ଏବେ ଯଦିଓ ଏବେ ପାରାଦ୍ଵୀପ ଭାୟା କେନ୍ଦୁଝର ପାଇଁ ରେଳ ଚଳାଚଳ କରିବ ତେବେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଟ୍ରେନ ଗଡ଼ିବ ବୋଲି କେନ୍ଦ୍ରାପଡା ବାସୀ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.