ଭୁବନେଶ୍ୱର: ଯୁକ୍ତ ଦୁଇ ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ । ପ୍ରାକ୍ଟିକାଲ ନଥିବା ବିଷୟରେ ୮୦ ମାର୍କ ଥିଓରୀ ପରୀକ୍ଷାରେ ୨୪ ରଖିଲେ ପାସ୍ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ।
ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ-
ବଦଳିଛି ଯୁକ୍ତ ଦୁଇ ପରୀକ୍ଷାର ଢାଞ୍ଚା । ଏହା ସହ ମାର୍କିଂ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହୋଇଛି । ଚଳିତ ଥର ନୂଆ ଢାଞ୍ଚାରେ ଦିଆଯିବ ମାର୍କ । ପ୍ରାକ୍ଟିକାଲ ନଥିବା ବିଷୟର ହେବ ୮୦ ମାର୍କର ପରୀକ୍ଷା । ତେବେ ଏହି ୮୦ ମାର୍କରୁ ୨୪ ମାର୍କ ରଖିଲେ ପାସ୍ ହେବେ ପରୀକ୍ଷାର୍ଥୀ । ଚଳିତ ବର୍ଷ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
![Plus two Exam question pattern](https://etvbharatimages.akamaized.net/etvbharat/prod-images/22-11-2024/od-bbsr-04-education-plustwo-exam-7206049_20082024220424_2008f_1724171664_680_2211newsroom_1732271186_774.jpg)
ଯଥା- ତେବେ ଯଦି ଜଣେ ଛାତ୍ର ଇତିହାସରେ 20 ମାର୍କର ଇଣ୍ଟରନାଲରୁ 18 ମାର୍କ ରଖନ୍ତି ଏବଂ 80 ମାର୍କର ଥିଓରୀରୁ 20 ମାର୍କ ରଖନ୍ତି, ତେବେ ତାଙ୍କ ସମୁଦାୟ ମାର୍କ ହେବ 38 କିନ୍ତୁ ତାଙ୍କୁ ଫେଲ୍ ଘୋଷଣା କରାଯିବ କାରଣ ସେ ବାର୍ଷିକ ପରୀକ୍ଷାରେ 80 ମାର୍କରୁ 20 ମାର୍କ ପାଇଛନ୍ତି ।
![Council of Higher Secondary Education](https://etvbharatimages.akamaized.net/etvbharat/prod-images/22-11-2024/od-bbsr-01-chse-exam-marks-changes-7206049_22112024153323_2211f_1732269803_701_2211newsroom_1732271186_659.jpeg)
ସିବିଏସଇ ଢାଞ୍ଚାରେ ହେବ ପରୀକ୍ଷା:-
ଚଳିତ ବର୍ଷ ପାସ୍ ହାର ବୃଦ୍ଧି କରିବାକୁ ସିବିଏସଇ ଢାଞ୍ଚାରେ ପରୀକ୍ଷା କରାଯାଉଛି। ୮୦ ମାର୍କରୁ ୨୦ ମାର୍କର ମଲ୍ଟିପଲ ଚଏଚ୍ ପ୍ରଶ୍ନ ରହିବ।
୪୫ ଦିନରେ ପରୀକ୍ଷା ଫଳ:-
ଇଣ୍ଟରନାଲ, ପ୍ରାକ୍ଟିକାଲ ଓ ମେନ ପରୀକ୍ଷା ସମସ୍ତ ଷ୍ଟ୍ରିମର ସରିବାର 45 ଦିନ ଭିତରେ ଫଳ ବାହାରିବ । ବର୍ତ୍ତମାନ ଫର୍ମ ଫିଲଅପ ଚାଲିଛି ଯେଉଁମାନେ କରି ନାହାନ୍ତି, ଫାଇନ ଡେଟରେ କରିବେ ।
75 ପ୍ରତିଶତ ଉପସ୍ଥାନ ନଥିଲେ ମିଳିବନି ଆଡମିଟ କାର୍ଡ:-
ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାପନ 75% ନଥିବ ସେମାନଙ୍କୁ ଆଡମିଟ କାର୍ଡ ମିଳିବ ନାହିଁ । କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ।
୨୨ ଦିନ ଧରି ଚାଲିବ ଯୁକ୍ତ ଦୁଇ ପରୀକ୍ଷା:-
ଆସନ୍ତା ଫେବୃଆରୀ ୧୮ରୁ ଆରମ୍ଭ ହେବ +2 ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ୨୨ ଦିନ ଧରି ଚାଲିବ ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ପାଇଁ NON PRACTICAL ବିଷୟ ପାଇଁ ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟ ରଖାଯାଇଛି । ବିଭିନ୍ନ ଯୁକ୍ତ ଦୁଇ ସ୍କୁଲ ଅନଲାଇନରେ ପିଲାଙ୍କ ମାର୍କ CHSEକୁ ପଠାଇବେ । NON PRACTICAL ପରୀକ୍ଷା ୮୦ ମାର୍କର କରାଯିବ । CBSE ପାଟର୍ନ ପରି MCQ ବା OBJECTIVE QUESTIONSକୁ ଗୁରୁତ୍ୱ ଦିଆଯାଇଛି । ୩୦ ପ୍ରତିଶତ ପ୍ରଶ୍ନ OBJECTIVE ରହୁଛି । ୧୨୮୦ଟି ସେଣ୍ଟରରେ ହେବ ପରୀକ୍ଷା।
ଏହା ବି ପଢନ୍ତୁ- ଫେବୃଆରୀ ୧୮ରୁ +2 ପରୀକ୍ଷା, କେଉଁ ଦିନ କେଉଁ ବିଷୟ ଜାଣନ୍ତୁ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, "ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ହେବ ପରୀକ୍ଷା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପରୀକ୍ଷା । ୧୮ ତାରିଖରେ ବିଜ୍ଞାନ ବିଭାଗର ଓଡ଼ିଆ ପରୀକ୍ଷା କରାଯିବ । ତେବେ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଓଡ଼ିଆ ପରୀକ୍ଷା ଅନୁଷ୍ଠିତ ହେବ । ଏହାସହ ସକାଳ ୧୦ଟାରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ପରୀକ୍ଷା ହେବ ।"
କପି ରୋକିବା ପାଇଁ ନୂଆ ପ୍ଲାନ୍-
"ଫେବୃଆରୀ ୧୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ସମସ୍ତ ସେଣ୍ଟର୍ ପ୍ରସ୍ତୁତ ହୋଇଛି । ରାଜ୍ୟରେ ୧୧୬୦ କଲେଜରେ ସେଣ୍ଟର କରାଯାଇଥିବା ବେଳେ ଆଉ ୧୨୦ଟି ଅପ୍ ଗ୍ରେଡ ସ୍କୁଲରେ ମଧ୍ୟ ସେଣ୍ଟର କରାଯାଇଛି । ସବୁଠି ସିସିଟିଭି କ୍ୟାମେରା ଲଗାଯିବାକୁ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ୫୦୦ଟି କେନ୍ଦ୍ରକୁ live steaming କରାଯାଇଛି । କପି ରୋକିବାକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରରେ ହେବ ସେଣ୍ଟ୍ରାଲ ସ୍କ୍ବାର୍ଡ । ଯାହା ସୁରକ୍ଷିତ ଭାବରେ ପରୀକ୍ଷା ପାଇଁ ଆହୁରି ସରଳୀକରଣ ହୋଇପାରିବ । ଗୋଟିଏ ସ୍କ୍ବାର୍ଡ ଖୁବ୍ କମ୍ ସମୟ ମଧ୍ୟରେ ଗୋଟିଏ କଳେଜରୁ ଅନ୍ୟ ଏକ କଲେଜକୁ ଯାଇପାରିବ ।"
ଖାତା ଦେବା ପୂର୍ବରୁ ଦିଆଯିବ କିଛି ସମୟ:
ତେବେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ କିଛି ସମୟ । ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରାଯିବ । ପରୀକ୍ଷା ପାଇଁ ଯେକୌଣସି ତ୍ରୁଟି ଏବଂ ଆୟୋଗ ତୁରନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ନଜରକୁ ଆଣିବା ଆବଶ୍ୟକ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ଚଳିତ ବର୍ଷ ପାଖାପାଖି ୩ ଲକ୍ଷ ୯୧ ୮୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ଇଟିଭି ଭାରତ, ଭୁବନେଶ୍ୱର