ETV Bharat / state

ଛତୁଆ ପ୍ୟାକେଟରୁ ବାହାରୁଛି ଚୋକଡ, କାଠିକୁଟା, ଉଚ୍ଚସ୍ତରୀୟ ତଦନ୍ତ ଦାବି - Low quality chhatua

Low quality chhatua: ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସ୍ତୁତ ମୋ ଛତୁଆରେ ବାହାରୁଛି ଚୋକଡ ଓ କାଠିକୁଟା । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିଭାବକ । ଅଧିକ ପଢନ୍ତୁ

Nimapada Low quality chhatua
Nimapada Low quality chhatua
author img

By ETV Bharat Odisha Team

Published : Apr 12, 2024, 3:02 PM IST

Nimapada Low quality chhatua

ନିମାପଡା: ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସ୍ତୁତ ମୋ ଛତୁଆକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ନିମ୍ନମାନର ଛତୁଆ ବଣ୍ଟାଯାଉଥିବା ବେଳେ ପ୍ୟାକେଟରୁ ବାହାରୁଛି ଚୋକଡ ଓ କାଠି । ଏଭଳି ଛତୁଆ ଦିଆଯାଇ କୋମଳମତି ଶିଶୁ ଓ ଗର୍ଭବତୀମାନଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଉଥିବା ନେଇ ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଜଣେ ଅଭିଭାବକ । ଅନ୍ୟପଟେ ଏନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ।

ରାଜ୍ୟ ସରକାର ପକ୍ଷରୁ କୋମଳମତି ଶିଶୁ ,ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଅପପୃଷ୍ଟି ଦୂର ସହିତ ସୁଷମ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଛତୁଆ, ଅଣ୍ଡା, ବୁଟ ଆଦି ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଯୋଗାଇ ଦିଆଯାଉଛିି । ହେଲେ ପୁରୀ ଜିଲ୍ଲା ନିମାପଡ଼ାରେ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ଆମ ଛତୁଆକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ଛତୁଆ ପ୍ୟାକେଟ ଚୋକଡ ଭଳି ଦାନା ଓ କାଠି ବାହାରୁଥିବା ଅଭିଯୋଗ ଆସିଛି । ଏହି ନିମ୍ନମାନର ଛତୁଆ କୋମଳମତି ଶିଶୁ ଓ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଅଭିଯୋଗ ହେଉଛି ।

ଏହାମଧ୍ୟ ପଢନ୍ତୁ.. ବ୍ୟାପକ ସମସ୍ୟା ଘେରରେ ଅଙ୍ଗନବାଡି କେନ୍ଦ୍ର, ଛୁଆଙ୍କୁ ମିଳୁନି ଅଣ୍ଡା ଛତୁଆ

ନିମାପଡ଼ା ବ୍ଲକରେ ପ୍ରକଳ୍ପ ସ୍ତରୀୟ ମହାସଂଘ ଛତୁଆ ପ୍ରସ୍ତୁତିର ଦାୟିତ୍ଵ ନେଇଛି । ପ୍ରତି ମାସରେ ତିଆରି ହେଉଥିବା ଆମ ଛତୁଆ ନିମାପଡ଼ା ବ୍ଲକ ଓ ଏନଏସି ଅଞ୍ଚଳରେ ଥିବା 379 ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ବଣ୍ଟନ ପାଇଁ ଯୋଗାଇ ଦିଆଯାଉଛି । ଅଙ୍ଗନବାଡ଼ି ଦିଦିମାନେ ଶିଶୁ ଓ ଗର୍ଭବତୀମାନଙ୍କୁ ଖାଇବା ପାଇଁ ଛତୁଆ ବଣ୍ଟନ କରିଥାନ୍ତି । ତେବେ ଯୋଗାଇ ଦିଆଯାଉଥିବା ଏହି ଛତୁଆ ଅତି ନିମ୍ନମାନର ହୋଇଥିବା ନେଇ ଅଭିଭାବକ ଜୀବନ ଜ୍ୟୋତି ଶତପଥୀ ଅଭିଯୋଗ କରିଛନ୍ତି ।

ନିମାପଡ଼ା ଏନଏସି ଅନ୍ତର୍ଗତ ଅମାଲାପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ଶିଶୁକୁ ଏହି ଛତୁଆ ପ୍ୟାକେଟ ଦିଆଯାଇଥିଲା । ଘରେ ଶିଶୁର ଅଭିଭାବକ ଛତୁଆକୁ ଚଲେଇବା ପରେ ସେଥିରୁ ଚୋକଡ ଭଳି ଦାନା ଓ ବଡବଡ କାଠି କୁଟା ଦେଖିବାକୁ ପାଇଥିଲେ । ଅନ୍ୟପଟେ ଛତୁଆ ପ୍ୟାକେଟ ଉପରେ କୌଣସି ପ୍ରସ୍ତୁତି ତାରିଖ କିମ୍ବା ଅବଧି ତାରିଖ ମଧ୍ୟ ଲେଖାଯାଇନଥିଲା । ଏ ସମ୍ପର୍କରେ ଶିଶୁର ଅଭିଭାବକ ଅଙ୍ଗନବାଡ଼ି କର୍ମୀଙ୍କୁ ପଚାରିବାରୁ ଅଙ୍ଗନବାଡି ଦିଦି ନିଜ ଦୋଷ ଛଡାଇ 'ଆମକୁ ଯାହା ଦିଆଯାଉଛି, ତାହା ଆମେ ଦେଉଛୁ" କହିଥିଲେ ।

ଘଟଣା ସମ୍ପର୍କରେ ନିମାପଡ଼ା ଶିଶୁ ବିକାଶ ଅଧିକାରୀ ତନୁପ୍ରଭା ବେଉରାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ମାତ୍ର କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ । ଅନ୍ୟପଟେ ଛତୁଆର ମାନକୁ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ଦାବି କରିଛନ୍ତି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.