ETV Bharat / state

ଦେଶରେ ସବୁ ବନ୍ଦରକୁ ପଛରେ ପକାଇଲା ପାରାଦ୍ୱୀପ ବନ୍ଦର, 50 MMT ପଣ୍ୟ କାରବାରରେ ରେକର୍ଡ - fastest ever in PPA history

author img

By ETV Bharat Odisha Team

Published : Aug 2, 2024, 11:28 AM IST

Paradip Port cargo throughput zoomed past 50 MMT Million Metric Tonnes mark: 1965 ମସିହା ଜୁନ 1 ତାରିଖରେ କେନ୍ଦ୍ର ସରକାର ନିଜ ହାତକୁ ନେଇଥିଲେ । ପାରାଦ୍ୱୀପ ବନ୍ଦର ର କାରବାର ଦିନକୁ ଦିନ ବୃଦ୍ଧି ପାଇବା ସହ ବିଦେଶକୁ କାର୍ଗୋ ହାଂଡିଲିଙ୍ଗ ରପ୍ତାନୀ ବୃଦ୍ଧି ପାଉଛି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଜଗତସିଂହପୁର: ଜିଲ୍ଲାର ପାରାଦ୍ୱୀପ ବନ୍ଦରରେ ପଣ୍ୟ କାରବାର ରେକର୍ଡ ସୃଷ୍ଟି କରିଛି । ଯାହାକୁ ଭାରତ ବର୍ଷ ଅନ୍ୟ ବନ୍ଦରକୁ ପଛରେ ପକାଇ ଦେଇଛି ପାରାଦ୍ୱୀପ ବନ୍ଦର । ପାରାଦ୍ୱୀପ ବନ୍ଦର ମୋଟ 50,16 ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଗତବର୍ଷ ତୁଳନାରେ ଏହା 5.16 ପ୍ରତିଶତ ଅଧିକ ବୋଲି ପାରାଦ୍ୱୀପ ବନ୍ଦର ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ- ଗଭୀର ସମୁଦ୍ରରେ ଚାଇନା ଜାହାଜ ଅଟକ, ମୋବାଇଲ ସାଟେଲାଇଟରେ ଫଟୋ ଉଠାଇଥିଲା - Inspection of Ocean GOURI ship

ସମଗ୍ର ଦେଶରେ ଥିବା 13 ଟି ମେଜର ପୋର୍ଟ ମଧ୍ୟରେ ପାରାଦ୍ୱୀପ ବନ୍ଦର ପଣ୍ୟ କାରବାରରେ ଏକ ସର୍ବ କାଳୀନ ରେକର୍ଡ ସୃଷ୍ଟି କରିଛି । ଯାହାକୁ ନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଦ ବନ୍ଦରର ସମସ୍ତ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି । ପାରାଦ୍ୱୀପ ବନ୍ଦର ର ଲମ୍ବା ଯାତ୍ରାର ବିରଳ ରେକର୍ଡ ଅନ୍ୟ ବନ୍ଦର ମାନଙ୍କୁ ପଛରେ ପକାଇ ଦେଇଛି।

ଏହା ବି ପଢନ୍ତୁ- ପାରାଦ୍ବୀପରେ ଗିରଫ ହେଲା ଚୀନ ଜାହାଜ; ହେଲେ କ'ଣ କାରଣ ? - Chinese ship arrested

ପାରାଦ୍ୱୀପ ବନ୍ଦର କୁ ଯଦି ଦେଖାଯାଏ ଓଡ଼ିଶାର ପ୍ରଥମ ପଣ୍ୟବାହୀ ବନ୍ଦର ଭାବରେ 1962 ମସିହା ଜାନୁଆରୀ 3 ତାରିଖରେ ନନ ମେଜର ପୋର୍ଟ ଭାବରେ କାର୍ଯ୍ୟକ୍ଷମ ହୋଇଥିଲା।ସେ ସମୟରେ ଏହା ଓଡିଶା ସରକାରଙ୍କ ଅଧିନ ରେ ରହି ଆସିଥିଲା ।1965 ମସିହା ଜୁନ 1 ତାରିଖରେ କେନ୍ଦ୍ର ସରକାର ନିଜ ହାତକୁ ନେଇଥିଲେ। ପାରାଦ୍ୱୀପ ବନ୍ଦର ର କାରବାର ଦିନକୁ ଦିନ ବୃଦ୍ଧି ପାଇବା ସହ ବିଦେଶ କୁ କାର୍ଗୋ ହାଂଡିଲିଙ୍ଗ ରପ୍ତାନୀ ବୃଦ୍ଧି ପାଇବା ଫଳରେ 1966 ମସିହା ଏପ୍ରିଲ18 ତାରିଖରେ କେନ୍ଦ୍ର ସରକାର ଏହାକୁ ମେଜର ପୋର୍ଟ (major port of india)ର ମାନ୍ୟତା ପ୍ରଦାନ କରିଥିଲେ।

ସେହିଦିନ ଠାରୁ ଦେଶର 13 ଟି ମେଜର ପୋର୍ଟ ରେ ପାରାଦ୍ୱୀପ ବନ୍ଦର ସାମିଲ ହୋଇଥିଲା। ବିଗତ50 ବର୍ଷ ମଧ୍ୟରେ ପାରାଦ୍ୱୀପ ବନ୍ଦର ଦେଶର1ନମ୍ବର ବନ୍ଦର ଭାବରେ ଉଭା ହୋଇଛି।ପାରାଦ୍ୱୀପ ବନ୍ଦର ଆଜି 50,16 ମିଲିୟନ ମେଟ୍ରିକ ଟନ ର ପଣ୍ୟ କାରବାର କରି 13 ଟି ମେଜର ବନ୍ଦର ମଧ୍ୟରୁ ସର୍ବ କାଳୀନ ରେକର୍ଡ ସୃଷ୍ଟି କରିଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.