ETV Bharat / state

'ବାପି-ସମ୍ବିତ ଏକାଠି ହେଲେ ପାରାଦ୍ବୀପ ବନ୍ଦ କରିଦେବୁ' - Bapi and Sambit Joint Press Meet

author img

By ETV Bharat Odisha Team

Published : Apr 19, 2024, 8:55 AM IST

Bapi and Sambit Joint Press Meet: ଏକାଠି ହୋଇଛନ୍ତି ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଓ ଶ୍ରମିକ ନେତା ବାପି ସର୍ଖେଲ । ଆଗାମୀ ନିର୍ବାଚନରେ ବିଜେଡିକୁ ଏକତରଫା ବିଜୟ କରାଇବାକୁ ପ୍ରସ୍ତୁତ ହେଉଛି ରଣନୀତି । ଅଧିକ ପଢ଼ନ୍ତୁ

Bapi and Sambit Joint Press Meet
Bapi and Sambit Joint Press Meet
Bapi and Sambit Joint Press Meet

ପାରାଦ୍ବୀପ (ଜଗତସିଂହପୁର): ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରେ ଏକାଠି ହୋଇଛନ୍ତି ଦୁଇ ବାପି । ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ଓରଫ ବାପି ଓ 'ଆମ ପାରାଦ୍ବୀପ ଆମ ପ୍ରଗତି'ର ପ୍ରତିଷ୍ଠାତା ତଥା ଶ୍ରମିକ ନେତା ବାପି ସର୍ଖେଲ ଓରଫ ଅରିନ୍ଦମ ସର୍ଖେଲ ଏବେ ଏକାଠି । ଉଭୟ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ବୀପ ବିକାଶର କଥା ଆଲୋଚନା କରିଥିଲେ । ପାରାଦ୍ବୀପରେ ରାସ୍ତା ସମସ୍ୟା ଯୋଗୁଁ ଦୁର୍ଘଟଣା ବୃଦ୍ଧି, ପାରାଦ୍ବୀପବାସୀଙ୍କ ସ୍ବାସ୍ଥ୍ୟସେବା ପାଇଁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ ପ୍ରସଙ୍ଗ ଭଳି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଦୁଇ ବାପି ।

ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, "ପାରାଦ୍ବୀପରେ ରାସ୍ତାଘାଟର ସମସ୍ୟା ରହିଛି । ଅଧିକାଂଶ ଅଞ୍ଚଳ ପାରାଦ୍ବୀପ ପୋର୍ଟ ଅଧିନରେ ଆସୁଛି । ପୋର୍ଟ ମଧ୍ୟକୁ ଲୁହାପଥର ବୋଝେଇ ଟ୍ରକ ଯାତାୟାତ କରୁଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଛି । ଯଦି ପାରାଦ୍ବୀପ ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ସଜାଗ ନହୁଅନ୍ତି, ତେବେ ଆଗାମୀ ଦିନରେ ଆମେ ଉଭୟ ମିଶିଲେ ପୋର୍ଟକୁ ଅଚଳ କରିଦେବୁ ।" ଫଳରେ ବାଧ୍ୟ ହୋଇ ବନ୍ଦର ପ୍ରଶାସନ ଏହାର ପ୍ରତିକାର କରିବ ବୋଲି ଧମକ ଦେଇଥିଲେ ବିଧାୟକ ସମ୍ବିତ ରାଉତରାୟ ।

ଏହା ମଧ୍ୟ ପଢ଼ନ୍ତୁ...ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ - Monideepa sarkhel

ଏହି ମିଳିତ ସାମ୍ବାଦିକ ସମ୍ମିଳନୀରେ ବାପି ସର୍ଖେଲ କହିଛନ୍ତି, "ମୁଁ କଂଗ୍ରେସରୁ ଇସ୍ତଫା ଦେଇସାରିଛି । ମୋ ପତ୍ନୀ ବିଜୁ ଜନତା ଦଳରେ ସାମିଲ ହୋଇସାରିଛନ୍ତି । 'ଆମ ପାରାଦ୍ବୀପ ଆମ ପ୍ରଗତି' ବ୍ୟାନରରେ ନିର୍ବାଚିତ ହୋଇଥିବା ସମସ୍ତ କାଉନସିଲରମାନେ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ସପକ୍ଷରେ ଯେପରି ଏକତରଫା ଭୋଟ୍ ଆସିବ ସେନେଇ ରଣକୌଶଳ ଆରମ୍ଭ ହୋଇଛି ।" ନିଶ୍ଚିତ ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ଗୀତାଞ୍ଜଳୀ ରାଉତରାୟ ବିଜୟୀ ହେବେ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ଅରିନ୍ଦମ ଓରଫ ବାପି ସର୍ଖେଲ ।

ପ୍ରକାଶ ଥାଉକି, ପୂର୍ବତନ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ଗତ ମାର୍ଚ୍ଚ ୧୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ । ଦୀର୍ଘ ଦିନର ନୀରବତା ପରେ ରାଜନୈତିକ ମୈଦାନକୁ ଗୋଡ଼ କାଢିଥିଲେ ମୋନିଦୀପା । ବିଜେଡିରେ ଯୋଗ ଦେବା ପରେ ସେ ପାରାଦ୍ବୀପରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ସେ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ । ମୋନିଦୀପାଙ୍କ ସମର୍ଥନରେ ଜିତିଥିବା ସ୍ବାଧୀନ କାଉନସିଲର ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ । ହେଲେ ପାରାଦ୍ବୀପରେ ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକଟ ଦେଇଛି ବିଜେଡି । ଏହା ପୂର୍ବରୁ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ମୋନିଦୀପା ସର୍ଖେଲଙ୍କୁ ଦାୟିତ୍ଵ ଦେଇଛି ବିଜେଡି । ତେବେ ତାଙ୍କ ସ୍ବାମୀ ତଥା ଶ୍ରମିକ ନେତା ବାପି ସର୍ଖେଲ ଯଦିଓ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି, ସେ ଏବେ ଯାଏଁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇନାହାନ୍ତି । ହେଲେ ବାହାରୁ ସେ ଶାସକ ଦଳକୁ ଭରପୁର ସମର୍ଥନ ଯୋଗାଉଥିବା ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢ଼ନ୍ତୁ...ସାମାଜିକ କାର୍ଯ୍ୟକ୍ରମରେ ପାରାଦ୍ବୀପ ବିଧାୟକ ସପତ୍ନୀକ ସାମିଲ, ଲଉଡ଼ି ଖେଳରେ ନାଚିଲେ ଦାଣ୍ଡିଆ - Paradeep Assembly constituency

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.