ETV Bharat / state

ବିଧାନସଭାରେ ପୋଲାଭରାମ ତାତି; ଲଢେଇ ଜାରି ରହିବ କହିଲେ ନବୀନ, 4 ଟା ଯାଏ ଗୃହ ମୁଲତବୀ - ODISHA ASSEMBLY HOUSE ADJOURNED

ପୋଲାଭରାମ ପ୍ରକଳ୍ପକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

odisha assembly winter session
odisha assembly winter session (ETV BHARAT ODISHA)
author img

By ETV Bharat Odisha Team

Published : Dec 6, 2024, 11:50 AM IST

Updated : Dec 6, 2024, 1:57 PM IST

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନରେ ଆଜି ଆରମ୍ଭରୁ ହୋହଲ୍ଲା । ପୋଲାଭରାମ ପ୍ରକଳ୍ପକୁ ନେଇ କମ୍ପିଲା ଗୃହ, ଧୋଇଗଲା ପ୍ରଶ୍ନକାଳ । କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ଚାଲି ପାରିଲାନି ଗୃହ । ପୋଲାଭରମ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ କଂଗ୍ରେସର ପ୍ରତିବାଦ । ଦିନ ସାଢେ଼ ୧୧ ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବିରୋଧୀଙ୍କ ପ୍ରତିବାଦ ଜାରି ରହିଥିବାରୁ ଗୃହ 4 ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।

''ପୋଲାଭରାମ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନ ହୋଇ ପାରିବନି''

ବିରୋଧୀ ସଦସ୍ୟଙ୍କ ପ୍ରତିବାଦ ପରେ ବାଚସ୍ପତିଙ୍କ ବିବୃତି।'' କଂଗ୍ରେସ ବିଧାୟକ ଦଳ ନେତାଙ୍କ ଠାରୁ ପୋଲାଭରମ ପ୍ରସଙ୍ଗରେ ମୁଲତବୀ ନେଇ ନୋଟିସ ପାଇଥିଲି। ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ପଠାଇ ଦିଆଯାଇଥିଲା। କିନ୍ତୁ ଏହି ଘଟଣା ନ୍ୟାୟାଳୟରେ ବିଚାରାଧୀନ ଅଛି ବୋଲି ମନ୍ତ୍ରୀ କହିଥିଲେ। ତେଣୁ ବିଧାନସଭା ନିୟମ ଅନୁଯାୟୀ କୋର୍ଟରେ ମାମଲା ଥିବାରୁ ଏହି ପ୍ରସଙ୍ଗରେ ଆଲୋଚନ ହୋଇ ପାରିବନି। ''

ଡବଲ ଇଞ୍ଜିନ ସରକାର ବିରୋଧରେ ନାରା ଦେଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକମାନେ । ଏହାପରେ ଗୃହକୁ ସ୍ଵାଭାବିକ କରିବାକୁ ନିଜ ଆସନରୁ ଠିଆ ହୋଇ କହିଥିଲେ ବିରୋଧୀ ଦଳ ମୂଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରଶ୍ନ କାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ପ୍ରତିବାଦ କରିଥିବା ବେଳେ ସ୍ଵାଭାବିକ ନ ହେବାରୁ ସାଢେ଼ ୧୧ ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପୋଲାଭରାମ ପ୍ରକଳ୍ପ ଏବେ କୋର୍ଟରେ ବିଚାରାଧୀନ ରହିଛି ।

ଏହା ମଧ୍ୟ ପଢନ୍ତୁ-ବିଧାନସଭାରେ ଆଳୁ ତାତି, ସରକାରଙ୍କୁ ପ୍ରଶ୍ନବାଣରେ ଘେରିଲେ ବିରୋଧୀ

ସୂଚନା ଥାଉକି, ପୋଲାଭରାମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ରୂପେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିରୋଧୀ କିନ୍ତୁ ପୋଲାଭରାମ ପ୍ରକଳ୍ପକୁ ବିରୋଧ କରୁଛନ୍ତି । ବିଜୁ ଜନତା ଦଳ ଏ ପ୍ରସଙ୍ଗରେ ବ୍ୟାପକ ଅଭିମୁଖ୍ୟ ପୋଷଣ କରିଛି । ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ପୋଲାଭରାମ ପ୍ରକଳ୍ପ ଅଞ୍ଚଳକୁ ଯାଇ ସର ଜମିନ ଅନୁଧ୍ୟାନ କରିଥିଲେ । ଏପରିକି ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ କଂଗ୍ରେସ ଟିମ ମଧ୍ୟ ଯାଇଥିଲେ । ସପ୍ତଗିରି ଉଲାକା ଏ ପ୍ରସଙ୍ଗ ସଂସଦରେ ମଧ୍ୟ ଉଠାଇତିଲେ । ପୋଲାଭରାମ ପ୍ରକଳ୍ପ ହେଲେ ମାଲକାନଗିରି ମୋଟୁ ଅଞ୍ଚଳରେ ଅନେକ ଜନବସତି ଜଳମଗ୍ନ ହୋଇଯିବ। ଶତାଧିକ ଗାଁ ପାଣି ଭିତରେ ମିଶିଯିବ ବୋଲି ବିରୋଧୀ ଦଳର ପ୍ରତିବାଦ କରିଥିଲେ । ବିଜେଡିର ଏକ ଟିମ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଧିକାରୀଙ୍କୁ ଭେଟିଥିଲେ ।

ଲଢେଇ ଜାରି ରହିବ: ନବୀନ

odisha assembly winter session (ETV BHARAT ODISHA)

ଗୃହରେ ପୋଲାଭରାମ ପ୍ରକଳ୍ପକୁ ନେଇ ବିରୋଧୀ ରଣ ହୁଙ୍କାର କରିଥିଲେ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରୁଥିଲୁ ଆଗକୁ ମଧ୍ୟ ଲଢେଇ ଜାରି ରହିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପୋଲାଭରାମ ପ୍ରକଳ୍ପ ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଛନ୍ତି, ''ଆନ୍ଧ୍ର ହସୁଛି ,ଓଡିଶା ବୁଡୁଛି ,ସରକାର ଏଠି ନିରବଦ୍ରଷ୍ଟା ସାଜିଛି। ''ବିଜେଡି ମଧ୍ୟ ପୋଲାଭରମ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ନବୀନଙ୍କୁ କାଉଣ୍ଟର କଲେ ଆଇନମନ୍ତ୍ରୀ:

ପୋଲାଭରାମ ପ୍ରସଙ୍ଗରେ ବିରୋଧୀଙ୍କୁ କଡା ଭାଷାରେ କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି, '' କିଏ କେତେ ବାଟ ଲଢେଇ କରୁଥିଲା କି କଣ କରୁଥିଲା, 24 ବର୍ଷର ଇତିହାସ ବହୁତ ଲମ୍ବା ଅଛି । ତେଣୁ ଲଢେଇ କେଉଁଠି, କେମିତି କରୁଥିଲେ, ସେ କଥା ଯଦି ଖୋଲି ଦିଆଯାଏ, ତେବେ କିଛି ଲୋକ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ନହେଲେ କାହାକୁ ମୁହଁ ଦେଖାଇ ପାରିବେନି । କିନ୍ତୁ ଓଡ଼ିଶାବାସୀଙ୍କ ସ୍ବାର୍ଥ ଲାଗି ବିଜେପି ଲଢେଇ କରିବା ପାଇଁ ଆଗକୁ ଆସିଛି । ଏହାସହ ଆଗକୁ ମଧ୍ୟ ଓଡ଼ିଶାର ସ୍ବାର୍ଥ ପାଇଁ ଯାହା ଆବଶ୍ୟକତା ଅଛି, ବିଜେପି ସରକାର ନିଶ୍ଚିତ କରିବ । ଏହାର ସ୍ପଷ୍ଟତା ଆମେ ଦେଉଛୁ । କିନ୍ତୁ 24 ବର୍ଷ ଧରି ଇତିହାସ ଯଦି ଅନୁଶୀଳନ କରାଯାଏ ତେବେ ପୂର୍ବ ବିଜେଡ଼ି ସରକାର କଣ ଲଢେଇ କରୁଥିଲେ, ଓଡ଼ିଶାର କେତେ ସ୍ବାର୍ଥ ସୁରକ୍ଷିତ କରିଛନ୍ତି, ତାହାର ଏକ ନଗ୍ନ ଚିତ୍ର ଓଡ଼ିଶା ଲୋକଙ୍କ ଆଗରେ ଛିଡା ହୋଇଛି । ''

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 6, 2024, 1:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.