ETV Bharat / state

ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳନ ହେଲା ପଣା ସଂକ୍ରାନ୍ତି - Pana Sankranti

author img

By ETV Bharat Odisha Team

Published : Apr 14, 2024, 3:05 PM IST

Updated : Apr 14, 2024, 3:24 PM IST

Pana Sankranti:ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସହରର ପ୍ରତ୍ୟେକ ଗଳିରେ ହନୁମାନଙ୍କ ପୂଜାର୍ଚ୍ଚନା ସହ ଯାଗା ଆଖଡ଼ା ଘରେ ସ୍ୱତନ୍ତ୍ର ଆସରର ବ୍ୟବସ୍ଥା । ଅଧିକ ପଢନ୍ତୁ

Pana Sankranti
Pana Sankranti
Pana Sankranti

ପୁରୀ: ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବେ ମଧ୍ୟ ପାଳନ କରାଯାଏ । ପ୍ରତ୍ୟେକ ଓଡ଼ିଆ ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଠାକୁରଙ୍କ ଆଶୀର୍ବାଦ ନେଇଥାନ୍ତି । ସେହିପରି ଆଜି ମଧ୍ୟ ମହାବୀର ଜୟନ୍ତୀ ଭାବେ ପାଳନ କରାଯାଏ । ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଏ । କୋଣ ଅନୁକୋଣରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରେ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସେହିପରି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସହରର ପ୍ରତ୍ୟେକ ଗଳି ଓ ସାହିମାନଙ୍କରେ ହନୁମାନଙ୍କ ପୂଜାର୍ଚ୍ଚନା ସହ ଯାଗା ଆଖଡ଼ା ଘରେ ସ୍ୱତନ୍ତ୍ର ଆସରର ବ୍ୟବସ୍ଥା ହୋଇଛି । ପୁରୀର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯାଗା ଘରେ ପ୍ରଭୁ ହନୁମାନ ଇଷ୍ଟଦେବ ଭାବେ ପୂଜା ପାଉଥିବାରୁ ଏଠାରେ ହୋମଯଜ୍ଞ ସହ ପ୍ରଭୁ ହନୁମାନଙ୍କ ଆରାଧନା କରାଯାଇଛି ।

ଏହି ଦିନ ଯାଗା ଆଖଡ଼ାଗୁଡ଼ିକରେ ବ୍ୟାୟାମ ଓ କୁସ୍ତିର ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଥାଏ । ଏଥିପାଇଁ ମଲ୍ଲଯୋଦ୍ଧା ଓ କସରତ କରୁଥିବା ଯୁବକମାନେ ବହୁ ସଂଖ୍ୟାରେ ନୂତନ ବସ୍ତ୍ର ପରିଧାନ କରି ପ୍ରଶିକ୍ଷଣ ଆରମ୍ଭ କରିଥାନ୍ତି । ସେହିପରି ଏହି ପବିତ୍ର ଦିବସରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗର ପରମ୍ପରା ରହିଛି । ଯାଗା ଆଖଡ଼ାଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ସର ମିଶ୍ରିତ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ ।

ଏହା ମଧ୍ୟ ପଢନ୍ତୁ-ଆଜି ମହାବିଷୁବ ସଂକ୍ରାନ୍ତି, ପଣା ପିଇ ନବବର୍ଷ ପାଳୁଛନ୍ତି ଓଡିଆ

ଆଜି ଠାରୁ ନୂତନ‌ ପଞ୍ଜିକା ମଧ୍ୟ ପ୍ରଚଳିତ ହେଇଥାଏ । ଶ୍ରୀମନ୍ଦିର ନୀତିକାନ୍ତି, ଯାନିଯାତ୍ରା, ବିବାହ, ବ୍ରତଘର ସବୁକିଛି ଏହି ପାଞ୍ଜି ଅନୁସାରେ କରାଯିବ । ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ମଧ୍ୟ ଆଜି ଓଡ଼ିଆ ନବବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରବଳ ଖରା ଦାଉରୁ ରକ୍ଷା ପାଇବା ପାଇଁ ବଡ଼ଦାଣ୍ଡରେ ବଡ ବଡ ଛତା ଲଗାଯାଇଛି‌ । ସେପଟେ ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଆଜି ମହାପ୍ରଭୂଙ୍କ ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଶ୍ରୀମନ୍ଦିର ଚାରି ଦ୍ବାରରେ ଥିବା ପ୍ରଭୁ ହନୁମାନଙ୍କ ନିକଟକୁ ଯାଇଥାଏ । ସେଠାର ସ୍ଵତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Apr 14, 2024, 3:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.