ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ପଳାସ ବଣ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି - Palasa Forests Extinction - PALASA FORESTS EXTINCTION

Palasa Forest Extinction: ସୁବର୍ଣ୍ଣପୁର ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ପଳାସ ବଣ । ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ପରିବେଶ ଖାଁ ଖାଁ ଲାଗୁଛି । ଯାହାକୁ ନେଇ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପଳାସ ବଣ ସୃଷ୍ଟି କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ,

ସୁବର୍ଣ୍ଣପୁର ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ପଳାସ ବଣ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

author img

By ETV Bharat Odisha Team

Published : Mar 22, 2024, 12:20 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ଲୋପ ପାଇବାକୁ ବସିଲାଣି ପଳାସ ବଣ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ସୁବର୍ଣ୍ଣପୁର: ଚୈତ୍ର ମାସରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଧରଣୀ ରାଣୀ କିନ୍ତୁ ପଳାସ ଫୁଲରେ ସୁସଜ୍ଜିତ ହୋଇଥାଏ । ବଣ ଜଙ୍ଗଲ ଅଞ୍ଚଳରେ ପ୍ରକୃତି ରାଣୀର କୋଳରେ ପଳାସ ଫୁଲ ପରିବେଶକୁ ଆହୁରି ଅଧିକ ଆକର୍ଷିତ କରିଥାଏ । ଏହି ପଳାସ ଫୁଲର ବାସନା ନ ଥାଏ ହେଲେ ପଳାସ ଫୁଲର ସମ୍ଭାରରେ ଧରିତ୍ରୀ ରାଣୀ ଯେପରି ନାଲି ଓଢଣୀରେ ସଜେଇ ହୋଇ ଖିଲି ଖିଲି ହସୁଥିବା ଭଳି ମନେ ହୁଏ । ଏପରିକି ଗ୍ରୀଷ୍ମ ଆରମ୍ଭରେ ପଳାସ ଫୁଲର ଆକର୍ଷଣରେ ଆକର୍ଷିତ ହୋଇଥାନ୍ତି କବି ଓ ଭାବୁକ । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ପଳାସ ଫୁଲର ଚାହିଦା ଅଧିକ ରହିଥିବା ବେଳେ ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଏହି ଫୁଲ ବଣ ଲୋପ ପାଇବାକୁ ବସିଲାଣି ।

ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ କାମରେ ଆସିଥାଏ ପଳାସ ଫୁଲ । ଚୈତ୍ର ମାସର ପ୍ରତିଟି ମଙ୍ଗଳବାର ଦିନ ଦେବୀଙ୍କ ପାଖରେ ଲାଗି ହୁଏ ପଳାସ ଫୁଲ । ଏଥିରୁ ଜିଲ୍ଲାର ବୁଣାକାର ମାନେ ସୁବର୍ଣ୍ଣପୁରୀ ପାଟ ବସ୍ତ୍ର ପାଇଁ ପ୍ରାକୃତିକ ରଙ୍ଗ ସଂଗ୍ରହ କରିଥାନ୍ତି । ସେହିପରି ବୈଦ୍ୟ ମାନେ ବିଭିନ୍ନ ଆୟୁର୍ବେଦିକ ଔଷଧ ତିଆରି ପାଇଁ ପଳାସ ଫୁଲ ସଂଗ୍ରହ କରିଥାନ୍ତି । କେବଳ ଏତିକି ନୁହଁ ହୋମ ଯଜ୍ଞାଦି କାର୍ଯ୍ୟରେ ପଳାସ ଗଛର ସମୀଧର ଆବଶ୍ୟକତା ପଡ଼େ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପ୍ରସାଦ ସେବନ ପାଇଁ ପଳାସ ପତ୍ରର ଖଲି ଦନା ବ୍ୟବହାର କରାଯାଏ । ଏତେ ସବୁ ମହନୀୟ ଗୁଣ ରଖିଥିବା ପଳାସ ବୃକ୍ଷକୁ କିନ୍ତୁ ଅନେକ ସମୟରେ ମଣିଷ ଅଦରକାରୀ ବୋଲି କାଟି ଦିଏ ।

ହେଲେ ବିକାଶ ନାଁରେ ସୁବର୍ଣ୍ଣପୁର ସହରରେ ଥିବା ହଜାର ହଜାର ଗଛ କାଟି ଦେବା ପରେ ଦେବୀ ମା' ସୁରେଶ୍ୱରୀଙ୍କ ପାଖରେ ପଳାସ ଫୁଲଟିଏ ଅର୍ପଣ କରିବାକୁ ସହରବାସୀଙ୍କ ପାଇଁ ମଧ୍ୟ ଏବେ ସ୍ୱପ୍ନ ହୋଇଛି । ସହରର ସୋନପୁର ମହାବିଦ୍ୟାଳୟ ନିକଟସ୍ଥ ପଳାସ ବଣ ଶୂନ୍ୟ ହୋଇପଡିଛି। ସହରର ରାମେଶ୍ୱର ନିକଟସ୍ଥ ପଲାଶ କାନନ ମରୁଭୂମିରେ ପରିଣତ ହୋଇଛି । ଯାହା ଦ୍ୱାରା ସହରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥିବା ବେଳେ ପରିବେଶ ଖାଁ ଖାଁ ଲାଗୁଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ । ତେବେ ଜିଲ୍ଲା ପ୍ରଶାସନ, ଦେବୋତ୍ତର ବିଭାଗ, ଉଦ୍ୟାନ ବିଭାଗ ତଥା ପୌର ପରିଷଦ ସରକାରୀ ଜାଗାରେ ଏକ ପଳାସ ବଣ ସୃଷ୍ଟି କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: ପ୍ରକୃତିର ଶୋଭା ବର୍ଦ୍ଧିତ କରି ଖିଲି ଖିଲି ହସୁଛି ପଳାସ, ଆତ୍ମବିଭୋର କବି-ଭାବୁକ

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.