ETV Bharat / state

ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - SUDARSAN PATTANAIK LETTER TO CM

author img

By ETV Bharat Odisha Team

Published : Jun 26, 2024, 1:40 PM IST

Updated : Jun 26, 2024, 2:06 PM IST

Sudarsan Pattnaik writes To CM on Ratna Bhandar: ଜୋର ଧରୁଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ରତ୍ନଭଣ୍ଡାର ଖୋଲାଯାଇ ଏହାର ମରାମତି ନେଇ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ରତ୍ନଭଣ୍ଡାର ଖୋଲି ମରାମତି କରିବାକୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ,

ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ପୁଣି ଉଠିଲା ଦାବି । ରତ୍ନଭଣ୍ଡାରକୁ ଖୋଲାଯାଇ ଏହାର ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୂର୍ବରୁ ମଧ୍ୟ ପୁରୀ ନିଳାଦ୍ରୀ ବିଚ୍‌ରେ ଏହି ପ୍ରସଙ୍ଗରେ ଏକ ବାଲୁକା ଚିତ୍ରକଳା କରି ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଅନୁରୋଧ କରିଥିଲେ ସୁଦର୍ଶନ ପଟ୍ଟନାୟକ । ତେବେ ବର୍ତ୍ତମାନ ସେ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ରତ୍ନଭଣ୍ଡାରକୁ ଖୋଲାଯାଇ ଏହାର ମରାମତି କରିବାକୁ ଦାବି କରିଛନ୍ତି । 'ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଶୀଘ୍ର ଖୋଲାଯାଉ ଓ ଏହାର ତୁରନ୍ତ ମରାମତି କରାଯାଉ' ବୋଲି ସେ ଚିଠିରେ ଲେଖିଛନ୍ତି ।

Sudarsan Pattnaik writes To CM on Ratna Bhandar (ETV Bharat Odisha)

ସୁଦର୍ଶନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, 'କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଣୁ ଶ୍ରୀମନ୍ଦିରର ସୁରକ୍ଷା ବେଶ ଗୁରୁତ୍ବପୁର୍ଣ୍ଣ । ଏହି ପୁରାତନ ଐତିହ କୀର୍ତ୍ତିରାଜିର ସୁରକ୍ଷା ଦାୟିତ୍ବ ଏଏସଆଇ ହାତରେ ରହିଛି । ତେବେ ଗତ ୨୦୧୮ ମସିହାରେ ଏଏସଆଇ ରିପୋର୍ଟ ଦେଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି । ଏହାର ଛାତରୁ ସିମେଣ୍ଟ ଛାଡି ଯାଇଥିବା ବେଳେ ପାଣି ଗଳୁଛି । ଅନେକ ପଥର ମଧ୍ୟ ଖସି ପଡ଼ିଛି । ଏହାର ତୁରନ୍ତ ମରାମତି ହେବା ଆବଶ୍ୟକ ।' ଏଣୁ ଆଉ ବିଳମ୍ବ ନକରି ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ରତ୍ନଭଣ୍ଡାର ମରାମତି ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ: ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ: ଆଇନ ମନ୍ତ୍ରୀ

ତେବେ ଏଏସଆଇ ଦୀର୍ଘ ୬ ବର୍ଷ ହେବ ରିପୋର୍ଟ ଦେଇ ସାରିଥିବା ବେଳେ କାହିଁକି ରତ୍ନଭଣ୍ଡାର ମରାମତି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉନାହିଁ ବୋଲି ସୁଦର୍ଶନ ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚୋନା ହେଉ ନଥିବାରୁ ସୁଦର୍ଶନ ଅସନ୍ତୋଷ ପ୍ରକାଶ କରିଛନ୍ତି । ରତ୍ନ ଅଳଙ୍କାର ଗଣତି ପଛରେ ହୋଇପାରିବ । କିନ୍ତୁ ପ୍ରଥମେ ରତ୍ନଭଣ୍ଡାରର ମରାମତି କରାଯାଉ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର

ଇଟିଭି ଭାରତ, ପୁରୀ

Last Updated : Jun 26, 2024, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.