ETV Bharat / state

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: CBI ତଦନ୍ତ ଦାବି କଲେ ସୁଦର୍ଶନ ପଟ୍ଟନାୟକ - srimandir ratna bhandar issue

author img

By ETV Bharat Odisha Team

Published : Aug 7, 2024, 10:56 PM IST

SRIMANDIR RATNA BHANDAR ISSUE: ଭିତର ରତ୍ନ ଭଣ୍ଡାରର ଅସଲି ଚାବି ଗାଏବ ଘଟଣାର ତଦନ୍ତ ନେଇ ପରିଚାଳନା କମିଟି ମୁହଁ ନ ଖୋଲିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି । ସେପଟେ ସମ୍ପୂର୍ଣ୍ଣ ଘଟଣାର CBI ତଦନ୍ତ ଦାବି କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ଅଧିକ ପଢନ୍ତୁ

SRIMANDIR RATNA BHANDAR ISSUE
SRIMANDIR RATNA BHANDAR ISSUE (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ CBI ତଦନ୍ତ ଦାବି କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସେହିପରି CBI ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୁଦ୍ଧିଜୀବୀ । ରତ୍ନ ଭଣ୍ଡାରକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ବିଶେଷ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିଥିବା ଚାବିରେ ଭିତର ରତ୍ନଭଣ୍ଡାର ତାଲା ନ ଖୋଲିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟିର ନିରବତାକୁ ନେଇ ସବୁ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି ।

ରତ୍ନ ଭଣ୍ଡାର ଚାବି ହଜିବା ତାତି:

ଭିତର ରତ୍ନ ଭଣ୍ଡାରର ଅସଲି ଚାବି ଗାଏବ ଘଟଣାର ତଦନ୍ତ ନେଇ ପରିଚାଳନା କମିଟି ମୁହଁ ନ ଖୋଲିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରସଙ୍ଗ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ନଲେଖା ଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

CBI ତଦନ୍ତ ଦାବି:

ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ କହିଛନ୍ତି," ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପରିଚାଳନା କମିଟିରେ ଉପସ୍ଥାପନ କରିଥିଲି । ଯେହେତୁ ଭିତର ରତ୍ନ ଭଣ୍ଡାରରେ ତିନୋଟି ତାଲା ପଡ଼ିଥିଲା । ତେବେ ଗୋଟିଏ ତାଲାରେ ଜଉମୁଦ ଥିଲା ,ହେଲେ ଅନ୍ୟ ଦୁଇଟି ତାଲାରେ ଜଉମୁଦ ନଥିଲା, ତେଣୁ ଏହା ଏକ ସନ୍ଦେହ ସୃଷ୍ଟି କରୁଛି । ଏଣୁ ପ୍ରତ୍ୟେକ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏଣୁ ମୁଁ ଅନୁରୋଧ କରିଥିଲି ,ଏହି ଘଟଣାର CBI ତଦନ୍ତ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଉ । ତେବେ ପରିଚାଳନା କମିଟିର କୌଣସି ଉତ୍ତର ଆସିଲା ନାହିଁ । ଏଣୁ ଆଗାମୀ ବୈଠକରେ ପରିଚାଳନା କମିଟି ଏଜେଣ୍ଡାରେ ଆସୁଛି କି ନାହିଁ ମୁଁ ଅପେକ୍ଷା କରିଛି । "

କେମିତି ସାମ୍ନାକୁ ଆସିଲା ଚାବି ହଜିବା ସତ ?

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ତତ୍କାଳୀନ ରାଜ୍ୟ ସରକାର । ଏଥିପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟିକୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ପଠାଗଲା । ଏହି କମିଟି ରତ୍ନଭଣ୍ଡାର ନ ଖୋଲି ଫେରିଆସିଥିଲା । ରତ୍ନ ଭଣ୍ଡାର ଚାବି ହଜି ଯାଇଥିବା କଥା ଜଣାପଡିଥିଲା । ପରେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ସଂଗଠନ, ରାଜ ନୈତିକ ଦଳ ପକ୍ଷରୁ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ପରେ ଜଷ୍ଟିସ୍ ରଘୁବୀର ଦାଶଙ୍କ ନେତୃତ୍ବରେ ନ୍ୟାୟିକ ତଦନ୍ତ ଆରମ୍ଭ ହେଲା । ଏହାର ୪ ଦିନ ପରେ ଅର୍ଥାତ୍ ଜୁନ ୧୩ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ନାଟକୀୟ ଭାବେ ହଜିଥିବା ଚାବି ମିଳିଯାଇଛି ବୋଲି କହିଥିଲେ । କିନ୍ତୁ ଚାବି କାହାରିକୁ ଦେଖାଇନଥିଲେ । ତେବେ ତତ୍କାଳୀନ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବି ବୋଲି ଯାହାକୁ ଦାବି କରୁଥିଲେ । ତାହା ରତ୍ନଭଣ୍ଡାର ଚାବି ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି ।

ରତ୍ନ ଭଣ୍ଡାର ଖୋଲିବାରେ ଫେଲ୍ ମାରିଥିଲା ଜଷ୍ଟିସ ବିଶ୍ଵନାଥଙ୍କ କମିଟି:

ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଯାଞ୍ଜ କମିଟି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଏହି ଚାବିରେ ତାଲା ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାରରେ ପଶିଥିଲେ । ଏଣୁ ଏଥିରୁ ସ୍ପଷ୍ଟ ହୋଇଥଲା, ଚାବି ଓ ତାଲା ପଛରେ ନିଶ୍ଚିତ କିଛି ରହସ୍ୟ ରହିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ସନ୍ଦେହ ମଧ୍ୟ ଭକ୍ତଙ୍କ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏହି ସମଗ୍ର ଘଟଣା ପଛରେ ଥିବା ରହସ୍ୟ ସାର୍ବଜନୀନ ହେବା ଉଚିତ ବୋଲି ଦାବି ଉଠିଛି ।

ଏହା ମଧ୍ୟ ପଢନ୍ତୁ ....ଗଠନ ହେବ ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟି, ଯୋଗ୍ୟ ବ୍ୟକ୍ତିଙ୍କୁ ସ୍ଥାନ ଦେବାକୁ ଦାବି - SHREE MANDIR MANAGEMENT COMMITTEE

କେଉଁ ଆଧାରରେ ରତ୍ନ ଗଣତି କରିବ କମିଟି ?

ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି," ଜଷ୍ଟିସ ବିଶ୍ଵନାଥ ରଥଙ୍କ ପାଖରେ 1978 ମସିହାରେ ରତ୍ନ ଭଣ୍ଡାର ଅଳଙ୍କାର ଗଣତିର ତାଲିକା ଅଛି କି ନାହିଁ ତାହା ସେ ପ୍ରଥମେ ସ୍ପଷ୍ଟ କରନ୍ତୁ । ଏ ନେଇ କୌଣସି ସୂଚନା ନାହିଁ । ଏଣୁ କେଉଁ ଆଧାରରେ ରତ୍ନ ଗଣତି କରିବ କମିଟି ? ତେବେ ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ CBI ତଦନ୍ତ ଦାବି ଆମେ ସ୍ୱାଗତ କରିବୁ । କାହା ଅମଳରେ ରତ୍ନ ଭଣ୍ଡାର ଚାବି ଖୋଲାଯାଇଥିଲା, ଅସଲି ଚାବି କେଉଁଠି ରହିଥିଲା, ଡୁପ୍ଲିଗେଟ୍ ଚାବି କେଉଁଠୁ ଆସିଲା, ତାହା ତଦନ୍ତ ହେଉ । ଗତ 2018 ମସିହାରୁ ଚାବି ହଜିବା ତଦନ୍ତ ରିପୋର୍ଟ୍ ସରକାରଙ୍କ ଆଇନ ବିଭାଗ ପାଖରେ ଥିବାବେଳେ ସରକାର ଚୁପ୍ ବସିବା ଘଟଣାରୁ ଜଣା ପଡ଼ୁଛି ପୂର୍ବ ସରକାର ଭଳି ନୂଆ ସରକାର ଥିବା କିଛି ଗୁମରକୁ ପୋତି ଦେବା ପାଇଁ ଚାହୁଁଛନ୍ତି । ଆଶା କରିବୁ ଏହାର CBI ତଦନ୍ତ ହେଉ ଓ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ।"

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.