ETV Bharat / state

୯ ଜିଲ୍ଲାରେ ସଂଗ୍ରହ ହେଲାଣି ୧,୮୧,୧୯୬ ମେଟ୍ରିକ ଟନ ଧାନ, ଦଲାଲଙ୍କ ଉପରେ ତୀକ୍ଷ୍ମ ନଜର - ODISHA PADDY PROCUREMENT

ମୋହନ ସରକାର ଗଠନକୁ ପୂରିଲା ଛଅ ମାସ । ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

PADDY PROCUREMENT
PADDY PROCUREMENT (ETV Bharat Odisha)
author img

By ETV Bharat Odisha Team

Published : Dec 12, 2024, 7:47 PM IST

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗଠନକୁ ଆଜି ଛଅ ମାସ ପୂରଣ ହୋଇଛି । ଏହି ଅବସରରେ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସହାୟତାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକ ଓ ଚାଷୀଙ୍କ ସରକାର ରାଜ୍ୟର ଏହି ପ୍ରମୁଖ କାର୍ଯ୍ୟକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଦଲାଲ ମାନଙ୍କ ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା:

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା (ETV Bharat Odisha)

ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ସରକାର ଗଠନର ଛଅ ମାସ ମଧ୍ୟରେ ରାଜ୍ୟ ସରକାର ଅନେକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ପିଏମ କିଷାନ ଓ ସିଏମ କିଷାନ ସହିତ ୮୦୦ ଟଙ୍କା ଇନପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହେବେ । ତେଣୁ ଧାନ ସଂଗ୍ରହ କାର୍ଯ୍ୟ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । କୌଣସି ପରିସ୍ଥିତିରେ ଚାଷୀ ଅସୁବିଧାର ସମ୍ମୁଖୀନ ହେବା ଉଚିତ ନୁହେଁ ।

ଗତକାଲି ସୁଦ୍ଧା ୯ଟି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି:
ଡିସେମ୍ବର ୧୧ ତାରିଖ ସୁଦ୍ଧା ବରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟ ଆଦି ୯ଟି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୯ଟି ଜିଲ୍ଲାର ୩୭,୦୭୯ ଜଣ ଚାଷୀ ୧,୮୧,୧୯୬ ମେଟ୍ରିକ ଟନ ଧାନ ବିକ୍ରି କରିଛନ୍ତି । ଏହି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଭାବେ ୩୨୩.୭୩ କୋଟି ଓ ଇନପୁଟ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଉ ୪୮ ଘଣ୍ଟା ମଧ୍ୟରେ ୯୩ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ ୩୨.୩୫ କୋଟି ଟଙ୍କା ଇନ୍‌ପୁଟ ସହାୟତା ପ୍ରଦାନ କରାଯିବ ।

ଏପରି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ:

ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ସୋସାଇଟି ସ୍ତରୀୟ ଧାନ କିଣା କମିଟି ଗୁଡିକୁ ଆହୁରି ସକ୍ରିୟ କରାଯିବ । ଚାଷୀଙ୍କୁ ଅଧିକ ସଚେତନ ଓ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯିବ । କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କ ପାଇଁ ମଣ୍ଡି ନିକଟରେ କ୍ୟାଣ୍ଟିନ, ପାନୀୟ ଜଳ ଓ ଟଏଲେଟର ବ୍ୟବସ୍ଥା କରିଛନ୍ତି । ଅନ୍ୟ ଜିଲ୍ଲାରେ ମଧ୍ୟ ସେହିପରି ବ୍ୟବସ୍ଥା କରାଯିବ । ବରଗଡରେ ମଣ୍ଡିରେ ଧାନ ସଂଗ୍ରହର ସୁନ୍ଦର ମନିଟରିଂ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ କଣ୍ଟ୍ରୋଲ ରୁମକୁ ଧାନକିଣାର ଲାଇଭ ଫିଡ ମଧ୍ୟ ଆସୁଛି । ଏପରି ବ୍ୟବସ୍ଥାକୁ ଅନ୍ୟ ସମସ୍ତ ଜିଲ୍ଲା ଭଲ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଚାଷୀଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କର:

ବୈଠକରେ ଚାଷୀଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ମଣ୍ଡିରେ ନୋଡାଲ ଅଫିସର ଓ ମଣ୍ଡି ସୁପରଭାଇଜର ଅଛନ୍ତି । ଚାଷୀଙ୍କର ଯଦି କିଛି ଅଭିଯୋଗ ଥାଏ, ତାକୁ ଶୁଣାଣି କରି ସମସ୍ୟାର ସମାଧାନ କରିବେ । ତେବେ ସେମାନଙ୍କର ବ୍ୟବସ୍ଥା ଉପରେ ଭରସା ବଢିବ । ଦଲାଲ ମାନେ ଯେପରି କୌଣସି ପରିସ୍ଥିତିରେ ଚାଷୀଙ୍କ ଫାଇଦା ନଉଠାଇ ପାରିବେ, ସେଥିପାଇଁ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟୋକେନ, ଟ୍ୟାଗିଙ୍ଗ ବ୍ୟବସ୍ଥା, ମିଲରଙ୍କ ସହଯୋଗ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଛି । ଭିସିରେ ଜିଲ୍ଲାପାଳ ମାନଙ୍କ ସହିତ ଧାନ ସଂଗ୍ରହ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ଝାରସୁଗୁଡ଼ାରେ ଆରମ୍ଭ ହେଲା ଧାନ କିଣା ପ୍ରକ୍ରିୟା, ଅସନ୍ତୁଷ୍ଟ ଚାଷୀ

ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡିରେ ଆରମ୍ଭ ହେଲା ଧାନ ମଣ୍ଡି

ଡିସେମ୍ବର 27ରୁ ଅନୁଗୋଳରେ ଆରମ୍ଭ ହେବ ଧାନ ସଂଗ୍ରହ, ଏଥର ୯୫ଟି ମଣ୍ଡି

ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଆଲୋଚନାରେ ଭାଗ ନେଇଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ ସିଂହ, ପୋଲିସ ଡିଜି ୱାଇ.ବି ଖୁରାନିଆ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.