ETV Bharat / state

ରାମାୟଣ ନାଟକ ପ୍ରଦର୍ଶନ ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ 10 ଶିଶୁ ଗୁରୁତର - Ten Children get electrocuted

Ten Children get electrocuted: ରାମାୟଣ ନାଟକ ପ୍ରଦର୍ଶନ ବେଳେ ବଡ଼ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି 10 ଶିଶୁ ଗୁରୁତର । ଅଧିକ ପଢନ୍ତୁ

Ten Children get electrocuted
Ten Children get electrocuted (ETV Bharat Odisha)
author img

By ETV Bharat Odisha Team

Published : Jul 14, 2024, 10:05 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଫାଶୀଗୁଡ଼ା ଗାଁରେ ବଡ଼ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି 10 ଶିଶୁ ଗୁରୁତର । ଶିଶୁଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି । ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇପଡ଼ିଥିବା ସୂଚନା ମିଳିଛି ।

ରାମାୟଣ ନାଟକ ପ୍ରଦର୍ଶନ ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ 10 ଶିଶୁ ଗୁରୁତର (ETV Bharat Odisha)

ମିଳିଥିବା ସୂଚନା ଅନୁସାରେ ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ରାମାୟଣ ନାଟକ ପରିବେଷଣ ହେଉଥିଲା । ହେଲେ ବର୍ଷା ହେବା କାରଣରୁ ନାଟକ ଦେଖୁଥିବା ଛୋଟ ପିଲାମାନେ ସେଠାରେ ପଡିଥିବା ଷ୍ଟେଜ୍ ତଳକୁ ଚାଲି ଯାଇଥିଲେ । ହେଲେ ଏହି ସମୟରେ ତଳେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଶିଶୁମାନେ ଆସିଯାଇଥିଲେ । ଯାହାଫଳରେ ପିଲାମାନଙ୍କୁ ବିଦ୍ୟୁତ୍ ଆଘାତ ଲାଗିଛି । ବିଦ୍ୟୁତ ଝଟକା ଖାଇବା ପରେ ପିଲାମାନେ ଜୋରରେ ଚିତ୍କାର କରିବା ସହ ଗୁରୁତର ହୋଇପଡ଼ିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ଏହା ବି ପଢନ୍ତୁ- ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ଆଖି ବୁଜିଲା ଶିଶୁକନ୍ୟା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ଆମ୍ବୁଲାନ୍ସ ଯୋଗେ ଗୁରୁତର ଶିଶୁଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହାପରେ ବ୍ରହ୍ମପୁରରେ ଦୁଇ ଜଣକୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନେ ବିପଦମୁକ୍ତ ରହିଥିବା ଏମକେସିଜି ମେଡିକାଲର ଶିଶୁ ରୋଗ ବିଭାଗର ମୁଖ୍ୟ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ରୋଗୀ ସୁରକ୍ଷାକୁ ଗୁରୁତ୍ବ, ଏଣିକି ମେଡିକାଲରେ ନିୟମିତ ଯାଞ୍ଚ ହେବ ଅଗ୍ନି ନିର୍ବାପକ ଯନ୍ତ୍ର

ସେପଟେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ସ୍ଥାନୀୟ ବିଧାୟକ ସିଦ୍ଧାନ୍ତ ମହାପାତ୍ର ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ମେଡିକାଲର ଅଧ୍ୟକ୍ଷ । ଆହତ ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ଥିବା କୁହାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.