ETV Bharat / state

କାହିଁକି ଇଡିର ଦକ୍ଷତା ଉପରେ ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ ? ଶୁଣନ୍ତୁ କଣ କହୁଛନ୍ତି ଆଇନଜୀବୀ - Supreme Court observation on ED

author img

By ETV Bharat Odisha Team

Published : Aug 9, 2024, 11:47 AM IST

Updated : Aug 9, 2024, 12:52 PM IST

lawyer reaction on Supreme Court observation probe agency ED: ଇଡି ମାମଲାରେ ଗୁଣବତ୍ତା ଓ ଗମ୍ଭୀରତା ଉପରେ ଧ୍ୟାନ ଦେବା ଦରକାର । ଯେଉଁ ମାମଲାରେ ପ୍ରାଥମିକ ତଦନ୍ତରୁ ପ୍ରମାଣ ରହିଥିବା ନେଇ ଇଡି ଜାଣିବାକୁ ପାଉଛି,ସେହି ମାମଲାକୁ କୋର୍ଟରେ ଉପସ୍ଥାପନ କରିବା ଆବଶ୍ୟକ । ମନିଲଣ୍ଡରିଂ ମାମଲା ଇଡି ୫ ହଜାରରୁ ଅଧିକା ରୁଜୁ କରିଛି ହେଲେ ବଡ଼ କଥା ହେଉଛି ୧୦ ବର୍ଷରେ କେବଳ ୪୦ ଟି ମାମଲାରେ ହିଁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଅଧିକ ପଢନ୍ତୁ

ସର୍ବୋଚ୍ଚ ଅଦାଲତ-ଇଡି
ସର୍ବୋଚ୍ଚ ଅଦାଲତ-ଇଡି (ETV Bharat Odisha)

କଟକ: ମନିଲଣ୍ଡରିଂ ମାମଲାର ଶୁଣାଣି କରି ଇଡି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ କୋର୍ଟ ଗଭୀର ଚିନ୍ତାପ୍ରକଟ କରିବା ସହ ଇଡି (ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ )କୁ ତାଗିଦ କରିଛନ୍ତି ସର୍ବୋଚ୍ଚନ୍ୟାୟାଳୟ । ଛତିଶଗଡ଼ ବ୍ୟବସାୟୀ ସୁନୀଲ କୁମାର ଅଗ୍ରୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ଜଷ୍ଟିସ ସୂର୍ଯ୍ୟକାନ୍ତ ,ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ କଡା ଟିପ୍ପଣୀ ଦେଇଛନ୍ତି । ପ୍ରକାଶ ଯେ, 500ଟି ମନିଲଣ୍ଡରିଂ ମାମଲାରେ ଇଡି କେବଳ 40ଟି ମାମଲାରେ ଦଣ୍ଡବିଧାନ ସୁନିଶ୍ଚିତ କରିପାରିଛି ।

କହୁଛନ୍ତି ଆଇନଜୀବୀ (ETV Bharat Odisha)

କହିଁକି ଇଡି ଉପରେ ଅସନ୍ତୋଷ ଜାହିର କଲେ ସର୍ବୋଚ୍ଚ ଅଦାଲତ !

ସଂସଦ ରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ଵାରା ଦିଆଯାଇଥିବା ବୟାନ ଅନୁସାରେ ମନିଲଣ୍ଡରିଂ ନିରୋଧୀ ଆଇନ ରେ ସଂଶୋଧନ ପରେ ୫ ହଜାର ରୁ ଅଧିକ ମାମଲା ରୁଜୁ ହୋଇଛି।ବଡ଼ କଥା ହେଉଛି ୧୦ ବର୍ଷରେ କେବଳ ୪୦ ଟି ମାମଲାରେ ହିଁ ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ଏନେଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ଯେ ଇଡି ମାମଲାରେ ଗୁଣବତ୍ତା ଓ ଗମ୍ଭୀରତା ଉପରେ ଧ୍ୟାନ ଦେବା ଦରକାର । ଯେଉଁ ମାମଲାରେ ପ୍ରାଥମିକ ତଦନ୍ତ ରୁ ପ୍ରମାଣ ରହିଥିବା ନେଇ ଇଡି ଜାଣିବାକୁ ପାଉଛି,ସେହି ମାମଲାକୁ କୋର୍ଟ ରେ ଉପସ୍ଥାପନ କରିବା ଆବଶ୍ୟକ।ଏହି ଭଳି ସ୍ଥିତି ରେ କେବଳ କେତେଜଣ ବ୍ୟକ୍ତି ଵିଶେଷ ଙ୍କ ବୟାନ ଉପରେ ଗୁରୁତ୍ୱ ଦେଉଛି ଇଡି।ଏବଂ ଉକ୍ତ ସାକ୍ଷ୍ୟ ମାନଙ୍କ ମଧ୍ୟରୁ କେତେଜଣ ପ୍ରରୋଚନାରେ ପଡି କିମ୍ବା ଲାଞ୍ଚ ନେଇ ସାକ୍ଷ୍ୟ ଦେଉଥିବା ମଧ୍ୟ ସ୍ପଷ୍ଟ ବାରି ହୋଇପଡୁଛି।ତେବେ ଏଭଳି ମୌଖିକ ସାକ୍ଷ୍ୟ ର କୌଣସି ଭରସା ନାହିଁ ବୋଲି କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି।

ଏହା ବି ପଢନ୍ତୁ- ଖଣି ମାଲିକଙ୍କ ଅଡ଼ୁଆ ବଢ଼ିଲା; PMLA କୋର୍ଟରେ ସମ୍ପତ୍ତି ତାଲିକା ଦାଖଲ କଲା ED - Kasiabeda Illegal Mining Case

କେବଳ ସେତିକି ନୁହେଁ ସାକ୍ଷୀ କୋର୍ଟ କୁ ଆସିବା ପରେ ଅଧିକ ଜେରାର ସମ୍ମୁଖିନ ହେବାକୁ ମଧ୍ୟ ଭୟ କରୁଛନ୍ତି।ତେବେ ବୟାନ ଭରସା ରେ ରହିବା ଅପେକ୍ଷା ସାଇନଟିଫିକ ମାଧ୍ୟମରେ ପ୍ରମାଣ ସଂଗ୍ରହ କରିବାକୁ ଗୁରୁତ୍ୱ ଦେବାକୁ ଅଦାଲତ ପରାମର୍ଶ ଦେଇଛନ୍ତି । ସେହିପରି ଜଷ୍ଟିସ ଦତ୍ତ କହିଛନ୍ତି ଯେ, ପିଏମଏଲଏ ଧାରା ୧୯ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରୁଥିବା ଅଧିକାରୀ ଗିରଫଦାରୀର ବିଶ୍ୱାସଯୋଗ୍ୟ କାରଣ ଦର୍ଶାଇବା ଆବଶ୍ୟକତା ରହିଛି।ଧାରା ୪୫ ଲାଗୁ କରିବା ପୂର୍ବରୁ ଧାରା ୧୯ର ସନ୍ତୋଷଜନକ ବ୍ୟବହାର କରାଯିବା ଦରକାର।ଯଦି ଧାରା ୧୯ ର ଆଦେଶକୁ କାଏମ ନ ରଖାଯାଏ, ତେବେ ଅଭିଯୁକ୍ତକୁ ହିଁ ଦୋଷୀ ବୋଲି କୁହା ଯାଇପାରିବ ନାହିଁ ବୋଲି କଡା ଟିପ୍ପଣୀ ଦେଇଛନ୍ତି । ଯଦି ତଦନ୍ତକାରୀ ଏଜେନ୍ସି ନିଜେ ଠିକ କରିପାରିବେନିକି ଅଭିଯୁକ୍ତ ଜଣକ ଦୋଷୀ ବୋଲି ତେବେ ଅଦାଲତ ଙ୍କ ଆଗରେ ଏହା କିପରି ସମ୍ଭାବ ବୋଲି ପ୍ରଶ୍ନ କରିଛନ୍ତି । କୋଇଲା ପରିବହନ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁନୀଲ କୁମାର ଙ୍କୁ ଇଡି ଗିରଫ କରିଥିଲା । ସୁନୀଲଙ୍କୁ ଗତ ମେ’ ୧୭ରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ।

ତେବେ ଏହି ମାମଲାରେ ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି କି, "ଏହି ମାମଲାରେ ଜଷ୍ଟିସ ସୂର୍ଯ୍ୟକାନ୍ତ ,ଜଷ୍ଟିସ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କ ଖଣ୍ଡପୀଠ ଇଡିକୁ ଭର୍ତ୍ସନା କରିଥିଲେ । କାରଣ ଇଡି ଦଖଲ କରିଥିବା ପ୍ରମାଣପତ୍ର, ଦସ୍ତାବିଜ ବଳିଷ୍ଠ ନଥିଲା ।"

Last Updated : Aug 9, 2024, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.