ETV Bharat / state

ଫେବୃଆରୀ ୨୦ ସୁଦ୍ଧା ସରିବ ବକ୍ସ ଡ୍ରେନ କାମ ! ଛତ୍ରବଜାରରୁ ମାତୃଭବନ କଭର ଡ୍ରେନ୍ ହେବ ନା ନାହିଁ ଅସ୍ପଷ୍ଟ

author img

By ETV Bharat Odisha Team

Published : Feb 12, 2024, 8:20 PM IST

Box Drain Issue: ଆଜି ବକ୍ସ ଡ୍ରେନ ସମ୍ପର୍କିତ ମାମଲାର ଶୁଣାଣି ଚାଲିଥିଲା । ଏହି ସମୟରେ ଆବେଦନକାରୀ ଛତ୍ରବଜାରରୁ ମାତୃଭବନ ପର୍ଯ୍ୟନ୍ତ ବକ୍ସ ଡ୍ରେନ କାର୍ଯ୍ୟ ପ୍ରସଙ୍ଗ ଉଠାଇଥିଲେ । ଅଧିକ ପଢନ୍ତୁ

Box Drain Issue
Box Drain Issue
Box Drain Issue

କଟକ: ଫେବୃଆରୀ ୨୦ ସୁଦ୍ଧା ଶେଷ ହୋଇପାରେ ବକ୍ସ ଡ୍ରେନ କାମ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଉଦଘାଟନ କରିପାରନ୍ତି । ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି କୋର୍ଟମିତ୍ର ଏନ ଏକ ମହାନ୍ତି । କଟକ ରାସ୍ତାଘାଟ ସମ୍ପର୍କିତ ମାମଲାର ଶୁଣାଣି ସମୟରେ କୋର୍ଟଙ୍କୁ ଅବଗତ ବିଭିନ୍ନ ପ୍ରସଙ୍ଗରେ କରାଯାଇଛି । ତେବେ ଆସନ୍ତା ଏପ୍ରିଲ ୨ରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଆଜି ଏ ସମ୍ପର୍କିତ ମାମଲାର ଶୁଣାଣି ଚାଲିଥିବାବେଳେ ଆବେଦନକାରୀ ଛତ୍ରବଜାରରୁ ମାତୃଭବନ ପର୍ଯ୍ୟନ୍ତ ବକ୍ସ ଡ୍ରେନ କାର୍ଯ୍ୟ ପ୍ରସଙ୍ଗ ଉଠାଇଥିଲେ । ଏହି ସ୍ଥାନର ଦୂରତା ୮୧୦ ମିଟର ରହିଥିବାରୁ ଡ୍ରେନ ରୂପରେଖ କିପରି ହେବ ସେନେଇ ଆବେଦନକାରୀ ଜାଣିବାକୁ ଚାହିଁଥିଲେ । ଏହା ବକ୍ସ ଡ୍ରେନ ହେବ କିମ୍ବା କଭର ଡ୍ରେନ ହେବ ସେନେଇ ଉଦଘାଟନ ପରେ ସରକାରଙ୍କ ସହ ଆଲୋଚନା କରାଯାଇ ସୂଚନା ଦିଆଯିବ ବୋଲି ଆମିକସକ୍ୟୁରି କହିଥିଲେ ।

ଏନେଇ ଆବେଦନକାରୀଙ୍କ ଓକିଲ ସତ୍ୟବ୍ରତ ମହାନ୍ତି କହିଛନ୍ତି, "ସାଧାରଣବାସିନ୍ଦାଙ୍କ ପାଇଁ ଅସ୍ବାସ୍ଥ୍ୟକର ପରିବେଶ ରହିବ । ତେଣୁ ସମସ୍ୟା ଦୂରୀକରଣ ପାଇଁ ଆମେ ଆମେଦନ କରିଥିଲୁ । କୋର୍ଟ ଏହାକୁ ଗ୍ରହଣ କରିଥିବାବେଳେ ଏପ୍ରିଲ ୨ ରେ ପରବର୍ତ୍ତୀ ଶୁଣାଣି ହେବ ।"ତେବେ କଟକ ସହର ରାସ୍ତାଘାଟ ସମସ୍ୟା ପ୍ରସଙ୍ଗକୁ ଅତି ଗୁରତର ସହ ନେଇଛନ୍ତି ହାଇକୋର୍ଟ । କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ କୋର୍ଟରେ ପୂର୍ବରୁ ହାଜର ହୋଇଥିଲେ ବିଭିନ୍ନ ବିଭାଗର ୯ ଜଣ ଅଧିକାରୀ । ସିଟି ଇଞ୍ଜିନିୟର ,ଗେଲ୍ ପ୍ରବନ୍ଧକ,ୱାଟକୋ, ଆର ଆଣ୍ଡ ବିଙ୍କ ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଜର ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସମସ୍ତ ବିଭାଗକୁ କଡ଼ା ତାଗିଦ ମଧ୍ୟ କରିଥିଲେ ।

ସହରର ରାସ୍ତା ଓ ଡ୍ରେନ୍ ନିର୍ମାଣ, ମରାମତି ପାଇଁ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କ ତରଫରୁ ବିଭିନ୍ନ ସମୟସୀମା ଧାର୍ଯ୍ୟ କରାଯାଇଥାଏ। ଯାହାକୁ ନେଇ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ କର୍ତ୍ତୃପକ୍ଷଙ୍କ ଇଚ୍ଛା ଅନୁସାରେ, ସମୟସୀମା ଧାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ପୂର୍ବ ଶୁଣାଣିରେ କହିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ନିର୍ମାଣଧୀନ କାର୍ଯ୍ୟ ଶେଷ କରିବା ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ସିଏମସି ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ, କଟକ ସହରରେ ରାସ୍ତା ଖୋଳି ୱାଟକୋ ଭୂତଳ ଜଳ ଯୋଗାଣ ପାଇପ ପକାଉଛି । ଖୋଳାଯାଉଥିବା ରାସ୍ତାର ମରାମତି ମଧ୍ୟ ୱାଟକୋ କରୁଛି । ସିଏମସି ମୁଖ୍ୟ ରାସ୍ତା, ଲେନ୍ ଓ ସବ୍-ଲେନ୍ ସବୁ ରକ୍ଷଣାବେକ୍ଷଣ କରୁଛି । ସିଡିଏ ଅଞ୍ଚଳ, ରିଙ୍ଗରୋଡ୍, କଟକ ସହରର ମୁଖ୍ୟ ଆଭ୍ୟନ୍ତରୀଣ ରାସ୍ତା କଟକ ଆର ଆଣ୍ଡ ବି ଡିଭିଜନ-୧ ରକ୍ଷଣାବେକ୍ଷଣ କରୁଛି ।

ଏହା ମଧ୍ୟ ପଢନ୍ତୁ...ଆସନ୍ତା ମାର୍ଚ୍ଚ 31 ସୁଦ୍ଧା କଟକରେ କାର୍ଯ୍ୟକ୍ଷମ ହେବ ବକ୍ସ ଡ୍ରେନ: ମେୟର

କ୍ଷତିଗ୍ରସ୍ତ ରାସ୍ତାର ଉପଯୁକ୍ତ ଯତ୍ନ ନିଆ ନଯିବା ଘଟଣା ପାଇଁ ୱାଟକୋ ଓ ଆର ଆଣ୍ଡ ବି ଦାୟୀ । ଏଥିସହିତ ଗେଲ୍, ଟାଟା ପାୱାର ଓ କେତେକ ଘରୋଇ କମ୍ପାନୀ ସିଏମସି ଅନୁମତି ନେଇ ରାସ୍ତାକାଟି ଭୂତଳ ଗ୍ୟାସ ପାଇପଲାଇନ, ବିଦ୍ୟୁତ କେବୁଲ, ଅପଟିକ ଫାଇବର କେବୁଲ ପକାଉଛନ୍ତି । ତେବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୌଣସି ତାଳମେଳ ରହୁନଥିବାରୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସହରର ରାସ୍ତା ଘାଟ ଓ ଡ୍ରେନ କାର୍ଯ୍ୟ ବିପର୍ଯ୍ୟସ୍ତକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ରାସ୍ତାଘାଟକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.