ETV Bharat / state

9 ମାସ ପରେ ନିଲାମ ହେବ MV ଦେବୀ ଜାହାଜ। ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ଆରମ୍ଭ। - MV DEVI SHIP - MV DEVI SHIP

Sale of MV Devi anchored: MV ଦେବୀ ଜାହାଜକୁ ନିଲାମ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । 9ମାସ ତଳେ ପାରାଦ୍ୱୀପ ବନ୍ଦରରୁ 200 କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍ସ କୋକେନ୍ ଏଥିରୁ ଜବତ ହୋଇଥିଲା । ଅଧିକ ପଢନ୍ତୁ

MV DEVI SHIP
MV DEVI SHIP (Etv Bharat)
author img

By ETV Bharat Odisha Team

Published : Aug 22, 2024, 2:26 PM IST

ଜଗତସିଂହପୁର: ପାରାଦ୍ୱୀପ ବନ୍ଦରରୁ MV ଦେବୀ ଜାହାଜରୁ ଡ୍ରଗ୍ସ କୋକେନ୍ ଜବତ ଘଟଣାରେ ଓଡିଶା ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ଜାହାଜକୁ ନିଲାମ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଏହାର ଭାଗ୍ୟ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ରାୟକୁ ନେଇ ଜାହାଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 9ମାସ ତଳେ 200 କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍ସ କୋକେନ୍ ଏଥିରୁ ଜବତ ହୋଇଥିଲା ।

MV DEVI SHIP (Etv Bharat)

ମିଳିଥିବା ସୂଚନା ଅନୁସାରେ, 2023 ମସିହା ଡିସେମ୍ବର 2 ତାରିଖରେ MV ଦେବୀ ନାମକ ଏକ ପଣ୍ୟବାହୀ ଜାହାଜ ଇଣ୍ଡୋନେସିଆରୁ ପାରାଦ୍ୱୀପକୁ ଆସିଥିଲା। ପାରାଦ୍ୱୀପ ବନ୍ଦରରୁ ଷ୍ଟିଲ ପ୍ଲେଟ ଲୋଡ଼ କରି ଡେନମାର୍କ ଯିବାର ଥିଲା। କିନ୍ତୁ ସେହି ଜାହାଜରେ ଭାରତରେ ନିଷିଦ୍ଧ ଡ୍ରଗ୍ସ କୋକେନ୍ ରହିଥିବା ଜଣା ପଡିବା ପରେ କଷ୍ଟମ ବିଭାଗ ଚଢ଼ାଉ କରିଥିଲା । ଏହାପରେ ସେଥିରୁ 22ଟି କୋକେନ୍ ପ୍ୟାକେଟ ଜବତ କରାଯାଇଥିଲା। ଭାରତରେ ଯାହାର ମୂଲ୍ୟ 200 କୋଟିରୁ ଅଧିକ। ପରେ କଷ୍ଟମ ବିଭାଗ, ମେରାଇନ ପୋଲିସ ଓ ତଟରଖି ବାହିନୀ ମିଳିତ ଭାବରେ ତଦନ୍ତ କରିବା ସହ ଜାହାଜକୁ ଅଟକ ରଖିଥିଲେ।ଏହି ଘଟଣାରେ କଷ୍ଟମ ବିଭାଗ କୁଜଙ୍ଗ କୋର୍ଟରେ କୋକେନର ସାମ୍ପୁଲ ସହ କ୍ରିଉ ମେମ୍ବରକୁ ହାଜର କରିଥିଲେ। ତଦନ୍ତ ନ ସରିବା ପର୍ଯ୍ୟନ୍ତ ଜାହାଜରେ ଥିବା ସମସ୍ତ କ୍ରିଉ ମେମ୍ବର (ନାବିକ) ଙ୍କ ସହ ଜାହାଜ କୁ ଅଟକ ରଖିବାକୁ କୁଜଙ୍ଗ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ଏହି ମାମଲା ହାଇକୋର୍ଟକୁ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପାରାଦ୍ବୀପରୁ ଆଉ ଏକ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି

ପାରାଦ୍ୱୀପ ବନ୍ଦରର ଅଙ୍କରେଜରେ ଜାହାଜ ଟି ରହିଥିବାରୁ ମାସିକ ପ୍ରାୟ 90 ଲକ୍ଷ ଟଙ୍କା ବେୟ ହେଉଥିବା ଜାହାଜ କର୍ତ୍ତୃପକ୍ଷ କୋର୍ଟରେ ଜଣାଇଥିଲେ । ଏହାପରେ ଜାହାଜକୁ ପାରାଦ୍ୱୀପ ବନ୍ଦର ଠାରୁ 5କିଲୋମିଟର ଦୂର ସମୁଦ୍ର ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାମଲାର ଚୂଡାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ଜାହାଜକୁ ଜଗିବା ପାଇଁ ତଟରଖି ବାହିନୀଙ୍କୁ କୋର୍ଟ ସେ ସମୟରେ ନିର୍ଦ୍ଦେଶ ଦେଇଥିଲେ। ଏହାରି ମଧ୍ୟରେ 9ମାସ ବିତି ଯାଇଛି। କଷ୍ଟମ ବିଭାଗ ଏହି ଘଟଣାରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜାହାଜ ସହିତ ସମସ୍ତ କ୍ରିଉ ମେମ୍ବର ସମୁଦ୍ର ମଧ୍ୟରେ ରହିଛନ୍ତି। ଗତକାଲି ହାଇକୋର୍ଟଙ୍କ ରାୟ ଆସିବା ପରେ ଆଜି ଜାହାଜକୁ ପାରାଦ୍ୱୀପ ବନ୍ଦରକୁ ଅଣାଯିବ ବୋଲି ଜଣା ପଡ଼ିଛି।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.