ETV Bharat / state

କନେଷ୍ଟବଳ ନିଯୁକ୍ତି; ସର୍ବାଧିକ ବୟସ ସୀମା ୬ବର୍ଷ କୋହଳ କଲେ ହାଇକୋର୍ଟ - CONSTABLE RECRUITMENT

କନେଷ୍ଟବଳ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା କୋହଳ ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୋରୋନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

odisha high court orders to increase maximum age limit in constable recruitment
odisha high court orders to increase maximum age limit in constable recruitment (ETV BHARAT ODISHA)
author img

By ETV Bharat Odisha Team

Published : Dec 6, 2024, 8:45 AM IST

କଟକ: ସିପାହୀ/ କନେଷ୍ଟବଳ ନିଯୁକ୍ତି ପାଇଁ କୋହଳ ହେଲା ସମୟ ସୀମା । ସର୍ବାଧିକ ବୟସ ସୀମାକୁ ୬ବର୍ଷ କୋହଳ କରିଛନ୍ତି ହାଇକୋର୍ଟ । ଏହି ପଦ ଲାଗି ସର୍ବୋଚ୍ଚ ବୟସ ସୀମା ୨୩ ବର୍ଷ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । ଏହାକୁ ଚ୍ୟାଲେଞ୍ଜ କରି ବିଶେଶ୍ଵର ବିଶ୍ଵାଳ ଓ ଅନ୍ୟମାନେ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ କରିଥିଲେ। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ରାୟ ପ୍ରକାଶ କରି ଆଶାୟୀ ପ୍ରାର୍ଥୀଙ୍କ ବୟସ ସୀମା କୋହଳ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ:

୨୦୧୮ ମସିହାରେ ଶେଷ ଥର ପାଇଁ ଏହି ପଦ ପାଇଁ ନିଯୁକ୍ତି ହୋଇଥିଲା । କୋରୋନା କାରଣରୁ ଆଉ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଏହାର ୬ ବର୍ଷ ପରେ ଅର୍ଥାତ ଚଳିତବର୍ଷ ଏହି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ସର୍ବୋଚ୍ଚ ବୟସ ସୀମାରେ କୋହଳ କରାଯାଇନଥିବାରୁ ଗତ ୬ ବର୍ଷ ଧରି ଅପେକ୍ଷା କରି ରହିଥିବା ଅନେକ ଆଶାୟୀ ଏହି ପ୍ରକ୍ରିୟାରୁ ବାଦ ପଡିଥିଲେ। ତେଣୁ ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିରେ ଆବଶ୍ୟକ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।

odisha high court orders to increase maximum age limit in constable recruitment
odisha high court orders to increase maximum age limit in constable recruitment (ETV BHARAT ODISHA)
ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ:

ଏହା ମଧ୍ୟ ପଢନ୍ତୁ-କନେଷ୍ଟବଳ ନିଯୁକ୍ତି, ବୟସ ସୀମା ନେଇ ହାଇକୋର୍ଟଙ୍କ ବଡ଼ ରାୟ - Constable Exam Issue in HC

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ପୋଲିସରେ ମୋହନ ମାଝୀ ସରକାରଙ୍କ ବଡ ନିଯୁକ୍ତି; କନଷ୍ଟେବଳ-କିରାଣୀ ପୋଷ୍ଟ ପାଇଁ ଆବେଦନ ଆରମ୍ଭ, ଦେଖନ୍ତୁ ଲାଷ୍ଟ ଡେଟ୍ - Odisha Police Recruitment

ସିପାହି/କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ବାଟାଲିୟନ୍‌ରେ ୧୩୬୦ଟି ସିପାହି କନେଷ୍ଟବଳ ପଦ ପୂରଣ ପାଇଁ ୨୦୨୪ ସେପ୍ଟେମ୍ବର ୨୨ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଜାରି ରହିଥିବା ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ କରାଯିବ। ଏ ସଂପର୍କରେ ଓଡ଼ିଶା ପୋଲିସ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଅଧ୍ୟକ୍ଷ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବେ । ସବୁ ବର୍ଗର ପ୍ରାର୍ଥୀଙ୍କୁ ଏହି ସୁବିଧା ମିଳିବ। ଅନ୍‌ଲାଇନ୍‌ରେ ଏପରି ପ୍ରାର୍ଥୀମାନେ କିପରି ନିଜ ଦରଖାସ୍ତ ଦାଖଲ କରିବେ ସେ ନେଇ ବୋର୍ଡ ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି କୋର୍ଟ କହିଛନ୍ତି ।

ୱାନ୍ ଟାଇମ୍ କୋହଳ, କାହିଁକି ଏପରି ନିର୍ଦ୍ଧେଶ ଦେଲେ ହାଇକୋର୍ଟ ?

କୋରୋନା ମହାମାରୀ କାରଣରୁ ଗୋଟିଏ ଥର ପାଇଁ ସର୍ବାଧିକ ବୟସ ସୀମା କୋହଳ ପାଇଁ ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଓ ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସ୍ବଚ୍ଛତା ପ୍ରସଙ୍ଗ ସୁନିଶ୍ଚିତ କରିବା ଲାଗି ଏହି ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଅସାଧାରଣ ପରିସ୍ଥିତିରେ ଥରକ ପାଇଁ ଏହି ବୟସସୀମା କୋହଳ ବ୍ୟବସ୍ଥା କରାଯାଉଛି, ଏହାକୁ ନଜିର ଭାବେ ଭବିଷ୍ୟତରେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସୃଷ୍ଟି ହେଉଥିବା ଖାଲି ପଦବୀକୁ ଦୃଷ୍ଟିରେ ରଖି ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ ବୋର୍ଡ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ କହିଛନ୍ତି । ଡକ୍ଟର ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶ୍ଵେଶ୍ଵର ବିଶ୍ଵାଳ ଓ ଅନ୍ୟମାନଙ୍କ ତରଫରୁ ଦାୟର ୪୦ରୁ ଅଧିକ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।

ସିପାହୀ / କନେଷ୍ଟବଳ ପଦ ପୂରଣ ପାଇଁ ଷ୍ଟେଟ୍ ସିଲେକ୍ସନ ବୋର୍ଡ ପକ୍ଷରୁ ଗତ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୧୮ ଏବଂ ସର୍ବାଧ‌ିକ ବୟସ ସୀମା ୨୩ ଧାର୍ଯ୍ୟ କରାଯାଇଥିଲା । ତେଣୁ ୬ ବର୍ଷ ସର୍ବାଧିକ ବୟସସୀମା କୋହଳ ପାଇଁ କେତେକ ଆଶାୟୀ ପ୍ରାର୍ଥୀ ଦାବି କରିଥିଲେ । କୋରୋନା ମହାମାରୀ ସ୍ଥିତି ପରେ ସରକାରୀ ଚାକିରିରେ ସର୍ବାଧିକ ବୟସସୀମା ସମ୍ପର୍କିତ ୧୯୮୯ର ନିୟମରେ ସରକାର ସଂଶୋଧନ କରିଥିଲେ। ମହାମାରୀ ବେଳେ ପ୍ରାୟ ତିନିବର୍ଷ ଧରି କୌଣସି ନିୟମିତ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିଲା । ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରି ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା । ତେବେ ୬ବର୍ଷ ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଉଥିବାରୁ ଅନେକ ପ୍ରାର୍ଥୀ ବୟସ ସୀମା କଟକଣା ପାଇଁ ଏହି ପଦଲାଗି ଆବେଦନ କରିପାରିନଥିଲେ। ଫଳରେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି କୋରୋନା ପାଇଁ ଏହି ଆଶାୟୀ ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ‘ୱାନ୍ ଟାଇମ୍ କୋହଳ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.