ETV Bharat / state

ଭୁବନ NAC ଅଧକ୍ଷଙ୍କୁ ସାମୟିକ ଆଶ୍ବସ୍ତି: ଅନାସ୍ଥା ଭୋଟ ହେବ, ପ୍ରକାଶ ହେବନି ଫଳାଫଳ - NO CONFIDENCE MOTION

ଅନାସ୍ଥା ପ୍ରସ୍ତାବରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ । ଆଜି ଭୋଟିଂ, କିନ୍ତୁ କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ ଫଳାଫଳ ।

High Court Hearing on of no confidence motion against Bhuban NAC Chairman
High Court Hearing on of no confidence motion against Bhuban NAC Chairman (ETV BHARAT ODISHA)
author img

By ETV Bharat Odisha Team

Published : Nov 12, 2024, 11:07 AM IST

କଟକ: ଢେଙ୍କାନାଳ ଜିଲ୍ଲା ଭୁବନ ‘ଏନଏସି’ ଅଧ୍ୟକ୍ଷଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ । ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ଭୋଟ ଗ୍ରହଣ ହେଲେ ମଧ୍ୟ ଫଳାଫଳ ପ୍ରକାଶ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭୋଟ ଗ୍ରହଣ ହେବାକୁ ଥିବା ବେଳେ, କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଫଳଫଳ ପ୍ରକାଶ କରାଯିବନି । ଆସନ୍ତା 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

  • ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁଙ୍କ ବିରୋଧରେ ଅନାସ୍ଥା

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶୁଭେନ୍ଦୁଙ୍କ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅନାସ୍ଥା ପ୍ରସ୍ତାବ ବୈଠକ ବସିବ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଛନ୍ତି । ଜଷ୍ଟିସ୍‌ ଆର.କେ.ପଟ୍ଟନାୟକଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପଦ ହରାଇଲେ ଭବାନୀପାଟଣା ମ୍ୟୁନିସିପାଲିଟି ଏବଂ ଜୁନାଗଡ଼ ଏନଏସି ଅଧ୍ୟକ୍ଷ, ଅନାସ୍ଥା ପ୍ରସ୍ତାବରେ ପରାଜୟ

ଏହା ମଧ୍ୟ ପଢନ୍ତୁ :- ସରିଲା ଖଣ୍ଡପଡା NAC ଅନାସ୍ଥା ଭୋଟ, ବାହାରିଲା ନାହିଁ ଫଳାଫଳ - KHANDAPADA NAC BYELECTION

ଏହା ମଧ୍ୟ ପଢନ୍ତୁ ....ବିଜେଡି ଦଖଲକୁ ଗଲା ଭାପୁର, ବାଜି ମାରିଲେ ସାବିତ୍ରୀ ପ୍ରଧାନ - Bhapur Block Chairman Election

  • ଅନାସ୍ଥା ନୋଟିସକୁ ବେଆଇନ ଦର୍ଶାଇଛନ୍ତି ଅଧ୍ୟକ୍ଷ

ଭୁବନ ‘ଏନଏସି’ ରେ ମୋଟ 15 କାଉନସିଲର ଥିବା ବେଳେ କିଛି କାଉନସିଲର ଅଧ୍ୟକ୍ଷ ଶୁଭେନ୍ଦୁ ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏ ସମ୍ପର୍କରେ ଅବଗତ ହେବା ପରେ ଜିଲ୍ଲାପାଳଙ୍କ ତରଫରୁ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲରଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଚଳିତମାସ (ନଭେମ୍ବର) ୧୨ ତାରିଖରେ (ଆଜି) ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା । ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଆରମ୍ଭ କରାଯାଇଥିବା ସମଗ୍ର ପ୍ରକ୍ରିୟା ବେଆଇନ ଦର୍ଶାଇ ଅଧ୍ୟକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତିନି ଜଣ କାଉନସିଲରଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ ବିଚାରାଧୀନ ରହିଛି । ଦୁଇ ତୃତୀୟାଂଶରୁ କମ୍ ସଂଖ୍ୟକ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଅଗେଇବା ବେଆଇନ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।

  • ପୌର ଆଇନର ଉଲ୍ଲଂଘନ ହୋଇଛି: ଆବେଦନକାରୀ

ଏଥିସହିତ ‘ଓଡ଼ିଶା ପୌର ଆଇନ’ର ଧାରା-୫୪ (୧) ଓ (୨) ପାଳନ କରାଯାଇ ନାହିଁ । ଅନାସ୍ଥା ପ୍ରସ୍ତାବ ନୋଟିସ୍ ସହିତ ଏ ସଂପର୍କିତ ଅନୁମତି ଓ ଗୃହୀତ ସଂକଳ୍ପର କପି ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇ ନଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା । ମାମଲାରେ ଢେଙ୍କାନାଳ ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ କମିସନର, ଭୁବନ ‘ଏନଏସି’ ନିର୍ବାହୀ ଅଧିକାରୀ ଓ କେତେକ କାଉନସିଲରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.