ETV Bharat / state

ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ମାମଲା; ପୁନର୍ବିଚାର ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Orissa HC On Disabled Pension Hike: ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ମାମଲାର ପୁନର୍ବିଚାର ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ଭତ୍ତା ଦିଆଯାଉଥିବା ନେଇ ଆବେଦନ ହୋଇଥିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 4, 2024, 6:45 AM IST

Orissa High Court
Orissa High Court

କଟକ: ହାଇକୋର୍ଟରେ ଦିବ୍ୟାଙ୍ଗଙ୍କ ମାସିକ ଭତ୍ତା ବୃଦ୍ଧି ମାମଲା । ଏହି ପ୍ରସଙ୍ଗରେ ପୁନର୍ବିଚାର ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏଥିସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୋର୍ଟ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜ‌‌ଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ଆସୋସିଏସନ ଫର ଦି ବ୍ଲାଇଣ୍ଡ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କୁ ମାମଲାର ପୁନର୍ବିଚାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦିବ୍ୟାଙ୍ଗକୁ ମିଳୁଥିବା ଭତ୍ତା ଯଥେଷ୍ଟ ନୁହେଁ ବୋଲି ଏହି ଆବେଦନରେ ଦର୍ଶାଯାଇଥିଲା ।

ଦିବ୍ୟାଙ୍ଗଙ୍କୁ ଚାକିରି କ୍ଷେତ୍ରରେ ୪ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲେ ରାଜ୍ୟ ସରକାର । ସେହିପରି ୨୦୨୩, ସେପ୍ଟେମ୍ବର ୨୯ରେ ଦିବ୍ୟାଙ୍ଗଙ୍କ ସଂପର୍କିତ ପରାମର୍ଶଦାତା ବୋର୍ଡ ଗଠନ କରାଯାଇଥିବା କୋର୍ଟଙ୍କୁ ଜଣାଇଥିଲେ । କେବଳ ସେତିକି ନୁହେଁ, ଭତ୍ତା ବୃଦ୍ଧି ପ୍ରସଙ୍ଗକୁ ଅର୍ଥ ବିଭାଗ ଅଗ୍ରାହ୍ୟ କରିଛି ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ଅନ୍ୟପକ୍ଷରେ ଦିବ୍ୟାଙ୍ଗଙ୍କୁ ମିଳୁଥିବା ଭତ୍ତା ଯଥେଷ୍ଟ ନୁହେଁ । ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଓଡ଼ିଶାରେ ଦିବ୍ୟାଙ୍ଗଙ୍କୁ କମ୍ ଭତ୍ତା ପ୍ରଦାନ କରାଯାଉଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଦିବ୍ୟାଙ୍ଗଙ୍କ ମାସିକ ଭତ୍ତା ବୃଦ୍ଧି ପ୍ରସଙ୍ଗରେ ପୁନର୍ବିଚାର ପାଇଁ ସରକାରଙ୍କୁ କହିଛନ୍ତି । ଏଥି ସହିତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି କୋର୍ଟ ।

ଏହା ମଧ୍ୟ ପଢନ୍ତୁ: ରାସ୍ତାକଡ ମାଂସ ଦୋକାନ ବନ୍ଦ ମାମଲା; ସାନି ସତ୍ୟପାଠ ଦାଖଲ ପାଇଁ ସିଏମସିକୁ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ: ପେଟ୍ ସିଟି ସ୍କାନ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଦିବ୍ୟାଙ୍ଗଙ୍କ ଅଧିକାର ଆଇନ, ୨୦୧୬ ଅନୁସାରେ ଦିବ୍ୟାଙ୍ଗଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପ୍ରସଙ୍ଗ ନେଇ ଆବେଦନକାରୀ ଏହି ମାମଲା ଦାୟର କରିଥିଲେ । ଦିବ୍ୟାଙ୍ଗଙ୍କୁ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ, ମାସିକ ଭତ୍ତା ବୃଦ୍ଧି, ରାଜ୍ୟ ପରାମର୍ଶଦାତା ବୋର୍ଡ ଗଠନ, ରାଜ୍ୟ କମିସନରେ ପଦ ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ପୂର୍ବରୁ ଜବାବ ତଲବ କରିଥିଲେ । ମାମଲା ବିଚାରାଧୀନ ଥିବାବେଳେ ଚାକିରି କ୍ଷେତ୍ରରେ ସଂରକ୍ଷଣ, ବୋର୍ଡ ଗଠନ ଓ କମିଶନ ନିଯୁକ୍ତି ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.