ETV Bharat / state

ଡେଙ୍ଗୁ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନେଇଛ ? ସିଏମସିକୁ ଜବାବ ମାଗିଲେ ହାଇକୋର୍ଟ - Highcourt hearing on Dengue matter

author img

By ETV Bharat Odisha Team

Published : Jul 27, 2024, 8:46 AM IST

Orissa High Court On Dengue Matter: ହାଇକୋର୍ଟରେ ଡେଙ୍ଗୁ ମାମଲାର ଶୁଣାଣି । ଡେଙ୍ଗୁ ସଂକ୍ରମଣ ରୋକିବା ଉପରେ ସିଏମସି ସଠିକ ପଦକ୍ଷେପ ନେଉଛି କି ନାହିଁ ଓ ଏବେସୁଦ୍ଧା କେଉ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜବାବ ରଖିବାକୁ ସିଏମସିକୁ ନିର୍ଦ୍ଦେଶ । ଅଗଷ୍ଟ ୮ରେ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ।

Orissa High court notice to CMC on Dengue matter:
Orissa High court notice to CMC on Dengue matter: (ETV Bharat Odisha)

କଟକ: ହାଇକୋର୍ଟରେ ପହଞ୍ଚିଲା ଡେଙ୍ଗୁ ମାମଲା । ଟ୍ୱିନ ସିଟି କଟକ ଭୁବନେଶ୍ୱରରେ ବର୍ଷା ଦିନ ଆରମ୍ଭ ହୋଇଗଲେ ଆରମ୍ଭ ହୋଇଯାଏ ଡେଙ୍ଗୁ ସମସ୍ୟା । ସହରର ଏହି ସମସ୍ୟାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଓଡିଶା ହାଇକୋର୍ଟ । ଡେଙ୍ଗୁ ସଂକ୍ରମଣ ରୋକିବା ଉପରେ ସିଏମସି ସଠିକ ପଦକ୍ଷେପ ନେଉଛି କି ନାହିଁ ଓ ଏବେସୁଦ୍ଧା କେଉ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଜବାବ ମାଗିଛନ୍ତି ହାଇକୋର୍ଟ ।

ହାଇକୋର୍ଟରେ ଡେଙ୍ଗୁ ମାମଲାର ଶୁଣାଣି:

ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ୍‌ ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁକ୍ରବାର ଦିନ ଡେଙ୍ଗୁ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି ସମୟରେ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ବିଜୟ କୁମାର ଦାଶ ସହରରେ ଡେଙ୍ଗୁ ବ୍ୟାପିବା ପ୍ରସଙ୍ଗକୁ ନେଇ ପ୍ରକାଶିତ ଖବରକାଗଜ ରିପୋର୍ଟ ଦାଖଲ କରିଥିଲେ ଓ ବୁସ୍ କଟିଂ(ବୁଦା କଟା ଯାଉନାହିଁ) କରାଯାଉ ନାହିଁ ବୋଲି କୋର୍ଟଙ୍କୁ ଅବଗତ କରିଥିଲେ । ସେହିପରି ବହୁ ସ୍ଥାନରେ ଅଳିଆ ଜମା ହୋଇ ରହିବା ସହିତ ପାଣି ବି ଜମିଛି । ଏଭଳି ସ୍ଥିତିରେ ସହରରେ ମଶା ସମସ୍ୟା ଦେଖାଦେଇଛି । ଯାହାକି ସହରରେ ଡେଙ୍ଗୁ ବ୍ୟାପିବା ପାଇଁ ଯଥେଷ୍ଟ ସମ୍ଭାବନା ରହିଥିବା ଆଇନଜୀବୀ ଦର୍ଶାଇଥିଲେ । ଏହି ମାମଲାର ଶୁଣାଣି କରି କୋର୍ଟ, ଖବରକାଗଜ ରିପୋର୍ଟରେ ରହିଥିବା ତଥ୍ୟର ମୌଳିକତା ପ୍ରସଙ୍ଗରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଅଗଷ୍ଟ ୮ରେ ତଥ୍ୟ ଉପସ୍ଥାପନ ପାଇଁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଦାୟିତ୍ବ ନେଲେ ନୂଆ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, କହିଲେ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରେ କାର୍ଯ୍ୟ କରିବି - Pitambar Acharya Took Charge

ସିଏମସି ସତ୍ୟପାଠ:

ଏହି ମାମଲାରେ ସହରର ଜଳବନ୍ଦୀ ସମସ୍ୟା ଲାଗି ରହୁଥିବା ୧୨୩ଟି ଅଞ୍ଚଳ ଚିହ୍ନଟ କରାଯାଇଛି ବୋଲି ସିଏମସି ସିଟି ଇଞ୍ଜିନିୟର ସତ୍ୟପାଠରେ ଉଲ୍ଲେଖ କରିଥିଲେ । ବର୍ଷା ସମୟରେ ୭୬ଟି ଅଞ୍ଚଳରେ ଦୁଇରୁ ତିନି ଘଣ୍ଟା ପାଣି ଜମି ରହୁଥିବା ବେଳେ ୪୭ଟି ଅଞ୍ଚଳରେ ୪ରୁ ୫ ଘଣ୍ଟା ଏପରି ସମସ୍ୟା ଲାଗି ରହୁଛି । ଚିହ୍ନଟ କରାଯାଇଥିବା ଏଭଳି ଅଞ୍ଚଳଗୁଡ଼ିକରୁ ବର୍ଷା ଜଳ ବକ୍ସ ଡ୍ରେନ୍, ମୁଖ୍ୟ ଡ୍ରେନ୍ ଓ ଖାଲି ସ୍ଥାନକୁ ନିଷ୍କାସନ ପାଇଁ ଆବଶ୍ୟକ ସଂଖ୍ୟକ ପମ୍ପ ବସାଯାଇଛି । ଆବଶ୍ୟକସ୍ଥଳେ ସିଏମସି ପାଣି ଜମି ରହିଥିବା ଅଞ୍ଚଳରୁ ନିଷ୍କାସନ ପାଇଁ ଏହାର ସେସ ପୁଲ ମେସିନ, ଫାୟାର ପମ୍ପ ବ୍ୟବହାର କରୁଛି । ବର୍ଷାଜଳ ନିଷ୍କାସନ ପାଇଁ ମଧ୍ୟ ଡ୍ରେନରୁ ପଙ୍କ ନିୟମିତ କଢା ଯାଉଛି । ୱାଟକୋ ଗୋଟିଏ ୧୮୦ ଏଚପି, ଦୁଇଟି ୧୦୦ଏଚପି, ପାଞ୍ଚଟି ୬୦ ଏଚପି ପମ୍ପ ଛତ୍ରବଜାର ଓ ଅନ୍ୟ ଅଞ୍ଚଳରେ ବସାଇଛି । ସେହିଭଳି ୱାଟକୋ ତରଫରୁ ମୌସୁମୀ ସମୟରେ ୫ଟି ୬୦ଏଚପି ପମ୍ପ ପ୍ରସ୍ତୁତ କରି ରଖାଯାଇଛି । ବର୍ଷାଜଳ ଜମି ରହୁଥିବା ଅଞ୍ଚଳରୁ ନୂଆ ଡ୍ରେନ୍ ନିର୍ମାଣ କରି ଜଳନିଷ୍କାସନ ସମସ୍ୟା ଦୂର ସମ୍ଭାବନାକୁ ଅନୁଧ୍ୟାନ କରାଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

କୃଷକ ବଜାରରେ ପାଣି ଜମି ରହିବା ମାମଲାର ଶୁଣାଣି:

ଆଉ ମଧ୍ୟ କୃଷକ ବଜାରରେ ପାଣି ଜମି ରହିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ବ୍ୟବସାୟୀଙ୍କ ନିକଟରୁ ମାସିକ ଦେୟ ଆଦାୟ କରୁଥିବା କମିଟି, ମୌଳିକ ସୁବିଧା ମଧ୍ୟ ପ୍ରଦାନ କରିବା କଥା, ତେବେ କାହିଁକି ଏଭଳି ହୋଇନାହିଁ ପ୍ରଶ୍ନ କରିଥିଲେ କୋର୍ଟ । ସେହିପରି କମିଟି ଅଧ୍ୟକ୍ଷ ଉପଜିଲ୍ଲାପାଳ, ଅଗଷ୍ଟ ୮ରେ ଭର୍ଚୁଆଲ ବ୍ୟବସ୍ଥାରେ ଶୁଣାଣି ସମୟରେ ହାଜର ହେବେ‌ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କୃଷକ ବଜାରର ସାନି ସ୍ଥିତି ସଂପର୍କରେ ପରବର୍ତ୍ତୀ ତାରିଖରେ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି ।

ଜବର ଦଖଲ ଉଚ୍ଛେଦ ପ୍ରସଙ୍ଗରେ ଶୁଣାଣି:

ସେହିପରି ଲିଙ୍କରୋଡ୍‌ରୁ ବାଦାମବାଡ଼ି ଏବଂ ଓଏମ୍‌ପିରୁ ନୂଆବଜାର ମଧ୍ୟରେ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ସିଏମସି କୋର୍ଟରେ ଜବାବ ରଖିଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, ଏହି ଦୁଇ ଅଞ୍ଚଳରୁ ୯୦ ପ୍ରତିଶତ ଜବରଦଖଲ ଉଚ୍ଛେଦ କରାଯାଇଛିି । ଅବଶିଷ୍ଟ ଜବରଦଖଲ ଏକ ସପ୍ତାହ ଭିତରେ ହଟାଇ ଦିଆଯିବ ବୋଲି ଉପକମିଶନର ଦର୍ଶାଇଥିଲେ । ଅନ୍ୟପକ୍ଷରେ ଏବେ ମଧ୍ୟ ବାଦାମବାଡ଼ି-ଲିଙ୍କରୋଡ୍ ରାସ୍ତାରେ ନାଳ ଉପରେ ଜବରଦଖଲ ରହିଛି ଓ ବହୁ ସ୍ଥାନରୁ ଉଚ୍ଛେଦ ପରର ଅଳିଆ ଉଠାଯାଇ ନାହିଁ ବୋଲି ଦର୍ଶାଯାଇଥିଲା । ଜବରଦଖଲ ଉଚ୍ଛେଦ ପରେ ପୁଣି ବାଦାମବାଡ଼ି ଅଞ୍ଚଳରେ ବ୍ୟବସାୟୀ ସଂପୃକ୍ତ ସ୍ଥାନକୁ ଜବରଦଖଲ କରି ଷ୍ଟଲ ଲଗାଇଛନ୍ତି ବୋଲି ହାଇକୋର୍ଟ ବାର୍ ସଭାପତି ଦର୍ଶାଇଥିଲେ । କେମିତି ପୁଣି ଜବରଦଖଲ ହେଲା ସେନେଇ ଜବାବ ରଖିବାକୁ ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଏକ ସପ୍ତାହ ପରେ ଏହି ଦୁଇ ଅଞ୍ଚଳ ଅନୁଧ୍ୟାନ କରିବା ପାଇଁ ଆଇନଜୀବୀଙ୍କ ଏକ ଟିମ୍ ଗଠନ ପାଇଁ ହାଇକୋର୍ଟ ବାର୍ ସଭାପତି ଦାଶଙ୍କୁ ହାଇକୋର୍ଟ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.