ETV Bharat / state

ସହଯୋଗୀ ପ୍ରଫେସର ନିଯୁକ୍ତି ବିବାଦ; ବିପିୟୁଟି ଚୟନ କମିଟି ସୁପାରିସ ଉପରେ ରୋକ୍ - ସହଯୋଗୀ ପ୍ରଫେସର ନିଯୁକ୍ତି ବିବାଦ

HC on Associate Professor recruitment issue: ଆଇଏମଆଇଟି ସହଯୋଗୀ ପ୍ରଫେସର ନିଯୁକ୍ତି ବିବାଦ ମାମଲାରେ ବିପିୟୁଟି ଚୟନ କମିଟି ସୁପାରିସ ଉପରେ ସାମୟିକ ରୋକ୍ ଲଗାଇଲେ ହାଇକୋର୍ଟ । ଅଧିକ ପଢନ୍ତୁ

Orissa HC
Orissa HC
author img

By ETV Bharat Odisha Team

Published : Feb 4, 2024, 8:07 AM IST

କଟକ: ସହଯୋଗୀ ପ୍ରଫେସର ନିଯୁକ୍ତି ବିବାଦ ମାମଲା । ବିପିୟୁଟି ଚୟନ କମିଟି ସୁପାରିସ ଉପରେ ସାମୟିକ ଅଙ୍କୁଶ ଲଗାଇଲେ ଓଡ଼ିଶା ହାଇକୋର୍ଟ । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଚୟନ କମିଟି ପକ୍ଷରୁ ସହଯୋଗୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ଯେଉଁ ସୁପାରିସ କରାଯାଇଥିଲା ତାହା ଉପରେ ସାମୟିକ ରୋକ୍ ଲାଗିଛି । ଚୟନ ପ୍ରକ୍ରିୟାରେ ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଥିବା ସର୍ତ୍ତାବଳୀ ଓ ୟୁଜିସି ନିୟମାବଳୀ ଉଲ୍ଲଘଂନ ଅଭିଯୋଗ ନେଇ ଦାୟର ଏହି ମାମଲାରେ ହାଇକୋର୍ଟ ଆବେଦନକାରୀଙ୍କୁ ବିପିୟୁଟି ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ନିକଟରେ ସବିଶେଷ ତଥ୍ୟ ସହିତ ଦରଖାସ୍ତ କରିବାକୁ କହିଛନ୍ତି ।

ଫେବୃଆରୀ ୫ ସୁଦ୍ଧା ଏହି ଦରଖାସ୍ତ କରିବାକୁ ହେବ । ଆବେଦନକାରୀଙ୍କ ଯୋଗ୍ୟତାକୁ ଅଣଦେଖା କରି ଅନ୍ୟ ଜଣେ ପ୍ରାର୍ଥୀଙ୍କ ନାଁ ଚୟନ କମିଟି ସୁପାରିସ କରିବା ଘଟଣାରେ ହୋଇଥିବା ଅନିୟମିତତା ଅଭିଯୋଗ ନେଇ ସବିଶେଷ ତଥ୍ୟ ଦରଖାସ୍ତରେ ଉଲ୍ଲେଖ କରାଯିବ । ଏହି ପ୍ରସଙ୍ଗରେ ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ଶୁଣାଣି ସମୟରେ ଆବେଦନକାରୀ ଓ ସୁପାରିସରେ ନାଁ ଥିବା ପ୍ରାର୍ଥୀଙ୍କୁ ପକ୍ଷ ରଖିବାକୁ ସ‌ୁଯୋଗ ଦେବ । ଦୁଇ ସପ୍ତାହ ଭିତରେ ଅଭିଯୋଗର ଶୁଣାଣି କରି ଆଇନ ଅନୁସାରେ ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ଗ୍ରହଣ କରିବ । ଆବେଦନକାରୀଙ୍କ ଅଭିଯୋଗ ଉପରେ ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଚୟନ କମିଟି ସୁପାରିସ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜୁନିଅର ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରୋକ୍, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନଫରମେସନନ୍ ଟେକ୍ନୋଲୋଜି (ଆଇଏମଆଇଟି)ରେ ଏମବିଏ-ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ବିଭାଗର ସହଯୋଗୀ ପ୍ରଫେସର ପଦ ପୂରଣ ପାଇଁ ବିପିୟୁଟି ପକ୍ଷରୁ ୨୦୨୩, ଜୁନ ୨୮ରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଆବେଦନକାରୀ ଏଥିପାଇଁ ଆବେଦନ କରିଥିଲେ । ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଏହି ପଦବୀରେ ନିଯୁକ୍ତି ପାଇଁ ଚୟନ କରାଯାଇଥିବା ନେଇ ୨୦୨୪, ଜାନୁଆରୀ ୨୪ରେ ବିପିୟୁଟି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ୟୁଜିସି ନିୟମାବଳୀ ଓ ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଘଂନ କରି ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଚୟନ କମିଟି ପକ୍ଷରୁ ସୁପାରିସ କରାଯାଇଥିବା ପ୍ରାର୍ଥୀ ଜଣକ ଦୁଇଟି ଶିକ୍ଷାନୁଷ୍ଠାନରେ ଚୁକ୍ତିଭିତ୍ତିକ ପଦରେ ରହି ପାଠ ପଢାଉଛନ୍ତି । ଅନୁଭବ ପ୍ରସଙ୍ଗରେ ରହିଥିବା ସର୍ତ୍ତାବଳୀ ସେ ପୂରଣ କରୁନାହାନ୍ତି । ଅନ୍ୟପକ୍ଷରେ ସହକାରୀ ପ୍ରଫେସର ପଦରେ କାର୍ଯ୍ୟ କରିବା ପରେ ୨୦୨୧ରୁ ଆବେଦନକାରୀ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ସହଯୋଗୀ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ଯୋଗ୍ୟତାକୁ ଚୟନ କମିଟି ଅଣଦେଖା କରିଛି ବୋଲି ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.