ETV Bharat / state

କାଳବୈଶାଖୀ ପ୍ରଭାବ, ଆସନ୍ତା ୫ଦିନ ଯାଏଁ ଭିଜିବ ଓଡ଼ିଶା

Odisha Weather: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆସନ୍ତା 5 ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ଆଜି କୁଆ ପଥର ବର୍ଷା ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 19, 2024, 5:54 PM IST

Odisha Weather
Odisha Weather
ଆସନ୍ତା ୫ଦିନ ଯାଏଁ ଭିଜିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଥିବା ବେଳ ଆସନ୍ତା ୫ ଦିନ ଯାଏଁ ମଧ୍ୟ ଭିଜିବ ରାଜ୍ୟ । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବାକୁ ଥିବା ବେଳେ 12 ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କୁଆ ପଥର ବର୍ଷା ଲାଗି ମଧ୍ୟ ଓଡ଼ିଶାକୁ ଆଲର୍ଟ କରାଯାଇଛି । ବର୍ଷା, ଘଡଘଡି ଓ କୁଆପଥର ନେଇ କୃଷକମାନଙ୍କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

କାଳବୈଶାଖୀ ପ୍ରଭାବରେ ପୁରା ରାଜ୍ୟରେ ମେଘୁଆ ପାଗ ରହିଛି । ବାୟୁମଣ୍ଡଳରେ ଯେଉଁ ମଧ୍ୟ ଓ ନିମ୍ନ ଚାପରେଖା ରହିଛି ତା' ସହ ଗୁରୁଚାପ ବଳୟ ପ୍ରଭାବରେ ଜଳୀୟପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହୋଇ ଏଭଳି ପାଗ ସୃଷ୍ଟି କରୁଛନ୍ତି । ଆସନ୍ତା ୨୪ ଘଣ୍ଟାରେ ଭାରି ବର୍ଷା ପାଇଁ ଯାଜପୁର, କଟକ, ନୟାଗଡ, ବୌଦ୍ଧ ଓ କନ୍ଧମାଳ ଏହି ଜିଲ୍ଲା ଗୁଡିକରେ ଭାରି ବର୍ଷା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବର୍ଷାର ପରିମାଣ ୭ରୁ ୧୧ ସେମି ରହିବାର ସମ୍ଭାବନା ଥିବା ବେଳେ ଏହି ସମୟରେ ୫୦ ରୁ ୬୦ କିମି ପବନ ବହିବା ବୋଲି ବିଭାଗ ଆକଳନ କରିଛି ।

ଏହା ବି ପଢନ୍ତୁ- ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ !

ଏହାସହ କୁଆପଥର ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ନୟାଗଡ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୋନପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯଇଛି । ଅବଶିଷ୍ଟ ୧୮ ଜିଲ୍ଲାକୁ ମଧ୍ୟ ବର୍ଷା ପାଇଁ ଚେତାବନୀ ଦିଆଯାଇଛି । ଏହି ବର୍ଷାର ପ୍ରଭାବ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ। ସେହପରି ପାଶ୍ବବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକରୁ ମାଧ୍ୟମ ଧାରଣା ବର୍ଷା ଅନୁଭୂତ ହେବ। ବର୍ଷା ଓ କୁଆପଥର ବର୍ଷା ପ୍ରଭାବରେ ଚାଷ ମଧ୍ୟ ବିଶେଷ ଭବେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ନେଇ ମଧ୍ୟ ଚାଷୀ ଭାଇମାନଙ୍କୁ ଚେତାବନୀ ଦିଆଯାଇଛି ।

ସେହିପରି ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, ପୁରୀ ସମେତ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ବିଭିନ ସ୍ଥାନରେ ବିସ୍ତୃତ ଭାବେ ବର୍ଷା ଅନୁଭୂତ ହୋଇଛି । ଯାଜପୁର ସହରରେ ରାଜ୍ୟର ସର୍ବାଧିକ ୬୦ ମିମି ବର୍ଷା ରେକର୍ଡ କରାଯାଇଛି । ତା' ସହ ଗଞ୍ଜାମ, ଗଜପତି, ନୟାଗଡ ଏସବୁ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ବରଗଡ଼, ସମ୍ବଲପୁର ଓ ଦେଓଗଡ ରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.