ETV Bharat / state

ସନ୍ଦେହ ଘେରରେ ପୌର ପରିଷଦ ଅଫିସ ଅଗ୍ନିକାଣ୍ଡ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବିରୋଧୀ

Oppositions Demand Investigation On Fire Mishap: ଗତକାଲି ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ । ପୌରାଧ୍ୟକ୍ଷାଙ୍କ ବୟାନ ପରେ ବିରୋଧୀଙ୍କ ଭ୍ରଷ୍ଟାଚାର ଲୁଚାଇବାର ଅଭିଯୋଗ । ଅଧିକ ପଢନ୍ତୁ

ସନ୍ଦେହ ଘେରରେ ପୌର ପରିଷଦ ଅଫିସ ଅଗ୍ନିକାଣ୍ଡ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବିରୋଧୀ
ସନ୍ଦେହ ଘେରରେ ପୌର ପରିଷଦ ଅଫିସ ଅଗ୍ନିକାଣ୍ଡ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବିରୋଧୀ
author img

By ETV Bharat Odisha Team

Published : Feb 12, 2024, 8:44 PM IST

ସନ୍ଦେହ ଘେରରେ ପୌର ପରିଷଦ ଅଫିସ ଅଗ୍ନିକାଣ୍ଡ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବିରୋଧୀ

ପାରଳାଖେମୁଣ୍ଡି: ସନ୍ଦେହ ଘେରରେ ଅଗ୍ନିକାଣ୍ଡ । ପୌର ପରିଷଦ ଅଫିସରେ ନିଆଁ ଲାଗିବାକୁ ନେଇ ବିରୋଧୀଙ୍କ ନିଶାନା । ଗତକାଲି (ରବିବାର) ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ଅଫିସ୍ ଛୁଟି ଥିବା ବେଳେ ହଠାତ୍ କାର୍ଯ୍ୟାଳୟର ପୁରାତନ କୋଠାରୁ ନିଆଁ ଦେଖାଯିବା ସହ ପ୍ରବଳ ଧୂଆଁ ବାହାରୁଥିବା ଦୋଖାଦେଇଥିଲା । ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଦୀର୍ଘ ୩ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ ପୋଡି ନଷ୍ଟ ହୋଇଯାଇଛି ।

ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୌରାଧ୍ୟକ୍ଷା ଏହା ସର୍ଟ ସର୍କିଟରୁ ହୋଇଥିବା କଥା କହିଛନ୍ତି । ଯାହାକୁ ନେଇ ବିଧାୟକ ଓ କାଉନସିଲର ଦୁର୍ନୀତିର ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଆଣିଛନ୍ତି । ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ କହିଛନ୍ତି ଯେ, ଜାଲିଆତି ଫାଇଲକୁ ପୋଡିବା ପାଇଁ ପୌରପରିଷଦର କେତେକ କର୍ମଚାରୀ ଏଭଳି କାଣ୍ଡ କରିଥିବା ସନ୍ଦେହ ହେଉଛି । ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ସେହିଭଳି ବିଜେପି କାଉନସିଲର ବାଳକୃଷ୍ଣ ପାତ୍ର କହିଛନ୍ତି ଯେ, କୋଭିଡ ସମୟରେ କିଣାଯାଇଥିବା ମାସ୍କ,ସାନିଟାଇଜର ଆଦିକୁ ବ୍ୟବହାର କରାନଯାଇ ରଖାଯାଇଥିଲା । ସେସବୁ କିଣାଯାଇଥିବା ସଂପର୍କିତ ଫାଇଲ ମଧ୍ୟ ସେଠାରେ ଥିଲା । ତାହାକୁ ନଷ୍ଟ କରିବା ପାଇଁ ଏଭଳି କରାଯାଇଥିବା ସନ୍ଦେହ ସୃଷ୍ଟି ହେଉଛି । ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ

ସେମାନଙ୍କ କହିବା କଥା ପୌରପରିଷଦର ନୂତନ କୋଠା ନିର୍ମାଣ ହୋଇଥିବା ବେଳେ ସେଠାରେ କାର୍ଯ୍ୟାଳୟ ଚାଲୁ ରହିଛି । ତେବେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ପୁରୁଣା କୋଠାରେ ଏତେ ସବୁ ଫାଇଲ ଆଜି ଯାଏଁ କିଭଳି ରଖାଯାଇଥିଲା । ଗୁରୁତ୍ବପୂର୍ଣ୍ଣ ଫାଇଲ ଥିବା ସତ୍ତ୍ବେ ବିଭିନ୍ନ ସମୟରେ ଜବତ ପଲିଥିନ୍ ମଧ୍ୟ ଏହି କୋଠାରେ ରଖାଯାଇଥିଲା । ଏଥିପାଇଁ କିଏ ଅନୁମତି ଦେଇଥିଲା ତାହାର ମଧ୍ୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । କୋଠାରେ ସିସି କ୍ୟାମେରା ରହିଛି । ତେଣୁ ତାହାର ଫୁଟେଜକୁ ଆଧାର କରି ତଦନ୍ତ କରାଯାଇ ଘଟଣା ପଛର କାରଣ ଖୋଜିବା ସହ ଯଦି କିଏ ଦୋଷୀ ବାହାରେ ତାଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସୁଜିତ ଚୌଧୁରୀ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.