ETV Bharat / state

ଘରେ ଘରେ ବିଜେପି ମିଛକୁ କରନ୍ତୁ ପର୍ଦ୍ଦାଫାଶ କହିଲେ ନବୀନ; କାଉଣ୍ଟର କଲା ବିଜେପି; ‘ସୁଭଦ୍ରା’ ଦେଖି ଭୟଭୀତ ବିଜେଡି - Biju Mahila Janata Dal meeting

author img

By ETV Bharat Odisha Team

Published : Sep 4, 2024, 9:21 PM IST

Biju Mahila Janata Dal meeting, BJP counter: ପ୍ରତି ଘରେ ଘରେ ବିଜେପିର ମିଛକୁ କରନ୍ତୁ ପର୍ଦ୍ଦାଫାଶ କରନ୍ତୁ କହିଲେ ନବୀନ ପଟ୍ଟନାୟକ । ନବୀନଙ୍କୁ କାଉଣ୍ଟର କଲେ ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ର । ମହିଳାଙ୍କ ପାଇଁ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଲେ ଉର୍ମିଳା । ‘ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଘାରିଛି ମହିଳା ଭୋଟ ବ୍ୟାଙ୍କ ଚିନ୍ତା’ । ଅଧିକ ପଢନ୍ତୁ

Biju Mahila Janata Dal meeting-BJp press meet
Biju Mahila Janata Dal meeting-BJp press meet (ETV Bharat Odisha)

ଭୁବନେଶ୍ବର: ବିଜୁ ମହିଳା ଜନତା ଦଳର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି । ଶଙ୍ଖ ଭବନରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସାମିଲ ହୋଇ ଦିଗଦର୍ଶନ ଦେଇଛନ୍ତି । ପ୍ରତି ଘରେ ଘରେ ବିଜେପିର ମିଛକୁ ପର୍ଦ୍ଦାଫାଶ କରନ୍ତୁ ବୋଲି ମହିଳା ଜନତା ଦଳକୁ ନବୀନ ପରାମର୍ଶ ଦେଇଛନ୍ତି । ବୈଠକରେ ସମସ୍ତ ସାଂଗଠନିକ ଜିଲ୍ଲା ସଭାନେତ୍ରୀ, ବ୍ଲକ ସଭାନେତ୍ରୀ ଓ ବିଭିନ୍ନ ପଦପଦବୀରେ ଥିବା କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲାର ମହିଳା ସଂଗଠନ, ଚାଲୁଥିବା କାର୍ଯ୍ୟକ୍ରମ ବାବଦରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଭିଭାଷଣରେ କହିଛନ୍ତି, "ମା'ଙ୍କ ବିଶ୍ଵାସ ସହ ବିଜେପି ଖେଳିବା ଉଚିତ ନୁହେଁ । ମା' ମାନେ ଏହାର ଉଚିତ ଜବାବ ଦେବେ । ବିଜୁ ବାବୁ ସାରା ଦେଶରେ ମହିଳା ସଶକ୍ତିକରଣର ମୂଳଦୁଆ ପକାଇଥିଲେ । ବିଜୁ ଜନତା ଦଳ ମା ମାନଙ୍କର ସ୍ଵର ହୋଇ ରହିଛି ଓ ରହିବ । ବିଜେଡି ସବୁବେଳେ ମା'ଙ୍କ ସାଥୀରେ ରହିଛି । ମା ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବ । ମା'ଙ୍କ ସାମାଜିକ ସଶକ୍ତିକରଣ ହେଉ ବା ଅର୍ଥନୈତିକ ସଶକ୍ତିକରଣ ବିଜେଡି ସବୁବେଳେ ଆଗରେ ରହିଛି । ବିଜୁ ବାବୁ ହିଁ ସାରା ଦେଶର ମା'ଙ୍କର ସଶକ୍ତିକରଣର ମୂଳଦୁଆ ଦେଇଥିଲେ ।"

ନବୀନ ଆହୁରି ମଧ୍ୟ କହିଛନ୍ତି, "ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି 70 ଲକ୍ଷ ମା ମାନଙ୍କୁ ଏକାଠି କରି ପାରିଛି । SHG ରୁ ସେମାନେ SME ହୋଇପାରିଛନ୍ତି । ବିକାଶ କାର୍ଯ୍ୟରେ ମା ମାନେ ଆଜି ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଦେଶରେ ମହିଳା ବିରୋଧୀ ହିଂସା ବୃଦ୍ଧି ଏକ ଚିନ୍ତାଜନକ ଘଟଣା । ମହିଳାଙ୍କ ବିରୋଧୀ ହିଂସା ଭଗବାନ ବିରୋଧ ହିଂସା ସହ ସମାନ । ଭାରତୀୟ ସଂସ୍କୃତିରେ ମା'ଙ୍କୁ ପୂଜା କରାଯାଏ । କୌଣସି ପରିସ୍ଥିତିରେ ମଣିଷ ବିରୋଧୀ ଅପରାଧ ରୋକାଯିବା ଦରକାର । ମିଳିତ ପ୍ରୟାସ ଓ ସମନ୍ୱୟରେ ଆମ ଝିଅ ସୁରକ୍ଷିତ ଦୁନିଆରେ ରହିବେ । ମହିଳା ସଂରକ୍ଷଣ ବିଲ ଲୋକସଭା ଓ ବିଧାନସଭାରେ ଆସିବାକୁ ଯାଉଛି । ତେଣୁ ସଭ୍ୟ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କାରିବାକୁ ପଡିବ । ଅଧିକରୁ ଅଧିକ ମହିଳାଙ୍କୁ ଦଳ ସହ ଯୋଡିବାକୁ ନବୀନ ପରାମର୍ଶ ଦେଇଛନ୍ତି ।"

Biju Mahila Janata Dal meeting
Biju Mahila Janata Dal meeting (ETV Bharat Odisha)

ସେ ଏହା ମଧ୍ୟ କହିଛନ୍ତି, "ମିଛ ହେଉଛି ବିଜେପି ସବୁଠାରୁ ବଡ ପରିଚୟ । ସୁଭଦ୍ରା ଯୋଜନା ହେଉ ବା ୩୦୦ ୟୁନିଟ ମାଗଣା ବିଜୁଳି ବିଜେପିର ମିଛ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି । ଦୁଇବର୍ଷରେ ପଚାଶ ହଜାର ଦେବେ ବୋଲି କହିଥିଲେ । ଏବେ କହୁଛନ୍ତି ପାଞ୍ଚବର୍ଷରେ ଦେବେ । ତା ପୁଣି ୬ ମାସରେ ମାତ୍ର ୫ ହଜାର ଟଙ୍କା । ସବୁ ମହିଳାଙ୍କୁ ସୁଭଦ୍ରା ଅର୍ଥ ଦେବେ ବୋଲି କରିଥିଲେ ଏବେ କିନ୍ତୁ ଅଳ୍ପ କିଛି ମା ମାନଙ୍କୁ ଦେଉଛନ୍ତି । ଗତ ନିର୍ବାଚନରେ ବିଜେପିର ବଡ ବଡ ନେତା ସାରା ଦେଶକୁ ଆସି ବହୁତ ବଡ ବଡ କଥା କହିଲେ ହାତୀ ଦେବୁ ଘୋଡା ଦେବୁ । କିନ୍ତୁ କାମରେ Zero । ମହିଳା ମାନଙ୍କ ବିଶ୍ୱାସକୁ ନେଇ ବିଜେପି ଖେଳିବା ଉଚିତ୍ ନୁହେଁ । ସାଧାରଣ ଲୋକଙ୍କ ବିଶ୍ବାସ ସହ ଖେଳିବା ଉଚିତ୍ ନୁହେଁ । ମା ମାନେ ଆମର ବହୁତ ସଚେତନ । ମହିଳାମାନେ ହିଁ ଏହାର ଜବାବ ଦେବେ । ପ୍ରତି ଘରେ ଘରେ ବିଜେପିର ମିଛକୁ ପର୍ଦ୍ଦାଫାଶ କରନ୍ତୁ । ବିଜେଡି ସବୁବେଳେ ମହିଳାଙ୍କ ସହ ରହିଛି, ରହିବ ।"

ଏହା ବି ପଢନ୍ତୁ-ମେଟ୍ରୋ ପ୍ରୋଜେକ୍ଟକୁ ନେଇ କିଏ କହୁଛି ସତ ? ବିଜେଡି ନା ବିଜେପି - Cuttack Metro Rail Project

ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀରେ 6ଟି ପ୍ରସ୍ତାବ ପାରିତ ହୋଇଛି । ସେଥିରେ 4ଟି ରାଜନୈତିକ, ଗୋଟେ ସାଂଗଠନିକ ଓ ଗୋଟିଏ ଧନ୍ୟବାଦ ପ୍ରସ୍ତାବ ରହିଛି । ଏହା ସହିତ ଗୋଟେ ସଂକଳ୍ପ ମଧ୍ୟ ପାରିତ ହୋଇଛି । ବିଜେପି ସରକାର ନିର୍ବାଚନ ପୂର୍ବରୁ ମହିଳାଙ୍କ ଲାଗି ସ୍ୱତନ୍ତ୍ର ପ୍ରତିଶ୍ରୁତି ଦେଇଥିଲେ । ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ 50 ହଜାର ଟଙ୍କା ଲେଖାଏଁ ଦେବେ । ଭୋଟ ନେଲା ପରେ ବର୍ତ୍ତମାନ ଏହା ପ୍ରତାରଣାରେ ପରିଣତ ହୋଇଛି । ଏହି ଯୋଜନାର ଲାଭ କିଭଳି ଅଧିକାଂଶ ମହିଳାଙ୍କୁ ନମିଳିବ ସେଥିପାଇଁ ସରକାର ଗାଇଡ଼ ଲାଇନ କରିଛନ୍ତି । 21 ବର୍ଷରୁ କମ ଓ 60 ବର୍ଷର ଉର୍ଦ୍ଧ୍ବ ବୟସ୍କ ମହିଳାଙ୍କୁ ଯୋଜନାର ଲାଭ ମିଳିବ ନାହିଁ ।"

ସ୍ନେହାଙ୍ଗିନୀ ଆହୁରି ମଧ୍ୟ କହିଛନ୍ତି, "300 ୟୁନିଟ ବିଜୁଳି ମାଗଣା, 3100 ଟଙ୍କା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣାକୁ ପୂରଣ କରିବାକୁ ବିଜେପି ଚାହୁଁନାହିଁ । ବିଜୁ ମହିଳା ଜନତା ଦଳର ଦାବି ପ୍ରତ୍ୟେକ ମହିଳାଙ୍କୁ ଏକକାଳୀନ 50 ହଜାର ଟଙ୍କା । ଯଦି ଏହା ନହୁଏ ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ । ବିରାଟ ଆନ୍ଦୋଳନ ଗାଁ'ରୁ ଆରମ୍ଭ ହୋଇ ରାଜଧାନୀ ପର୍ଯ୍ୟନ୍ତ କରାଯିବ । ଲକ୍ଷ୍ମୀ ବସ ଯୋଜନା ଜରିଆରେ ଅପହଁଚ ଅଞ୍ଚଳର ମହିଳା ନିଜ କାର୍ଯ୍ୟ ନିଜେ କରୁଥିଲେ । ସହରାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମୁକ୍ତା ଯୋଜନା କାର୍ଯ୍ୟକାରୀ ହୋଇଥିଲା । ମା'ଭଉଣୀ ଏହି ଯୋଜନାରେ ଉପକୃତ ହେଉଥିଲେ । ଏହି ଯୋଜନାକୁ ସରକାର ବନ୍ଦ କରିଦେଇଛନ୍ତି । ଏହାକୁ ତୁରନ୍ତ କରିବା ଲାଗି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି ।"

ଏହା ବି ପଢନ୍ତୁ-ବକ୍ସି ଜଗବନ୍ଧୁ ନେଇ ତୀବ୍ର ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ, ଫାଇଦା ନେଲା କଂଗ୍ରେସ ! - Buxi Jagabandhu Statue Unveiling

ସେ ଏହା ମଧ୍ୟ କହିଛନ୍ତି, "ମିଶନ ଶକ୍ତି ଜରିଆରେ 80 ଲକ୍ଷ ମହିଳାଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଶକ୍ତ କରିଥିଲେ । ଏହାର କାମକୁ ବର୍ତ୍ତମାନର ସରକାର ସଙ୍କୁଚିତ କରିଛନ୍ତି । ଆର୍ଥିକ ସହାୟତା ମଧ୍ୟ ସଂକୁଚିତ ହୋଇଛି । ଏ ନେଇ ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି । ମିଶନ ଶକ୍ତି ଦୌଡିବ ବୋଲି ଉପମୁଖ୍ୟମନ୍ତ୍ରୀ କହୁଥିବାବେଳେ ଯୋଜନାକୁ ଏବେ ସିଥଳ କରାଯାଇଛି । ଅର୍ଥନୈତିକ ସ୍ତରରେ ସ୍ୱାବଲମ୍ବୀ କରିବା ବଦଳରେ ଏହାକୁ ସ୍ଥାଣୁ କରାଯାଉଛି । ପୂର୍ବ ସରକାରରେ ଯେଉଁ ଆର୍ଥିକ ସହାୟତା ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଥିଲା ମୋହନ ସରକାର ତାହା ଦିଅନ୍ତୁ । ନହେଲେ ଏହା ଏକ ଗଣ ଆନ୍ଦୋଳନରେ ପରିଣତ ହେବ । ପରିବାର, ୱାର୍ଡ ସ୍ତରରେ ଥିବା ସଂଗଠନକୁ ମଜବୁତ କରାଯିବ । ମିଛ ପ୍ରତିଶ୍ରୁତିର ଶିକାର ହୋଇ ପଶ୍ଚାତାପ କରୁଥିବା ମହିଳାଙ୍କ ପାଖକୁ ଯିବ ବିଜେଡି । ପରିବାର, ଗାଁ ଓ ପଞ୍ଚାୟତକୁ ଯିବ ମହିଳା ଜନତା ଦଳ । ବିଜେପିର ମିଥ୍ୟା ପ୍ରତିଶ୍ରୁତି ବାବଦରେ ଅବଗତ କରାଯିବ ।"

ସୁଭଦ୍ରା ଯୋଜନାକୁ ଦେଖି ଭୟଭୀତ ବିଜେଡ଼ି ! ୨୪ ବର୍ଷ ପରେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି-

ସୁଭଦ୍ରା ଯୋଜନାକୁ ଦେଖି ଭୟଭୀତ ବିଜେଡ଼ି । ୨୪ ବର୍ଷ ପରେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି । ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଘାରିଛି ମହିଳା ଭୋଟ ବ୍ୟାଙ୍କ ଚିନ୍ତା । କାଳେ ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିଯିବ ସେନେଇ ଭୟ ଘାରିଛି ବିଜେଡି ସୁପ୍ରିମୋଙ୍କୁ । ବିଜେପି ଯାହା ପ୍ରତିଶୃତି ଦେଇଥିଲା ତାହା ପାଳନ କରୁଛି । ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଜେପି ପ୍ରଚେଷ୍ଟା କରୁଥିବା କାରଣରୁ ସେଥିରେ ବାଧା ଉପୁଜାଉଛନ୍ତି ବିଜେଡି ସୁପ୍ରିମୋ । ମହିଳା ଭୋଟବ୍ୟାଙ୍କ୍ କମିଯିବାରୁ ଭୟ ଘାରିଛି ନବୀନ ବାବୁଙ୍କୁ ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ର ନବୀନ ପଟ୍ଟନାୟକଙ୍କୁ ଟାର୍ଗଟେ କରି କହିଛନ୍ତି ।

ଏହା ବି ପଢନ୍ତୁ-ଏକାମ୍ର ପ୍ରକଳ୍ପ ଓ ଲିଙ୍ଗରାଜ ଆଇନକୁ ନେଇ ବାବୁ-ଅଶୋକ ମୁହାଁମୁହିଁ: ଅଭିଯୋଗ ଆଣିଲେ ବିଧାୟକ, କାଉଣ୍ଟର କଲେ ପୂର୍ବତନ ମନ୍ତ୍ରୀ - Politics On Ekamra Project

"୨୪ ବର୍ଷ ପରେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି। ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଘାରିଛି ମହିଳା ଭୋଟ ବ୍ୟାଙ୍କ ଚିନ୍ତା। କାଳେ ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିଯିବ ସେନେଇ ଭୟ ଘାରିଛି ବିଜେଡି ସୁପ୍ରିମୋଙ୍କୁ। ବିଜେପି ଯାହା ପ୍ରତିଶୃତି ଦେଇଥିଲା ତାହା ପାଳନ କରୁଛି। ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଜେପି ପ୍ରଚେଷ୍ଟା କରୁଥିବା କାରଣରୁ ସେଥିରେ ବାଧା ଉପୁଜାଉଛନ୍ତି ବିଜେଡି ସୁପ୍ରିମୋ। ଦୀର୍ଘ 24 ବର୍ଷ ଭିତରେ ମହିଳା ମାନଙ୍କ ପ୍ରତି ଅନ୍ୟାୟ ହୋଇଥିଲା। ବେବିନା,ମମିତା,କୁନ୍ଦୁଲି କେହି ନ୍ୟାୟ ପାଇନାହାନ୍ତି। ତଦନ୍ତ କମିଶନ ବସିଛି ହେଲେ ରିପୋର୍ଟ ସାର୍ବଜନୀନ ହୋଇନି । ବିଜେପିର ଯୋଜନା ସୁଦୁରବ୍ୟାପୀ । ସୁଭଦ୍ରା ଯୋଜନା ମାଧ୍ୟମରେ ସମସ୍ତେ ସାମିଲ ହୁଅନ୍ତୁ ଏବଂ ମହିଳା ମାନେ ଲାଭ ଉଠାନ୍ତୁ। ଡବଲ ଇଞ୍ଜିନ ସରକାରରେ ଆଗମୀ ଦୁଇ ବର୍ଷ ରେ ଓଡ଼ିଶାରେ ୨୬ ଲକ୍ଷ୍ୟ ଲକ୍ଷପତି ସୃଷ୍ଟି ପାଇଁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର," ବୋଲି କହିଛନ୍ତି ଉର୍ମିଳା ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେଡି ମୁଖିଆ ନବୀନ ବାବୁଙ୍କର ଦୀର୍ଘ ୨୪ବର୍ଷ ପରେ ହଠାତ୍ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି । କାରଣ ଆଜି ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି, ସେହି ସମୟରେ ନବୀନ ବାବୁଙ୍କର ଏକପ୍ରକାର ରାଜନୀତିକ ଉଦ୍ଦେଶ୍ୟ ରଖି ଟିପ୍ପଣୀ ଦେବା କେତେଦୂର ଠିକ ? ବାସ୍ତବରେ ମହିଳା ଭୋଟବ୍ୟାଙ୍କ୍ କମିଯିବାରୁ ଭୟ ଘାରିଛି ନବୀନ ବାବୁଙ୍କୁ ।"

ଏହା ବି ପଢନ୍ତୁ-Split BJD into pieces politics: ଯେମିତି କର୍ମ, ସେମିତି ଫଳ; ବିଜେଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି କି ଶାସକ ଦଳ ? ବିଜେପି କହିଲା ଆମେ ନୁହେଁ ଲୋକେ ଭାଙ୍ଗିବେ ଶଙ୍ଖ ଦଳ - Ruling BJP trying to split BJD

ନବୀନ ବାବୁ ଶାସନ ଗାଦିରେ ଥାଇ ଏଭଳି କଥା କହିଥିଲେ ଶୋଭା ପାଇଥାନ୍ତା ଏବଂ ଏହାକୁ ଓଡିସାବାସୀ ଆଦୃତ କରିଥାନ୍ତେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ଯେତେବେଳେ ବିଜେପି ସରକାର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଦେବା ପାଇଁ ସ୍ଥିର କରିଛି ସେତେବେଳେ ନବୀନ ବାବୁ ଏତେ ଅସହିଷ୍ଣୁ କାହିଁକି ହୋଇପଡିଛନ୍ତି ? ବିଜେଡି ଦଳ ନିର୍ବାଚନ ହାରିବା ପରେ ତାଙ୍କର ମୁଖିଆ ହତାଶ୍ ହୋଇପଡିଥିବା ମହିଳା କାର୍ଯ୍ୟକର୍ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଏଭଳି ବିବୃତି ଦେଇଛନ୍ତି । ସୁଭଦ୍ରା ଯୋଜନା ରାଜ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ବିଜେଡିର ଭୋଟ୍‌ବ୍ୟାଙ୍କ ଭାଙ୍ଗିଯିବାର ଭୟ ନବୀନ ବାବୁଙ୍କ ମନରେ ସୃଷ୍ଟି ହୋଇଛି । କେବଳ ମହିଳାମାନଙ୍କୁ ଭୋଟ୍‌ବ୍ୟାଙ୍କ୍ ଭାବରେ ବ୍ୟବହାର କରି ଠକିବା କଥା ନବୀନ ବାବୁ ଜାଣିଥିଲେ । ନବୀନ ବାବୁଙ୍କ ସରକାର ସମୟରେ ଓଡିଶାରେ ମହିଳା ବିରୋଧି ହିଂସାର ସୀମା ଲଂଘିଥିଲା । ସୁଭଦ୍ରା ଯୋଜନା ଏକ ସୁନ୍ଦର ସୁଚିନ୍ତିତ ଯୋଜନା ଯାହା ମା’ ଭଉଣୀମାନଙ୍କ ମନରେ ଆନନ୍ଦ ଭରିଦେବ । ନବୀନ ବାବୁ ମିଛର ସାହାରା ନେଇ ଏହି ଯୋଜନାରେ ବାଧକ ନହୁଅନ୍ତୁ ବୋଲି କହିଛନ୍ତି ଉର୍ମିଳା ମହାପାତ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.