ETV Bharat / state

ଏକ ଟଙ୍କିଆ କ୍ଲିନିକକୁ 3 ବର୍ଷ; ଡାକ୍ତର ରାମଚନ୍ଦାନୀ ଶୁଭାରମ୍ଭ କଲେ ଏକ ଟଙ୍କିଆ ECG ସହ ନେବୁଲାଇଜର ଟେଷ୍ଟ

author img

By ETV Bharat Odisha Team

Published : Feb 12, 2024, 11:02 PM IST

One Rupee Clinic: ସମାଜସେବା କ୍ଷେତ୍ରରେ ଆଉ ଏକ ପାଦ ବଢାଇଲେ ସମ୍ବଲପୁର ବୁର୍ଲା ଭୀମସାର ସହକାରୀ ଅଧ୍ୟାପକ ତଥା ଡାକ୍ତର ଶଙ୍କର ରାମଚନ୍ଦାନୀ l ବୁର୍ଲା ସ୍ଥିତ ତାଙ୍କର ଏକ ଟଙ୍କିଆ କ୍ଲିନିକକୁ 3 ବର୍ଷ ପୁରିଥିବା ବେଳେ, ଆଜି ସେ ଏକ ଟଙ୍କିଆ ଇସିଜି ଓ ନେବୁଲାଇଜର ଟେଷ୍ଟ ସେବା ଆରମ୍ଭ କରିଛନ୍ତି l ଗରିବ ରୋଗୀଙ୍କ ପାଇଁ ଏହି ସେବା ଆରମ୍ଭ କରିଛନ୍ତି ଡାକ୍ତର ରାମଚନ୍ଦାନୀ l ଅଧିକ ପଢନ୍ତୁ

ଏକ ଟଙ୍କିଆ କ୍ଲିନିକକୁ 3 ବର୍ଷ; ଡାକ୍ତର ରାମଚନ୍ଦାନୀ ଶୁଭାରମ୍ଭ କଲେ ଏକ ଟଙ୍କିଆ ECG ସହ ନେବୁଲାଇଜର ଟେଷ୍ଟ
ଏକ ଟଙ୍କିଆ କ୍ଲିନିକକୁ 3 ବର୍ଷ; ଡାକ୍ତର ରାମଚନ୍ଦାନୀ ଶୁଭାରମ୍ଭ କଲେ ଏକ ଟଙ୍କିଆ ECG ସହ ନେବୁଲାଇଜର ଟେଷ୍ଟ
ଏକ ଟଙ୍କିଆ କ୍ଲିନିକକୁ 3 ବର୍ଷ; ଡାକ୍ତର ରାମଚନ୍ଦାନୀ ଶୁଭାରମ୍ଭ କଲେ ଏକ ଟଙ୍କିଆ ECG ସହ ନେବୁଲାଇଜର ଟେଷ୍ଟ

ସମ୍ବଲପୁର: ସମାଜସେବା କ୍ଷେତ୍ରରେ ଆଉ ଏକ ପାଦ ବଢାଇଲେ ସମ୍ବଲପୁର ବୁର୍ଲା ଭୀମସାର ସହକାରୀ ଅଧ୍ୟାପକ ତଥା ଡାକ୍ତର ଶଙ୍କର ରାମଚନ୍ଦାନୀ l ବୁର୍ଲା ସ୍ଥିତ ତାଙ୍କର ଏକ ଟଙ୍କିଆ କ୍ଲିନିକକୁ 3 ବର୍ଷ ପୁରିଥିବା ବେଳେ, ଆଜି ସେ ଏକ ଟଙ୍କିଆ ଇସିଜି ଓ ନେବୁଲାଇଜର ଟେଷ୍ଟ ସେବା ଆରମ୍ଭ କରିଛନ୍ତି l ଗରିବ ରୋଗୀଙ୍କ ପାଇଁ ଏହି ସେବା ଆରମ୍ଭ କରିଛନ୍ତି ଡାକ୍ତର ରାମଚନ୍ଦାନୀ l ପୂର୍ବରୁ ଏକ ଟଙ୍କିଆ କ୍ଲିନିକ, ଏକ ଟଙ୍କିଆ ମେଡ଼ିସିନ ସେବା, ଏକ ଟଙ୍କିଆ ରହଣି ବ୍ୟବସ୍ଥା କରିଥିବା ବେଳେ ବର୍ତ୍ତମାନ ଏକ ଟଙ୍କିଆ ଇସିଜି ଓ ନେବୁଲାଇଜର ଟେଷ୍ଟ ସେବା ଆରମ୍ଭ କରି ପୁଣି ଚର୍ଚ୍ଚାରେ ବୁର୍ଲା ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନୀ ।

ଅଧିକ ପଢନ୍ତୁ- ପୁଣି ହୃଦୟ ଜିତିଲେ ଟଙ୍କିକିଆ କ୍ଲିନିକ୍ ଡାକ୍ତର, ଗରିବ ରୋଗୀଙ୍କ ସେବାରେ ନିଜ କାରକୁ କଲେ ଉତ୍ସର୍ଗ

ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ଡାକ୍ତର ତଥା ଜଣାଶୁଣା ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ପୁଣି ଏକ ଅଭିନବ ପ୍ରୟାସ l ବର୍ତ୍ତମାନ ବୁର୍ଲା ସ୍ଥିତ ନିଜ କ୍ଲିନିକରେ ଆରମ୍ଭ କରିଛନ୍ତି ଏକ ଟଙ୍କିଆ ଇସିଜି ଓ ଏକ ଟଙ୍କିଆ ନେବୁଲାଇଜର ସେବା l ଏହି ସେବାକୁ ଗରିବ ରୋଗୀଙ୍କ ପାଇଁ ଆରମ୍ଭ କରିଛନ୍ତି l ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଏହି କ୍ଲିନିକରେ ଯେ କୌଣସି ଗରିବ ରୋଗୀ ଏକ ଟଙ୍କା ଦେଇ ଏହି ପରୀକ୍ଷା କରି ପାରିବେ l ଆଜି ସ୍ଥାନୀୟ ସମାଜସେବୀଙ୍କ ଉପସ୍ଥିତିରେ ସେ ଏହି ସେବା ଆରମ୍ଭ କରିଛନ୍ତି l ପାରମ୍ପରିକ ପୂଜାର୍ଚ୍ଚନା ପରେ ଜଣେ ସାଧରଣ ଗରିବ ଶ୍ରେଣୀର ମହିଳାଙ୍କ ଦ୍ବାରା ଫିତା କାଟି ଏକ ଟଙ୍କିଆ ଇସିଜି ସେବାର ଶୁଭାରମ୍ଭ କରିଛନ୍ତି l

ଏନେଇ ଡାକ୍ତର ଶଙ୍କର ରାମଚନ୍ଦାନୀ କହିଛନ୍ତି ‘‘ ମୋ ବାପା ମାଙ୍କ ସ୍ବପ୍ନ ଥିଲା ମୁଁ ଗରିବ ଲୋକଙ୍କ ସେବା କରେ । ତାଙ୍କ ଇଛା ଥିଲା ଏକ ଟଙ୍କିକିଆ କ୍ଲିନକ ମଧ୍ୟ । ତାଙ୍କ ସ୍ବପ୍ନ ସାକାର ପାଇଁ ଏକ ଟଙ୍କିଆ କ୍ଲିନିକ, ଏକ ଟଙ୍କିଆ ମେଡ଼ିସିନ ସେବା, ଏକ ଟଙ୍କିଆ ରହଣି ବ୍ୟବସ୍ଥା କରିଛି । ଏହା ପରେ ଆଜି ଏକ ଟଙ୍କିକିଆ ଇସିଜି ଓ ନେବୁଲାଇଜର ଆରମ୍ଭ କରିଛୁ । ଏହା ନିଶ୍ଚିତ ଭାବେ ଗରିବ ଲୋକଙ୍କ ପାଇଁ ସହାୟକ ହେବ । ମୁଁ ଜାଣିଛି ଗରିବ ଲୋକ ମାନେ କେତେ କଷ୍ଟରେ ଥାଆନ୍ତି । ତାଙ୍କର ସେହି କଷ୍ଟ କିଛି ମାତ୍ରାରେ ଲାଘବ କରିବାକୁ ଏହି ଉଦ୍ୟମ । କୌଣସି ଗରିବ ରୋଗୀ ବାହାରେ ଇସିଜି କଲେ ଅତିକମରେ 500 ନେବୁଲାଇଜର କଲେ 200 ରୁ 300 ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି କ୍ଲିନିକରେ କିନ୍ତୁ ଏକ ଟଙ୍କାରେ ଗରିବ ରୋଗୀ ଏହି ସୁବିଧା ପାଇବେ । ଏକ ଟଙ୍କାରେ ଇସିଜି ହେବା ବୋଧହୁଏ ଦେଶରେ ପ୍ରଥମ । ସମସ୍ତଙ୍କ ସହଯୋଗ ବାପା ମାଙ୍କ ସ୍ବପ୍ନ ଭଗବାନଙ୍କ ଆଶୀର୍ବାଦରୁ ଆଜି ଏହା ସମ୍ଭବ ହୋଇପାରିଛି । ମୁଁ ସମାଜରୁ ଅନେକ କିଛି ପାଇଛି । ଏବେ ସମାଜ ପାଇଁ କିଛି କରିବାକୁ ସୁଯୋଗ ମିଳିଛି । ଏଥିପାଇଁ ବିଳାସମୟ ଜୀବନ ବିତାଇବା ଅପେକ୍ଷା ନିଜସ୍ବ ଅର୍ଥରୁ ସମାଜ ପାଇଁ ତଥା ଗରିବ ଲୋକଙ୍କ ଯଥା ସମ୍ଭବ ମୁଁ ସାହାଯ୍ୟ କରିବି। ’’

ଅଧିକ ପଢନ୍ତୁ- ପୁଣି ଚର୍ଚ୍ଚାରେ ଟଙ୍କିକିଆ ଡାକ୍ତର, ବୃଦ୍ଧାଶ୍ରମ ପାଇଁ ଦାନ କରିବେ 5 ଡିସିମିଲ ଜମି

ସେହିପରି ଡାକ୍ତର ଶଙ୍କର ରାମଚନ୍ଦାନୀ କହିଛନ୍ତି ଏହି ସେବା ହୃଦ ରୋଗୀ ଓ ଶ୍ବାସ ରୋଗୀଙ୍କ ରୋଗ ନିରୂପଣ କ୍ଷେତ୍ରରେ ସହାୟକ ହେବ l ଏହି ସେବା କୌଣସି ସରକାରୀ ହସ୍ପିଟାଲର ଲମ୍ବା ଧାଡି ତଥା ପ୍ରାଇଭେଟ କ୍ଲିନିକର ଆର୍ଥିକ ଶୋଷଣରୁ ଗରିବ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ବଞ୍ଚାଇବ ବୋଲି ଆଶା l ଏହି ସବୁ ପରୀକ୍ଷା ବାହାରେ କଲେ ଗୋଟିଏ ରୋଗୀକୁ ପ୍ରାୟ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଯାହା ଏଠାରେ ମାଗଣାରେ ହୋଇପାରିବ l ଏହି କାର୍ଯ୍ୟରେ ତାଙ୍କୁ କେତେକ ସମାଜସେବୀ ତଥା ଉତ୍ସାହି ଯୁବ ଡାକ୍ତର ସହାୟତା କରୁଛନ୍ତି l

ଡାକ୍ତର ଶଙ୍କର ରାମଚନ୍ଦାନୀ ସାରା ପଶ୍ଚିମ ଓଡିଶାରେ ଘରେ ଘରେ ପରିଚିତ । ଚିହ୍ନା ଅଚିହ୍ନା ପରିଚିଚ ଅପରିଚିତ କେହିବି ତାଙ୍କ ପାଖକୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ ପାଇଁ ଗଲେ ସେ ରୋଗୀଙ୍କୁ ସେବା ଯୋଗାଇ ଦେଇଥାନ୍ତି । ଏହାସହ ଅନେକ ଗରିବ, ଅସହାୟ, କୁଷ୍ଠରୋଗୀଙ୍କୁ ମଧ୍ୟ ସହାୟତା କରିଆସୁଛନ୍ତି । ଖାଲି ଏତିକି ନୁହେଁ ବୁର୍ଲା ଭିମସାରରେ ପାଠ ପଢୁଥିବା ସମୟରେ ମଧ୍ୟ କନିଷ୍ଠ ଡାକ୍ତର ସଙ୍ଘ(ଜେଡିଏ)ର ନେତୃତ୍ବ ନେଇ ବୁର୍ଲା ମେଡିକାଲ ଭିତ୍ତିଭୂମି ସୁଧାରିବା ପାଇଁ ଉଦ୍ୟମ କରିଥିଲେ । ଏଥିପାଇଁ ଅନେକ ଆନ୍ଦୋଳନ ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟଯେ ପୂର୍ବରୁ ଡାକ୍ତର ଶଙ୍କର ରାମଚନ୍ଦାନୀ ଏକ ଟଙ୍କିଆ କ୍ଲିନିକ, ଏକ ଟଙ୍କିଆ ମେଡିସିନ ସେବା ଓ ଏକ ଟଙ୍କିଆ ରୋଗୀଙ୍କ ରାତ୍ର ରହଣୀ ସେବା ଆରମ୍ଭ କରି ସାରିଛନ୍ତି l ବର୍ତ୍ତମାନ ସୁଦ୍ଧା ସେ 50 ହଜାର ରୋଗୀଙ୍କୁ ସେବା ଦେଇସାରିଛନ୍ତି। ଏକ ଟଙ୍କିଆ ଇସିଜି ଓ ନେବୁଲାଇଜର ସେବା ଆରମ୍ଭ ହେବା ପରେ ରୋଗୀ ଓ ସାଧାରଣ ଲୋକମାନେ ବେଶ ଖୁସି ପ୍ରକଟ କରିଛନ୍ତି l ବୁର୍ଲା ଭୀମସାର ମେଡିକାଲକୁ ଆସୁଥିବା ଗରିବ ରୋଗୀ ତଥା ଅନ୍ୟ ରୋଗୀ ମାନଙ୍କ ପାଇଁ ଏହି ‘ଏକ ଟଙ୍କିଆ ଇସିଜି ଓ ନେବୁଲଇଜର ସେବା ' ନିଶ୍ଚିତ ଭାବେ ବରଦାନ ସାବ୍ୟସ୍ତ ହେବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.