ETV Bharat / state

ଅଂଶୁଘାତରେ ରାଜ୍ୟରେ ପ୍ରଥମ ମୃତ୍ୟୁ, ୭୧ ଜଣ ଆକ୍ରାନ୍ତ - One Sunstroke Death - ONE SUNSTROKE DEATH

First Sunstroke Death: ଅଂଶୁଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଜନସ୍ବାସ୍ଥ୍ୟ ବିଭାଗ । ଅଂଶୁଘାତରେ ୭୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଜଣ ରହିଛନ୍ତି । ଅଧିକ ପଢନ୍ତୁ

Sunstroke Death
Sunstroke Death
author img

By ETV Bharat Odisha Team

Published : Apr 19, 2024, 5:01 PM IST

Updated : Apr 19, 2024, 7:21 PM IST

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଘାରିଲାଣି ଅଂଶୁଘାତ ଭୟ । ଅଂଶୁଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକ ଜଣକ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ ବୋଲି ଜଣାପଡ଼ିଛି । ଆକ୍ରାନ୍ତ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଓ ହିଟ୍ ରିଲେଟେଡ ଇଲନେସରେ ୭୧ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୟୂରଭଞ୍ଜରୁ ୭, ଅନୁଗୋଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ଚିକିତ୍ସିତ ହୋଇଛନ୍ତି ।"

ଅଂଶୁଘାତ ପାଇଁ ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ କୁହାଯାଇଛି । ଏନେଇ ଜିଲ୍ଲା ହସ୍ପିଟାଲ, CHC, PHC ଗୁଡିକରେ ବେଡ୍ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ୍ କ୍ରାମ୍ପସ, ହିଟ୍ ଷ୍ଟ୍ରୋକସର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ଅଛନ୍ତି ହସ୍ପିଟାଲ । ଅଂଶୁଘାତ ହେଲେ ଜିଭ ଶୁଖିଯିବା, ବାନ୍ତି ଲାଗିବା, ବ୍ଲଡ ପ୍ରେସର କମିବା, ଦେହ ହାତ ଘୋଳା ବିନ୍ଧା ହେବା, ଗମଗମ ଝାଳ ବୋହିବା ଭଳି ଲକ୍ଷଣ ଦେଖାଦେବ । ଅଂଶୁଘାତ ଚିକିତ୍ସା ପାଇଁ ନିକଟରେ ୩ ଦିନ ଧରି ଶିଶୁରୋଗ ଓ ମେଡିସିନ ବିଭାଗ ଡାକ୍ତରମାନଙ୍କୁ ଟ୍ରେନିଂ ଦିଆଯାଇଛି ।

ଏହା ବି ପଢନ୍ତୁ...ବୌଦ୍ଧରେ ବଢୁଛି ଗ୍ରୀଷ୍ମପ୍ରବାହ; ଝାଞ୍ଜିପବନ ସହ ଗୁଳୁଗୁଳି, ସନ୍ତୁଳି ହେଲେଣି ଜିଲ୍ଲାବାସୀ - HeatWave In Boudh

ଅଂଶୁଘାତ ମୃତ୍ୟୁ ହେଲେ ଇନକ୍ୱାରୀ ପାଇଁ ଜିଲ୍ଲା ସ୍ତରରେ ଟିମ୍ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ସୂଚନା ଅନୁଯାୟୀ, ପ୍ରବଳ ଖରା ଓ ହିଟ୍ ୱେବ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲା ହସ୍ପିଟାଲରେ ୬ଟି ବେଡ୍, ସିଏଚସିରେ ୨ ଟି ଓ ପିଏଚସିରେ ଗୋଟିଏ ଲେଖାଏଁ ବେଡ୍ ମହଜୁଦ ରହିଛି । ଡାକ୍ତରମାନେ ୨୪ ଘଣ୍ଟା କିଭଳି ରୋଟେସନରେ ଡ୍ୟୁଟି କରିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଡାକ୍ତରମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ପ୍ରତିଦିନ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତଗତ କରାଯାଉଥିବା ନେଇ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 19, 2024, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.