ETV Bharat / state

ନବରଙ୍ଗପୁରରେ ମାଓ ଅପରେସନ, ଜଣେ ନକ୍ସଲ ନିହତ - Mao Operation - MAO OPERATION

Mao Operation: ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ନକ୍ସଲ ଥିବା ଖବର ପାଇ ଅପରସେନ ଆରମ୍ଭ କରିଥିଲେ ଓଡି଼ଶା ପୋଲିସ । ଏସଓଜି ଟିମ ସଦସ୍ୟ ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ କରିଥିଲେ । ତା'ପରେ କ'ଣ ହେଲା ଜାଣନ୍ତୁ

Mao Operation
Mao Operation (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 8:50 PM IST

Mao Operation (ETV Bharat Odisha)

ନବରଙ୍ଗପୁର/ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଓଡି଼ଶା ପୋଲିସକୁ ସଫଳତା । ଓଡିଶା ସୀମାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ଘଟିଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଡିଆଇଜି ଚରଣ ସିଂ ମିନା । ଡିଆଇଜିଙ୍କ ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ନକ୍ସଲ ରହିଥିବା ଗୁଇନ୍ଦା ସୂତ୍ରରୁ ଖବର ପରେ ତତ୍ପର ହୋଇଥିଲେ ଓଡି଼ଶା ପୋଲିସ । ନକ୍ସଲ ବିରୋଧୀ ସ୍ୱତନ୍ତ୍ର ଦୁଇ ଏସଓଜି ଟିମ ଘଞ୍ଚ ଜଙ୍ଗଲ ମଧ୍ୟରେ ଅପରେସନ କରିଥିଲେ । ଏସଓଜି ଟିମ ସଦସ୍ୟ ନକ୍ସଲଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ କରିଥିଲେ । ହେଲେ ନକ୍ସଲମାନେ ଏସଓଜି ଉପରକୁ ଗୁଳିମାଡ଼ କରିଥିଲେ । ଏସଓଜି ଯବାନମାନେ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା କରିଥିଲେ । କିଛି ସମୟ ଉଭୟଙ୍କ ମଧ୍ୟରେ ଗୁଳି ଚାଳନା ପରେ ଘଞ୍ଚ ଜଙ୍ଗଲରେ ନକ୍ସଲ ମାନେ ଲୁଚି ଯାଇଥିଲେ । ଗୁଳି ବିନିମୟ ଫଳରେ ପରେ ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନେକ ନକ୍ସଲ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ଡିଆଇଜି ସୂଚନା ଦେଇଛନ୍ତି ।

Mao Operation
Mao Operation (ETV Bharat Odisha)

ଏସଓଜି ଟିମ୍ ଉଦ୍ଧାର କରିଥିବା ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ରାଇଫଲ, ଗୋଟିଏ ଦେଶୀ ପିସ୍ତଲ, ଆଇଡି ଟିଫିନ ବୋମା ୬ ଟି , ଜୀବନ୍ତ ଗୁଳି ୪ଟି, ବିଦ୍ୟୁତ ତାର ଗୋଟିଏ ବଣ୍ଡଲ, ବ୍ୟାଟେରୀ ୧୦ଟି, ମାଓ ୟୁନିଫର୍ମ ଗୋଟିଏ, ମାଓ ପୁସ୍ତିକା ଓ ମାରଣାସ୍ତ୍ର । ଏହାସହିତ ସେମାନଙ୍କଠାରୁ ଦୈନିକ ବ୍ୟବହାର ଉପଯୋଗୀ ଜିନିଷ ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଅପରସେନବେଳେ ଅନେକ ମାଓବାଦୀ ଆହତ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଛି । ନିହତ ମାଓବାଦୀ ଜଣକ କେଉଁ କ୍ୟାଡରର ସେନେଇ ପୋଲିସ ଖୋଳତାଡ କରୁଥିବା ନେଇ ସୂଚନା ଦେଇଛନ୍ତି । ଏନେଇ ଗୁଇନ୍ଦା ଏଡିଜି ଓ ଅପରେସନ ଆଇଜି ବିଭିନ୍ନ ଇଣ୍ଟେଲିଜେନସ ଆଧାରରେ ନକ୍ସଲ ଗତିବିଧି ଉପରେ ନଜର ରଖିଛନ୍ତି । କେନ୍ଦ୍ରୀୟ ଫୋର୍ସ ସହ ମଧ୍ୟ ରାଜ୍ୟର ଡିଭିଏଫ ଓ ଏସଓଜି ଆଲର୍ଟ ଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ।

ଏହା ବି ପଢନ୍ତୁ...ଦୁର୍ବଳ ହେଉଛି ମାଓ ସଙ୍ଗଠନ ! ବୌଦ୍ଧରେ ଏକକାଳୀନ ୯ ମାଓବାଦୀଙ୍କ ଆତ୍ମସମର୍ପଣ - MAOISTS SURRENDERED

ପ୍ରଥମ ପର୍ଯ୍ୟାୟରେ ଯେଉଁ ଜିଲ୍ଲାମାନଙ୍କରେ ନିର୍ବାଚନ ରହିଛି ସେଗୁଡିକ ପଡୋଶୀ ରାଜ୍ୟ ସୀମାନ୍ତ ଝାଡଖଣ୍ଡ ଓ ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତୀ ଜିଲ୍ଲା ରହିଛି । ତେଣୁ ମାଓ‌ବାଦୀ କାର୍ଯ୍ୟକଳାପ ବଢିବା ଆଶଙ୍କାକୁ ନଜରରେ ରଖି ଆଣ୍ଟି ନକ୍ସଲ ଇଣ୍ଟେଲିଜେନସ ଅପରେସନ ଚାଲିଥିବା ସୂଚନା ଦେଇଛି ପୋଲିସ । ସୀମାନ୍ତ ଅଞ୍ଚଳରେ ଗତ କିଛି ଦିନ ହେଲା ଲଗାତାର ଅପରେସନ ମଧ୍ୟ ଜାରି ରହିଛି । ବିଶେଷ କରି ନବରଙ୍ଗପୁର , ନୂଆପଡ଼ା, କୋରାପୁଟ, ମାଲକାନଗିରିରେ ନକ୍ସଲ ବିରୋଧୀ ଅପରେସନ ଜାରି ରହିଛି ।

ଇଟିଭି ଭାରତ, ନବରଙ୍ଗପୁର/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.