ETV Bharat / state

ପୁରୀରେ ବୋମାମାଡ ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

author img

By ETV Bharat Odisha Team

Published : Mar 16, 2024, 7:29 PM IST

One Arrested in Bomb Hurled case: ଗିରଫ ହେଲେ ପୁରୀରେ ବୋମାମାଡ ଘଟଣାର ଅଭିଯୁକ୍ତ । ସାମାନ୍ୟ ବଚସାକୁ ନେଇ ଏହି ବୋମାମାଡ଼ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ,

ପୁରୀରେ ବୋମାମାଡ ଘଟଣା
ପୁରୀରେ ବୋମାମାଡ ଘଟଣା
ପୁରୀରେ ବୋମାମାଡ ଘଟଣା

ପୁରୀ: ଗିରଫ ହେଲେ ପୁରୀରେ ବୋମାମାଡ ଘଟଣାର ଅଭିଯୁକ୍ତ । ସାମାନ୍ୟ ବଚସାକୁ ନେଇ ଏହି ବୋମାମାଡ଼ ହୋଇଥିବା ସୂଚନା। ବକେୟା ଟଙ୍କା ନେଣଦେଣକୁ ନେଇ ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ଭୁଦାନ ଛକରେ ଥିବା ଏକ ବାଇକ ଓ୍ବାର୍କସପ୍ ଉପରେ ଗତକାଲି (ଶୁକ୍ରବାର) ରାତି 9 ଟାରେ ବୋମାମାଡ଼ ହୋଇଥିଲା। ତେବେ ଏହି ବୋମାମାଡରେ ଓ୍ବାର୍କସପ୍ରେ କାର୍ଯ୍ୟ କରୁଥିବା ଦୁଇଜଣ କର୍ମଚାରୀ ଗୁରୁତର ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆଜି ପୁରୀ ପୋଲିସ ଅଭିଯୁକ୍ତ ହରିଚନ୍ଦନ ଦାସଙ୍କୁ ଗିରଫ କରିଛି ।

ପୋଲିସର ସୂଚନା ଅନୁସାରେ ଭୁଦାନ ଛକରେ ସୁବ୍ରତ କୁମାର ଦିକ୍ଷୀତ ନାମକ ଜଣେ ବ୍ୟକ୍ତି ବାଇକ ଓ୍ବାର୍କସପ୍ କରିଥିଲେ । ବୋମାମାଡ କରିଥିବା ଅଭିଯୁକ୍ତ ହରିଚନ୍ଦନ ଦାସ ବାଇକ୍ ସଜାଡ଼ିବା ପାଇଁ ସେଠାକୁ କିଛିଦିନ ତଳେ ଆସିଥିଲା। ତେବେ ବାଇକ୍ ସଜାଡିବା ଅର୍ଥ ଦୋକାନରେ ନଦେଇ ବାକି ରଖିଥିଲେ। ଏନେଇ ସୁବ୍ରତ ଅଭିଯୁକ୍ତ ହରିଚନ୍ଦନକୁ ବକେୟା ଟଙ୍କା ମାଗିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ଦୋକାନ ଉପରକୁ ଦୁଇଟି ବୋମାମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ବୋମା ବିସ୍ଫୋରଣରେ ବାଇକ୍ ସଜାଡୁ ଥିବା ଦୁଇଜଣ କର୍ମଚାରୀ ଗୁରୁତର ହୋଇଥିଲେ । ତେବେ ମେରାଇନ୍ ଥାନା ପୋଲିସ ପାଖରେ ଏହି ଖବର ପହଞ୍ଚିବା ପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ସେପଟେ ଏହି ବୋମାମାଡ଼ ଘଟଣା ପରେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ସହରର ବୁଦ୍ଧିଜୀବୀ । ଛୋଟମୋଟ ଗଣ୍ଡଗୋଳ ଘଟଣାକୁ ନେଇ ଯେଭଳି ଅପରାଧିମାନେ ଖୁଲମଖୁଲା ବୋମାମାଡ, ଗୁଳିକାଣ୍ଡ କରୁଛନ୍ତି ତା'କୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।

ଏହା ମଧ୍ୟ ପଢ଼ନ୍ତୁ.... ବାଇକ ଦୋକାନ ଉପରେ ବୋମାମାଡ, 2 ଆହତ

ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିଭିନ୍ନ ଅପରାଧିମାନଙ୍କୁ ପୋଲିସ ଦୃଢ଼ ହସ୍ତରେ ଦମନ ନକଲେ ଆଗାମୀ ଦିନରେ ଆଇନଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିବ ବୋଲି ବୁଦ୍ଧିଜୀବୀ ଆଶଙ୍କା ପ୍ରକାଶ କରିଛନ୍ତି। ଏଣୁ ପୁରୀ ପୋଲିସ ଅପରାଧିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି ହୋଇଛି। ସେପଟେ ଭୁଦାନ ଛକରେ ବୋମାମାଡ ଘଟଣା ପରେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି। ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ହରିଚନ୍ଦନ ଦାସକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟଜଣେ ସହଯୋଗୀକୁ ପୋଲିସ ଧରିବା ପାଇଁ ଚେଷ୍ଟା କରୁଛି ବୋଲି ଏସଡିପିଓ କହିଛନ୍ତି । ତେବେ ଗିରଫ ଅଭିଯୁକ୍ତ ଠାରୁ ଗୋଟିଏ ଅଫୁଟା ଟିଫିନ୍ ବୋମା ସହ ବାଇକ୍ ଜବତ କରିଛି ପୋଲିସ। ଗତ କିଛି ମାସ ହେବ ଅପରାଧିଙ୍କ ବିରୋଧରେ ପୁରୀ ପୋଲିସ କଠୋର ପଦକ୍ଷେପ ନେଇଥିବାରୁ ଅନେକ ପରିମାଣରେ ଅପରାଧ ନିୟନ୍ତ୍ରଣକୁ ଆସିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଅପରାଧିମାନେ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଥିବାରୁ ପୋଲିସ ଅପରାଧିଙ୍କ ବିରୋଧରେ ଆହୁରି କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.