ETV Bharat / state

ସୁଟିଂ ସାରି ଫେରିବା ବାଟରେ ଛକିଥିଲା ଯମ ! ଜଣେ କଳାକାର ମୃତ, ୫ ଆହତ - One Actor Death In Road Accident

author img

By ETV Bharat Odisha Team

Published : Jun 19, 2024, 1:58 PM IST

Road Accident In Cuttack: କଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଡ଼ିଆ ଟିଭି ସିରିଏଲ କଳାକାରଙ୍କ କାରକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ । ଫଳରେ ଜଣେ ମହିଳା ସାଥି କଳାକାରଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ,

ସୁଟିଂ ସାରି ଫେରିବାବେଳେ ବାଟରେ ଛକିଥିଲା ଯମ ! ଜଣେ କଳାକାର ମୃତ, ୫ ଆହତ
ସୁଟିଂ ସାରି ଫେରିବାବେଳେ ବାଟରେ ଛକିଥିଲା ଯମ ! ଜଣେ କଳାକାର ମୃତ, ୫ ଆହତ (ETV Bharat Odisha)

କଟକ: କୁଆଖାଇ ନଦୀ ପୋଲ ଉପରେ ବଡ଼ ଧରଣର ଦୁର୍ଘଟଣା । ଟିଭି ସିରିଏଲ କଳାକାର ଟିମର କାରକୁ ଧକ୍କା ଦେଲା ସିମେଣ୍ଟ ବୋଝେଇ ଟ୍ରକ । ଧକ୍କା ଦେବା ପରେ ନଦୀକୁ ଖସିଲା ଟ୍ରକ । କାଜିପାଟଣା ନିକଟରେ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଛି । ଏଥିସହ ୫ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଦୁର୍ଘଟଣାଟି ଗତକାଲି ବିଳମ୍ୱିତ ରାତିରେ କାଜିପାଟଣା ନିକଟ କୁଆଖାଇ ବ୍ରିଜ୍‌ ଉପରେ ଘଟିଛି । ଦୁର୍ଘଟଣାଗ୍ରସ୍ତ କାରରେ ଥିଲେ ଏକ ଟିଭି ସିରିଏଲ କଳାକାର ଟିମ । ସୁଟିଂ ସାରି ଏକ କାରରେ କଟକ ବାଲିକୁଦାରୁ ବାରଙ୍ଗ ରାସ୍ତା ଦେଇ ଫେରୁଥିବା ବେଳେ କାଜିପାଟଣା ନିକଟରେ କୁଆଖାଇ ବ୍ରିଜ ଉପରେ କାରକୁ ପିଟିଥିଲା ସିମେଣ୍ଟ ବୋଝେଇ ଟ୍ରକ । କାରକୁ ଧକ୍କା ଦେବା ପରେ ଟ୍ରକଟି ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ତେବେ ଏଥିରେ ଜଣେ କଳାକାରଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ କଳାକାର ଟିମ ସଦସ୍ୟ ହୋଇଥିବା ବେଳେ ଅନ୍ୟ ତିନି ମହିଳା କଳାକାର ଆହତ ହୋଇଛନ୍ତି । ଏହି ସମସ୍ତ କଳକାର ଏକ ଓଡ଼ିଆ ସିରିଏଲରେ କାମ କରୁଥିବା ଜଣାପଡିଛି । ମୃତ କଳାକାରଙ୍କ ପରିଚୟ ଜଣାପଡିନାହିଁ ।

ଏହା ଦେଖି ପାଖରେ ଥିବା ଲୋକେ ପୋଲିସ ଏବଂ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । ଯାହାର ଖବର ପାଇ ବାରଙ୍ଗ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ଆହତଙ୍କୁ ଉଦ୍ଧାର କରିଥିଲେ । କାରର ଡୋର କାଟି ଆହତଙ୍କୁ ଉଦ୍ଧାର କରିବା ସହ ଟ୍ରକ ଚାଳକଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା । କଳକାର ସମେତ ଡ୍ରାଇଭର ମଧ୍ୟ ଆହତ ଥିବାବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିଲ ହେଁ ପ୍ରାଥମିକ ତଦନ୍ତରୁ ଏହା ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି । ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ଛାଉଣିରେ ବାଲେଶ୍ବର: ମଧ୍ୟରାତ୍ର ଯାଏଁ କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.