ଭୁବନେଶ୍ବର: ବସ୍ତି ପିଲାଙ୍କ ମସ୍ତି ପାଇଁ ଦାଉରେ ରେଳ ଯାତ୍ରୀଙ୍କ ଜୀବନ । ଚଳନ୍ତା ଟ୍ରେନକୁ ପଥର ଫିଙ୍ଗି ଜଣଙ୍କ ଜୀବନ ନେଲା ଜଣେ ଯୁବକ । ୧୪ ବର୍ଷୀୟ ରେଳ ଯାତ୍ରା କରୁଥିବା ଛୋଟ ପିଲାର ଜୀବନ ଯିବା ପରେ ଆକ୍ସନ ମୋଡ଼ରେ RPF । ଏନେଇ କଳ୍ପନା ଛକ ପାଖରେ ଥିବା ରଡ଼ ଗୋଦାମ ବସ୍ତିର ଜଣେ ଅଭିଯୁକ୍ତକୁ ଗିରଫ କରିଛି ରେଲୱେ ପୋଲିସ । ଗିରଫ ଯୁବକ ଜଣକ ହେଲେ ଲିଙ୍ଗରାଜ କହଁର ଓରଫ ଶିବା । ଘର କନ୍ଧମାଳ ଟିକାବାଲିରେ ବୋଲି ଜଣାପଡ଼ିଛି । ଲିଙ୍ଗରାଜ ଦୀର୍ଘ ଦିନ ହେବ ଭୁବନେଶ୍ବର ରଡ଼ ଗୋଦାମ ବସ୍ତିରେ ରହୁଛି । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ରେଲୱେ ପୋଲିସ ।
ପ୍ରକାଶ ଯୋଗ୍ୟ, ଗତ ମେ ୨୮ ତାରିଖ ଦିନ ମହିଶୂରରୁ ଟ୍ରେନ ଯୋଗେ ବିହାର ଫେରୁଥିଲେ ଦୁଇ ଭାଇ । ମୃତକ ପ୍ରିନ୍ସ କୁମାର ଓ ତାର ଭାଇ ମୁନ୍ନା କୁମାର । ତେବେ ଟ୍ରେନର ଗେଟ୍ ପାଖରେ ପ୍ରିନ୍ସ ଥିବାବେଳେ । ଟ୍ରେନଟି ଖୋର୍ଦ୍ଧା ରୋଡ଼ ପଟୁ ଆସି ଭୁବନେଶ୍ବର ରେଳ ଷ୍ଟେସନ ଦେଇ ବିହାର ଫେରୁଥିଲା । ଏହି ସମୟରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଟ୍ରେନଟି କଳ୍ପନା ବ୍ରିଜ ପାସ୍ କଲା ପରେ କିଛି ଯୁବକ ଟ୍ରେନ ଉପରକୁ ପଥର ଫିଙ୍ଗି ଥିଲେ । ଏପରିକି ରେଲୱେ ଟ୍ରାକ ଉପରେ ପଡ଼ିଥିବା ଗେଟିସ ଓ ସେଣ୍ଟ୍ରାଲ ପଥର ପଥରକୁ ଫିଙ୍ଗିବା ଫଳରେ ଟ୍ରେନରେ ଯାତ୍ରା କରୁଥିବା ପ୍ରିନ୍ସ ମୁଣ୍ଡରେ ବାଜିଥିଲା ।ଏହି ଘଟଣା ରେଲୱେ ପୋଲିସକୁ ନଜର ଆସିବା ପରେ ତୁରନ୍ତ ଆହାତକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ପ୍ରିନ୍ସଙ୍କ ମୃତ୍ୟୁ ହୋଇଥିଲା ।
ଏହି ଘଟଣାପରେ ଆକ୍ସନ ମୋଡକୁ ଆସିଥିଲା ଆରପିଏଫର ସ୍ପେଶାଲ ସ୍କ୍ୱାର୍ଡ । ଶେଷରେ କଳ୍ପନା ବ୍ରିଜ ପାଖାପାଖି ଥିବା କିଛି ବସ୍ତି ପିଲାଙ୍କୁ ପଚରାଉଚରା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କୁ ଧରିଥିଲା ଆରପିଏଫ । ପଥର ଫିଙ୍ଗି ଥିବା ନେଇ ସବୁ ସତ ଅଭିଯୁକ୍ତ ଲିଙ୍ଗରାଜ କହଁର ଓରଫ ଶିବା । ଆରପିଏଫ ଟିମ୍ ତାକୁ ଗାର୍ଲରି ଜିଆରପିର ଜିମା ଦେଇଥିଲେ । IPCର ୩୩୭, ୩୩୮, ୩୦୪(ଖ )ଆଧାରରେ ଗିରଫ କରିଥିଲା ।ତେବେ ଟ୍ରେନକୁ ଟେକା ଫିଙ୍ଗିବା ବା ପଥର ଫିଙ୍ଗିବା କୋୖଣସି ନୂଆ କଥା ନୁହେଁ । ଏଭଳି ଘଟଣା ଅନେକ ସମୟରେ ଦେଖିବାକୁ ମିଳୁଛି ।ଏପରି ଘଟଣା ଗତ ୬ ମାସ ମଧ୍ୟରେ ୫ରୁ ୬ଟି ଘଟିଛି କିନ୍ତୁ ପଥର ମାଡରେ କାହାର ଜୀବନ ଯାଇନଥିଲା ।
ଇଟିଭି ଭାରତ, ଭୁବନେଶ୍ବର