ETV Bharat / state

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଆଦିବାସୀ ଭାଷାରେ ମଞ୍ଚସ୍ଥ ହେଉଛି ନାଟକ

author img

By ETV Bharat Odisha Team

Published : Feb 4, 2024, 11:07 PM IST

First World Odia Language Conference: ଭୁବନେଶ୍ୱରରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ ହୋଇଛି । ଅଧିକ ପଢ଼ନ୍ତୁ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର: ରାଜଧାନୀରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ ହୋଇଛି । ଫେବୃଆରୀ ୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାନ୍ତାଳୀ, ମୁଣ୍ଡାରୀ, ଦେଶିଆ ଏବଂ ହୋ ଆଦି ଭାଷାରେ ନାଟକ ମଞ୍ଚସ୍ଥ ହେଉଛି । ଏହାକୁ ଦର୍ଶକମାନେ ବେଶ ଆଗ୍ରହର ସହିତ ଉପଭୋଗ କରୁଛନ୍ତି ।

ଆଜି (ରବିବାର) ଦିନ ଆଦିବାସୀ ମେଳାରେ ଦେଶିଆ ଭାଷାରେ ପ୍ରସ୍ତୁତ ନାଟକ ‘ଦେଖ୍ ମେଟା ତୋର୍ ଟୋକିର୍ କଟା’ ପରିବେଷଣ ହୋଇଛି । ଏଥିରେ କୋରାପୁଟ ଜିଲ୍ଲା କୁନ୍ଦୁରାର ମା’ ମାଉଲି କଳା ପରିଷଦର କଳାକାରମାନେ ଏଥିରେ ନିଛକ ଅଭିନୟ କରିଛନ୍ତି । ସୁନ୍ଦରମାଲ ବାରିକ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଷ୍ଟଝରଣର ମା' ଚିନ୍ତାମଣି ମୁଣ୍ଡାରୀ ଅପେରାର କଳାକାରଙ୍କ ପକ୍ଷରୁ ମୁଣ୍ଡାରୀ ଭାଷାରେ ‘ହେମଲ ଉମ୍ବୁଲ' ନାଟକ ପରିବେଷଣ କରାଯାଇଛି । ଏଥିରେ କାହାଣୀ ରଚନା ଓ ନିର୍ଦ୍ଦେଶନା ସହ ନିଜେ ଅଭିନୟ କରିଛନ୍ତି ଦଶରଥ ସିଂ ।

‘ଦେଖ୍ ମେଟା ତୋର୍ ଟୋକିର୍ କଟା’ ବାଲ୍ୟ ବିବାହ ସଚେତନତା ଉପରେ ଏହି ନାଟକ ଆଧାରିତ । ଏଥିରେ ଗ୍ରାମର ଶିକ୍ଷିତ ଲୋକଙ୍କ ହସ୍ତକ୍ଷେପ ଦ୍ୱାରା କିପରି ବାଲ୍ୟ ବିବାହକୁ ବନ୍ଦ କରାଗଲା । ପରବର୍ତ୍ତୀ ସମୟରେ ଉଭୟ ଝିଅ ଓ ପୁଅ ଉଚ୍ଚ ଶିକ୍ଷିତ ହୋଇ ସୁନ୍ଦର ଜୀବନ ଯାପନ କଲେ ତାହା ଏହି ନାଟକର ମୁଖ୍ୟ କାହାଣୀ ରହିଛି । ଡାହାଣୀମାନଙ୍କୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ଉପରେ ଆଧାରିତ ‘ହେମଲ ଉମ୍ବୁଲ' ନାଟକ ପ୍ରସ୍ତୁତ କରାଯାଇଛି । ଏଭଳି ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ।

ଆଦିବାସୀ ମେଳାରେ ପ୍ରଥମ ଥର ପାଇଁ ବହୁଭାଷୀ ନାଟକ ମହୋତ୍ସବ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ । ଏହା ଆଦିବାସୀ ସମ୍ପ୍ରଦାୟର କଳାକାରଙ୍କୁ ସୃଜନଶୀଳ ଚିନ୍ତାଧାରା ଗ୍ରହଣ କରିବାକୁ ଏବଂ ସେମାନଙ୍କ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ପ୍ରେରଣା ଦେବ ବୋଲି କହିଛନ୍ତି ଦଶରଥ ସିଂ । ଶନିବାର, ବହୁଭାଷୀ ନାଟକ ମହୋତ୍ସବର ପ୍ରଥମ ଦିନ ରହିଥିଲା । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖଡିଆବାସାରୁ ଆସିଥିବା ମା’ ବିରାଟପାଟ ତାୟାନ୍ ବୁର୍ ବଂଗା ମାଡ଼ିଲ ଡ୍ରାମାଟିକ୍ କ୍ଲବର ସଦସ୍ୟମାନେ ମୁଣ୍ଡାରୀ ଭାଷାରେ "ରିଲିଙ୍ଗ କେଡାମନ୍ମି ଜୀବନ ରେୟା ସେନହୋରା’ ନାଟକ ମଞ୍ଚସ୍ଥ କରିଥିଲେ ।

ନାଟକରେ ମୋବାଇଲ ଫୋନର ବହୁଳ ବ୍ୟବହାର କରି ଜଣେ ଆଦିବାସୀ ଯୁବକ କିଭଳି ନିଜର ପ୍ରେମ, ପରିବାର ଏବଂ ବୃଦ୍ଧ ପିତାମାତାଙ୍କୁ ହରାଇଛନ୍ତି ତାହା ଦେଖିବାକୁ ମିଳିଛି । ଶତ୍ରୁଘ୍ନ ସିଂହ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ସେହିପରି ସାନ୍ତାଳୀ ଭାଷାରେ "ଦିନ ଗେ ଡୁବୁଙ୍ଗ ଡୁବୁଙ୍ଗ’ ନାଟକ ପରିବେଷଣ କରାଯାଇଛି । ଆଦିବାସୀ ସମ୍ପ୍ରଦାୟରେ ଆଧୁନିକ ନୃତ୍ୟ ଏବଂ ସଙ୍ଗୀତ ଆଦି ବ୍ୟବହାର ଯୋଗୁଁ ସେମାନଙ୍କର ଜୀବନଶୈଳୀ କିପରି ପ୍ରଭାବିତ ହେଉଛି ତାହା ଏଥିରେ ପ୍ରଦର୍ଶନ କରାଯାଇଛି । ଗଙ୍ଗାଧର ହେମ୍ବ୍ରମ ଏହି ନାଟକର ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ଏହାର ଆଭିମୁଖ୍ୟ ଜାଣନ୍ତୁ

ନାଟକ ମହୋତ୍ସବର ପ୍ରଥମ ଦିନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ରୂପା ରୋଶନ ସାହୁ ଏବଂ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗ ଦେଇଛନ୍ତି । ଜନଜାତି କଳାକାରମାନଙ୍କୁ ଉତ୍ସାହିତ କରିଛନ୍ତି । ବିଭାଗୀୟ ସଚିବ କହିଛନ୍ତି ଯେ, ଆଦିବାସୀ ଭାଷାର ବିବିଧତା ଆମ ରାଜ୍ୟ ପାଇଁ ଏକ ବଡ଼ ସମ୍ପତ୍ତି । ବହୁଭାଷୀ ନାଟକ ମହୋତ୍ସବ ମଧ୍ୟ ଆମ ପ୍ରତିଭାବାନ କଳାକାରମାନଙ୍କ ପାଇଁ ଭଲ ସୃଜନଶୀଳ ପ୍ଲାଟଫର୍ମ ପାଲଟିଛି । ସୋମବାର ଆଦିବାସୀ ମେଳାର ଉଦଯାପନୀ ଉତ୍ସବ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ପଣ୍ଡିତ ଲାକୋବୋଦ୍ରା ଡ୍ରାମାଟିକ କ୍ଲବ ପକ୍ଷରୁ ‘ହୋ’ ଭାଷାରେ ନାଟକ ‘ଆଦିବାସୀ' ପରିବେଷଣ କରାଯିବ । ଏହାର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜ ଗାଇପାଇ । ଏଥିରେ ବିସ୍ଥାପିତ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଦୁର୍ଦ୍ଦଶାକୁ ନେଇ ପ୍ରସ୍ତୁତ ହୋଇଛି ବୋଲି ମ୍ୟାନେଜର ସମୟ ପୂର୍ତ୍ତି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.