ETV Bharat / state

ଜଳେଶ୍ୱରରେ ଡାକ୍ତରଙ୍କୁ ମାଡ଼ ଘଟଣା; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଓମସା - Omsa Demanded Action - OMSA DEMANDED ACTION

Omsa Demanded Action Over Doctor Attack: ଗତ ଶୁକ୍ରବାର ଅର୍ଥାତ ଏପ୍ରିଲ ୩ ତାରିଖରେ ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରରଙ୍କୁ ମାଡ଼ ଘଟଣା । ଏନେଇ ବର୍ତ୍ତମାନ ପ୍ରତିବାଦ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓମସା । ଅଧିକ ପଢନ୍ତୁ,

ଜଳେଶ୍ୱରରେ ଡାକ୍ତରଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓମସା
ଜଳେଶ୍ୱରରେ ଡାକ୍ତରଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓମସା (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 1:02 PM IST

ଜଳେଶ୍ୱରରେ ଡାକ୍ତରଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଓମସା (ETV Bharat Odisha)

ବାଲେଶ୍ୱର: ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରରଙ୍କୁ ମାଡ଼ ଘଟଣା । ଏହାକୁ ନିନ୍ଦା କରିବା କରିବା ସହ ପ୍ରତିବାଦ କରିଛି ଓମସା। ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓମସା । ଆଗାମୀ ୪୮ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସଂଘ ପକ୍ଷରୁ ଦୃଢ଼ ନିଷ୍ପତ୍ତି ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଜିଲ୍ଲା ଜଳେଶ୍ବର ଜିକେ ଭଟ୍ଟର ଡାକ୍ତରଖାନାରେ ଡାକ୍ତର ତଥା ଓମସାର ସମ୍ପାଦକ ଡା. ଦିଲ୍ଲୀପ ପାତ୍ରଙ୍କୁ ଗତ ଶୁକ୍ରବାର ଦିନ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାର ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀରେ କରିଛି ଓମସା । ଏଥିରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓମସା । ସାମ୍ବାଦିକ ସମ୍ମିଳନୀରେ ଓମସା ପକ୍ଷରୁ କୁହାଯାଇଛି, ଆକ୍ରମଣ ଘଟଣାରେ ପାଖାପାଖି ୪୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ସାମିଲ ଥିବାବେଳେ ପୋଲିସ ମାତ୍ର ୬ ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟ ଅଭିଯୁକ୍ତମାନେ ବାହାରେ ବୁଲୁଛନ୍ତି। ଫଳରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଓମସାର ରାଜ୍ୟ ଉପସଭାପତି ଡ଼ାକ୍ତର ଆଶିଷ ଦିକ୍ଷୀତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଯୁକ୍ତଙ୍କ ଏଭଳି କାଣ୍ଡକୁ ନିନ୍ଦା କରାଯିବା ସହିତ ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବାରୁ ପୋଲିସ ଧନ୍ୟବାଦ ଦିଆଯାଇଛି । ଏଥିସହିତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଓମସା ପୋଲିସ ପ୍ରଶାସନକୁ ଅନୁରୋଧ କରିଛି । ଯଦି ସେମାନଙ୍କୁ ପୋଲିସ ଗିରଫ ନ କରେ, ତେବେ ଓମସା ପକ୍ଷରୁ ଦୃଢ଼ ନିଷ୍ପତ୍ତି ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ପ୍ରକାଶ ଥାଉକି, ଗତ ଶୁକ୍ରବାର ଅର୍ଥାତ ଏପ୍ରିଲ ୩ ତାରିଖରେ ଜଳେଶ୍ବରର ଜି.କେ.ଭଟ୍ଟର ମେଡ଼ିକାଲରେ ନାବାଳକ ଜଣକ ବିଷ ଖାଇ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଚିକିତ୍ସାରେ ଅବହେଳା କରାଯାଇଥିବା ଦର୍ଶାଇ ପରିବାର ଲୋକଙ୍କ ସମେତ ୫୦ ଜଣରୁ ଅଧିକ ଲୋକେ ଡ଼ାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୋଲିସ ଘଟଣାରେ ୬ଜଣଙ୍କୁ ଗିରଫ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ: ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ଗରିଫ ଦାବି କଲା ଓମସା ସଂଗଠନ

ବାଲେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.