ETV Bharat / state

ଅଭିନେତାରୁ ନେତା, ହାତ ଧରିଲେ ମନୋଜ ମିଶ୍ର: କହିଲେ "ନେତା ହେବାକୁ ନୁହେଁ, ଜନସେବା ପାଇଁ ଆସିଛି"

author img

By ETV Bharat Odisha Team

Published : Feb 10, 2024, 11:49 AM IST

Updated : Feb 10, 2024, 2:16 PM IST

Manoj Mishra Joins Congress: ପିସିସି ସଭାପତି ଶରତ ପଟ୍ଟନାୟକ, ଅଜୟ କୁମାରଙ୍କ ଉପସ୍ଥିତିରେ ହାତ ଧରିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର । ଅଧିକ ପଢନ୍ତୁ

ଓଲିଉଡ ଅଭିନେତା ମନୋଜ ମିଶ୍ର
ଓଲିଉଡ ଅଭିନେତା ମନୋଜ ମିଶ୍ର
କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: ହାତ ଧରିଲେ ଅଭିନେତା ମନୋଜ ମିଶ୍ର । ଓଲିଉଡ଼ ଅଭିନେତା ମନୋଜ ମିଶ୍ର ଆଜି ଭୁବନେଶ୍ୱର ସ୍ଥିତ କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ସମୟରେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉକି, ପୂର୍ବରୁ ଓଲିଉଡକୁ ନେଇ ଦେଖାଯାଇଥିବା ବିବାଦରେ ମନୋଜଙ୍କ ସମର୍ଥନରେ ବାହାରିଥିଲେ ନରସିଂହ ମିଶ୍ର ।

କିଛି ଦିନ ତଳେ କିଛି ପ୍ରଯୋଜକଙ୍କ ଦ୍ୱାରା ଓଲିଉଡ଼ରୁ ବାସନ୍ଦ ପ୍ରସଙ୍ଗରେ ନରସିଂହ ମିଶ୍ର ମନୋଜଙ୍କୁ ସମର୍ଥନ କରିବା ସହ ତାଙ୍କ ସପକ୍ଷରେ ସ୍ୱର ଉଠାଇଥିଲେ । ଘଟଣାର କିଛି ଦିନ ପରେ ପଶ୍ଚିମ ଓଡିଶାର ଟାଣୁଆ ନେତାଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ମିଶିଛନ୍ତି । ତେବେ ଦଳର ଆଦର୍ଶକୁ ଭଲ ପାଇ ମିଶିଥିବା ବେଳେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ମନୋଜ ମିଶ୍ର ।

ଏହା ମଧ୍ୟ ପଢନ୍ତୁ: Manoj Mishra Ban: ୨ ବର୍ଷ ବ୍ୟାନ ଉପରେ ପ୍ରତିକ୍ରିୟା ରଖିଲେ ମନୋଜ ମିଶ୍ର

ନିର୍ବାଚନ ପୂର୍ବରୁ ମନୋଜଙ୍କ କଂଗ୍ରେସରେ ଯୋଗଦାନ ଓଡିଶା କଂଗ୍ରେସକୁ ନିଶ୍ଚିତ ଭାବେ ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଖଳନାୟକ ମନୋଜ ମିଶ୍ର ନିଜର ଭିନ୍ନ ଧରଣର ଅଭିନୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଗତ କିଛି ମାସ ହେବ ଓଲିଉଡ ଇଣ୍ଡଷ୍ଟ୍ରିରେ ମନୋଜଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ମନୋଜ ନିଜ ଫିଲ୍ମ ମାଇଣ୍ଡଗେମକୁ ନେଇ ବଡ଼ ସଫଳତା ଆଶାରେ ଥିଲେ । ବଲାଙ୍ଗୀରର ନିଚ୍ଛକ ଷ୍ଟୋରୀ ମାଇଣ୍ଡଗେମକୁ ନେଇ ଓଲିଉଡ଼ରେ ବିବାଦ ଦେଖା ଦେଇଥିଲା ।

କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, "ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ମୁଁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ସରକାର ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ଲୋକଙ୍କ ସ୍ୱର ଉଠାଇବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି । ଓଡ଼ିଆ ସିନେମା ପାଇଁ ମୁହଁ ଖୋଲିଲି ବୋଲି ଏବେ ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ଆସିଛି । ନିର୍ବାଚନ ଲଢିବି କି ନାହିଁ ତାହା ପରବର୍ତ୍ତୀ ସମୟରେ ଦଳ ନିଷ୍ପତ୍ତି ନେବ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିଜକୁ ଆଗକୁ ନେବା ପାଇଁ ଚେଷ୍ଟା କରିବି । "

ସେ ଆହୁରି ମଧ୍ୟ କହିଛନ୍ତି, "ଦଳରେ ସାମିଲ ହେବା ପାଇଁ କୌଣସି ଯୋଜନା ନଥିଲା । ଆଜି ମୋତେ ଫୋନ ଆସିଲା ମୁଁ ଦଳରେ ମିଶିଲି । ଭଗବାନଙ୍କର ଯେଉଁଭଳି ନିର୍ଦ୍ଦେଶ ମିଳୁଛି ମୁଁ ସେହିଭଳି କାମ କରୁଛି । 40ଟି ସିନେମା ହଲରୁ 400 ଟି ସିନେମା ହଲ ହେଇପାରିଲା ନାହିଁ । କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହିବି ଦିଗରେ କାର୍ଯ୍ୟ କଲେ ନାହିଁ । ତେଣୁ କଂଗ୍ରେସ ଦଳ ଆଗକୁ ଏହା ଉପରେ କାର୍ଯ୍ଯ କରିବ ବୋଲି ମୋର ଆଶା । ଆମର ସଂସ୍କୃତିର ପ୍ରଚାର ପ୍ରସାର କରାଯାଇ ନାହିଁ । ରାଜ୍ୟରେ କେବଳ ଭୋଟ୍ ରାଜନୀତି ଚାଲିଛି । ଯୁବପିଢ଼ି ଏହି ଭୋଟ ରାଜନୀତିରୁ ବାହାରିବା ଆବଶ୍ୟକ । ପଶ୍ଚିମ ଓଡିଶା ଲୋକ ଯଦି ଜୟ କୋଶଲ କହୁଛନ୍ତି । ଏହାର ଅର୍ଥ ଏଇଟା ନୁହେଁ କି ସିଏ ଅଲଗା ରାଜ୍ୟ କରିବେ । ତାଙ୍କର କଣ ଆବଶ୍ୟକତା ରହିଛି ତାହା ଉପରେ ମଧ୍ୟ ଆଲୋଚନା କରିବାର ଦରକାର । ଟିକେଟ ମିଳିବା ନେଇ ଆଶାବାଦୀ ନାହିଁ । ଦଳ ଯାହା ଦାୟିତ୍ୱ ଦେବ ତାହାକୁ ସୁଚାରୁ ରୂପରେ ତୁଲେଇବି । ମୁଁ ସେଵା କରିବାକୁ ରାଜନୀତିକୁ ଆସିଛି । "

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 10, 2024, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.