ETV Bharat / state

ନକଲି ଆୟୁର୍ବେଦ ଡାକ୍ତର ରୋଗୀ ଚିକିତ୍ସା ପ୍ରସଙ୍ଗ: ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ତଦନ୍ତ ରିପୋର୍ଟ ମାଗିଲେ OHRC - OHRC Seeks Report - OHRC SEEKS REPORT

OHRC Seeks Report From Health Department: ଯାଜପୁରରେ ନକଲି ଆୟୁର୍ବେଦ ଡାକ୍ତର ରୋଗୀ ଚିକିତ୍ସା କରିବା ପ୍ରସଙ୍ଗ। ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି OHRC । ପଢନ୍ତୁ ପୁରା ଖବର

OHRC Seeks Report
OHRC Seeks Report
author img

By ETV Bharat Odisha Team

Published : Mar 28, 2024, 9:48 PM IST

ଭୁବନେଶ୍ବର: ନକଲି ଆୟୁର୍ବେଦ ଡାକ୍ତର ରୋଗୀ ଚିକିତ୍ସା କରିବା ପ୍ରସଙ୍ଗ। ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ତଦନ୍ତ ରିପୋର୍ଟ ମାଗିଲେ OHRC। ରାଜ୍ୟରେ ନକଲି ଡାକ୍ତରଙ୍କ ପ୍ରାର୍ଦୃଭାବ ବଢିବାରେ ଲାଗିଛି । ଏହି ନକଲି ଡାକ୍ତରମାନେ ବର୍ଷ ବର୍ଷ ଧରି ନିର୍ଭୟରେ ରୋଗୀ ଚିକିତ୍ସା କରୁଛନ୍ତି। ଗତ ଫେବ୍ରୁଆରୀ ୨୯ ତାରିଖରେ ଯାଜପୁର ଜିଲ୍ଲାର ଅମରେନ୍ଦ୍ର ନାଥ ନାମକ ବ୍ୟକ୍ତି ନିଜକୁ ଆୟୁର୍ବେଦ ଡାକ୍ତର ପରିଚୟ ଦେଇ ରୋଗୀ ସେବା କରିଆସୁଥିଲେ। ବିନା ପଞ୍ଜିକରଣରେ ଯାଜପୁର ଜିଲ୍ଲା ଜାରକା ଏବଂ ସିଂହପୁର ଅଞ୍ଚଳରେ ନିଜେ ଏକ କ୍ଲିନିକ ଖୋଲି ହଜାର ହଜାର ରୋଗୀମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ସମ୍ପୃକ୍ତ ନକଲି ଆୟୁର୍ବେଦ ଡାକ୍ତରଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ମାନବ ଅଧିକାର କମିଶନଙ୍କ ନିକଟରେ ମାମଲା ଦାୟର କରିଥିଲେ 'ନ୍ୟାୟ ପାଇଁ ଲଢେଇ ପରିବାର'ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ।

OHRC Seeks Report
OHRC Seeks Report

ଆଜି ଏହି ସମ୍ବେଦନଶୀଳ ଘଟଣାରେ ବିଚାର କରିଛନ୍ତି ରାଜ୍ୟ ମାନବ ଅଧିକାର କମିଶନ । ସମ୍ପୃକ୍ତ ନକଲି ଆୟୁର୍ବେଦ ଡାକ୍ତର ଅମରେନ୍ଦ୍ର ନାଥଙ୍କ ବାବଦରେ ସମ୍ପୂର୍ଣ ତଦନ୍ତ ରିପୋର୍ଟ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବାରମ୍ବାର ନକଲି ଡାକ୍ତର ଧରାପଡିବା ଓ ଗିରଫ ହେବା ଭଳି ଘଟଣା ଅନେକ ସମୟରେ ନଜିରକୁ ଆସିଛି। କିଛି ମାସ ପୂର୍ବରୁ ଢେଙ୍କାନାଳ କଙ୍କଡାହାଡ଼ କେରଜୁଳି ଗାଁରୁ ଧରାପଡ଼ିଥିଲା ନକଲି ଡାକ୍ତର। ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ହେଉଛି ପଶ୍ଚିମବଙ୍ଗର ରାକେଶ ବିଶ୍ୱାସ । କଙ୍କଡାହାଡ଼ର କେରଜୁଳି ଗାଁରେ ଦୀର୍ଘବର୍ଷ ଧରି କ୍ଲିନିକ କରିଥିଲା ରାକେଶ। କୌଣସି ମେଡିକାଲ ଡିଗ୍ରୀ, କ୍ଲିନିକ ଲାଇସେନ୍ସ ନଥାଇ ନିଜକୁ ଡାକ୍ତର ବୋଲି ଦର୍ଶାଇ ସେ ଚିକିତ୍ସା କରୁଥିଲା।

ଏହା ମଧ୍ୟ ପଢନ୍ତୁ...କଟକରୁ ନକଲି ଡାକ୍ତର ଗିରଫ, ବ୍ୟାଙ୍କକୁ ଚକମା ଲୁଟିଛନ୍ତି ୬୫ ଲକ୍ଷ

ଏହି ନକଲି ଡାକ୍ତର ରାକେସ ରୋଗୀମାନଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା କରିବା ସହ ଗର୍ଭପାତ କରାଉଥିବା ଅଭିଯୋଗ ହୋଇଥିଲା। ବେଆଇନ କ୍ଲିନିକ ସମ୍ପର୍କରେ ସୂଚନା ପାଇ କଙ୍କଡାହାଡ଼ ପୋଲିସ ନକଲି ଡାକ୍ତରକୁ ଗିରଫ କରିବା ସହ କ୍ଲିନିକକୁ ସିଜ୍ ମଧ୍ୟ କରିଥିଲା। ବର୍ତ୍ତମାନ ରାଜ୍ୟରେ ଏଲୋପାଥି ଡାକ୍ତରଙ୍କ ପଞ୍ଜୀକରଣ ସମ୍ପର୍କିତ ଭେରିଫାଏଡ୍ ଡାଟାବେସ ଓଡ଼ିଶା କାଉନସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମଆର) ୱେବସାଇଟରେ ଅପଲୋଡ କରାଯିବ। ଯାହା ଦ୍ଵାରା କି ସାଧାରଣ ଲୋକ ଅନଲାଇନ ଡାଟାବେସରେ ଡାକ୍ତରଙ୍କ ପ୍ରମାଣପତ୍ର ଯାଞ୍ଚ କରି ସେମାନଙ୍କ ସତ୍ୟତା ଯାଞ୍ଚ କରିବା ସହ ଡାକ୍ତରଙ୍କ ବିଷୟରେ ଅଧିକ ସୂଚନା ପାଇପାରିବେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.