ETV Bharat / state

Rain Water On Bridge : ବର୍ଷାରେ ବେହାଲ ମାଲକାନଗିରି; ପୋଲ ଉପରେ ୨ ଫୁଟ ଉଚ୍ଚ ପାଣି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ - Heavy rain in Malkangiri

author img

By ETV Bharat Odisha Team

Published : Aug 31, 2024, 11:06 AM IST

Rain Water Flowing Over Bridge In Malkangiri: ମାଲକାନଗିରିରେ ପ୍ରବଳ ବର୍ଷା । ଲଗାଣ ବର୍ଷା ପରେ ପାଣିରେ ବୁଡିଲା ପୋଲ । ମୋଟୁ ଓ ପଡିଆକୁ ଯାତାୟତ ଠପ । ରାସ୍ତା ଉପରେ ଅଟକିଛି ଏକାଧିକ ଗାଡି । 3 ରାଜ୍ୟକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ । ଅଧିକ ପଢନ୍ତୁ

HEAVY RAIN IN MALKANGIRI
HEAVY RAIN IN MALKANGIRI (Etv Bharat)

ମାଲକାନଗିରି: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷାରେ ମାଲକାନଗିରି ସ୍ଥିତି ବେହାଲ । ବର୍ଷା ପାଣିରେ ବୁଡିଲା ପୋଲ । କାଙ୍ଗୁରୁକୁଣ୍ଡା ପୋଲ, ଏମ୍ ଭି 90 ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ଫୁଟର ପାଣି ଚାଲିବାରୁ ଯାତାୟତ ଠପ୍‌ ହୋଇଛି । 326 ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି ଆମ୍ବୁଲାନ୍ସ, ବସ୍, ଟ୍ରକ ଓ ବାଇକ । ମାଲାକାନଗିରିରୁ ମୋଟୁ, କାଲିମେଳାରୁ ମୋଟୁ, କାଲିମେଳାରୁ ପଡିଆ ଓ 3 ରାଜ୍ୟକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

HEAVY RAIN IN MALKANGIRI (Etv Bharat)

ଏହା ମଧ୍ୟ ପଢନ୍ତୁ-Heavy Rainfall: ଲଘୁଚାପ ପ୍ରଭାବରେ ନିର୍ଧୁମ ବର୍ଷିବ, ଏହି ଦିନ ଠାରୁ ହ୍ରାସ ପାଇବ ବର୍ଷା - Red Warning To several Districts

ତିନି ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ:

ଗତକାଲି (ଶୁକ୍ରବାର) ରାତିରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ହୋଇଥିଲା । ଫଳରେ 3 ପୋଲ ଉପରେ ପାଣି ଚାଲିବାରୁ ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା ଓ ଛତିଶଗଡକୁ ଯିବା ରାସ୍ତା ବନ୍ଦ ହୋଇଛି । କାଙ୍ଗୁରୁକୋଣ୍ଡା, ଏମ୍ ଭି ୯୦ ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ପାଣି ଚାଲିଥିବା ବେଳେ, ପଟେରୁ ପୋଲ ଉପରେ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି । କାଲିମେଳା ପୋଲିସ କର୍ମଚାରୀମାନେ ପୋଲ ପାରି ହେବାକୁ ଲୋକଙ୍କୁ ବାରଣ କରୁଛନ୍ତି । ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ଵରେ ନାଲିଫିତା ଟଣା ଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେଠାରେ ଅଟକି ରହିଛି ।

HEAVY RAIN IN MALKANGIRI
HEAVY RAIN IN MALKANGIRI (Etv Bharat)

ମାଲକାନଗିରିରେ ଅଟକିଛି ହାଇଦ୍ରାବାଦରୁ ଆସିଥିବା ଆମ୍ବୁଲାନ୍ସ:

HEAVY RAIN IN MALKANGIRI
HEAVY RAIN IN MALKANGIRI (Etv Bharat)

ପୋଟରୁର ଜଣେ ବାସିନ୍ଦା କହିଛନ୍ତି , ''ମୁଁ ପୋଟରୁ ଆସିଥିଲି । ବର୍ଷାରେ ପୋଲ ବୁଡିବା ପରେ ଫସିଯାଇଛି । କୌଣସି ଖାଇବାର ମଧ୍ୟ ଏଠାରେ ବ୍ୟବସ୍ଥା କରାଯାଇନାହିଁ । କାଙ୍ଗୁରୁକୁଣ୍ଡା ବ୍ରିଜ ବୁଡିଯାଇଛି । ବ୍ରିଜ କାମ ବିଳମ୍ବ ହେଉଥିବାରୁ ଯାତାୟତ ବେଳେ ଅସୁବିଧା ହେଉଛି । ବ୍ରିଜ ଉପରେ ପାଣି ଚାଲିବାକୁ ଯାତାୟତ ହୋଇପାରୁନି । ହାଇଦ୍ରାବାଦରୁ ଆସିଥିବା ଆମ୍ବୁଲାନ୍ସ ଏଠାରେ ଫସି ରହିଛି । ''

HEAVY RAIN IN MALKANGIRI
HEAVY RAIN IN MALKANGIRI (Etv Bharat)

ସଜାଗ ଜିଲ୍ଲା ପ୍ରଶାସନ:

ଗତକାଲିଠାରୁ ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଥ‌ିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ମାନେ ସଜାଗ ରହିଛନ୍ତି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତ କରି ସ୍ଥିତି ଉପରେ ନଜର ରଖୁଛନ୍ତି । କାଲିମେଳା ବିଡିଓ, ମୋଟୁ ତହସିଲଦାର ଓ କାଲିମେଳା ଥାନା ଅଧିକାରୀ ବର୍ଷା ପାଣିରେ ବୁଡିଯାଇତିବା ପୋଲ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଉଛନ୍ତି।

HEAVY RAIN IN MALKANGIRI
HEAVY RAIN IN MALKANGIRI (Etv Bharat)

ପ୍ରବଳ ବର୍ଷା ସମ୍ବାବନା:

ଆଜି(ଶନିବାର) ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ମାଲକାଲଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

HEAVY RAIN IN MALKANGIRI
HEAVY RAIN IN MALKANGIRI (Etv Bharat)

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.