ETV Bharat / state

IMD ଆକଳନ: ଆସନ୍ତା ୪୮ ଘଣ୍ଟା ଯାଏ ପ୍ରବଳ ଛେଚିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - Odisha Weather Update - ODISHA WEATHER UPDATE

IMD Weather Forecast, Heavy Rain Expected In 5 Districts: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ସହ ମୌସୁମୀ । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ପ୍ରବଳ ବର୍ଷାର ହେବ । ଅଧିକ ପଢନ୍ତୁ

ଆଜି 5 ଜିଲ୍ଲାକୁ IMDର ୟେଲୋ ୱାର୍ଣ୍ଣିଂ
ଆଜି 5 ଜିଲ୍ଲାକୁ IMDର ୟେଲୋ ୱାର୍ଣ୍ଣିଂ (ETV Bharat Odisha)
author img

By ETV Bharat Odisha Team

Published : Aug 8, 2024, 11:29 AM IST

Updated : Aug 8, 2024, 5:24 PM IST

ଭୁବନେଶ୍ୱର: ରାଜ୍ୟରେ ନିର୍ଧୁମ ଛେଚୁଛି ବର୍ଷା । ଝାଡଖଣ୍ଡ ଓ ଉତ୍ତର ଓଡ଼ିଶା ବାୟୁମଣ୍ଡଳର ଉପରି ଭାଗରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିଛି । ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ବର୍ଷାର ପରିମାଣ କମିବ । ଆଗାମୀ ୫ ଦିନଯାଏଁ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନ ଯେପରିକି ସୁନ୍ଦରଗଡ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ,ବଲାଙ୍ଗୀର ,ନୂଆପଡା, ସମ୍ବଲପୁର ,ବରଗଡ଼ ଓ ଝାରସୁଗୁଡା ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୪୮ ଘଣ୍ଟା ଯାଏ ପ୍ରବଳ ଛେଚିବ , ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (ETV Bharat Odisha)

ଆସନ୍ତାକାଲି ୫ ଜିଲ୍ଲାକୁ ୱାର୍ଣ୍ଣିଂ:

ଆସନ୍ତାକାଲି ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ କେନ୍ଦୁଝର ଭଳି ୫ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୦ ତାରିଖ ଠାରୁ ଧିରେ ଧିରେ ବର୍ଷାର ପରିମାଣ କମିବା ସହ ପୁଣି ୧୩ରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସହ ୫ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ନବରଙ୍ଗପୁରରେ ୧୩୪.୦୦ ମିମି ବର୍ଷା ରେକର୍ଡ ହୋଇଛି ।

ଆସନ୍ତା ୪୮ ଘଣ୍ଟା ଯାଏ ପ୍ରବଳ ଛେଚିବ , ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଛେଚୁଛି । ଲଗାଣ ବର୍ଷା ଯୋଗୁଁ ବୌଦ୍ଧ, ଖୋର୍ଦ୍ଧା, ନବରଙ୍ଗପୁର ଇତ୍ୟାଦି ଅନେକ ଜିଲ୍ଲାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି । କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି ତ ଆଉ କେଉଁଠି ଡାକ୍ତରଖାନାରେ ପାଣି ପଶିଲାଣି । ରାସ୍ତା ଉପରେ ପାଣି ଚାଲିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଛି ।

ଲଗାଣ ବର୍ଷାରେ ବେହାଲ ସ୍ଥିତି:

ନବରଙ୍ଗପୁର ଜିଲ୍ଲାରେ 2 ଦିନ ଲଗାଣ ବର୍ଷା ପରେ ବୁଧବାର ନବରଙ୍ଗପୁର-ଇନ୍ଦ୍ରାବତୀ ଦେଇ କହ୍ନେଇମୁଣ୍ଡା ଗ୍ରାମ ନିକଟରେ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇ ଘାଇ ସୃଷ୍ଟି ହୋଇଥିଲା । ସେହିପରି ବୌଦ୍ଧରେ ମଧ୍ୟ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳ ଓ ଚାଷ ଜମି ଜଳମଗ୍ନ ହୋଇଯାଇଛି । ମଙ୍ଗଳବାର ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିଲା । ଯାହାଫଳରେ ସେହି ରାସ୍ତାରେ ଗମନାଗମନ ଏକପ୍ରକାର ଠପ୍ ହୋଇଯାଇଥିଲା ।

ନିଅଣ୍ଟିଆ ବର୍ଷା:

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୧୪.୮ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୬୫୬.୮ ମିମି ବର୍ଷା ସ୍ୱାଭାବିକ ରହିବା କଥା । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଛି । ସେହିପରି ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବାବେଳେ ବାକି ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 8, 2024, 5:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.