ETV Bharat / state

ପୁଣି ଏକ ଘୁର୍ଣ୍ଣିବଳୟ ! ଏହି ଦିନ ଠାରୁ ବଢ଼ିବ ବର୍ଷା - Rain In Odisha

Odisha Weather Update: ବର୍ଷାର ପରିମାଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ପୁଣି ବଢ଼ିବ ବର୍ଷା । ଏହି ଦିନଠାରୁ ବର୍ଷାର ପରିବାଣ ବୃଦ୍ଧି ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଅଧିକ ପଢ଼ନ୍ତୁ

Odisha Weather Update
Odisha Weather Update (ETV Bharat Odisha)
author img

By ETV Bharat Odisha Team

Published : Aug 3, 2024, 9:04 PM IST

ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହୋଇଛି ସଦୃଶ ଲଘୁଚାପ । ଉତ୍ତର ଝାଡ଼ଖଣ୍ଡ ଓ ଏହାର ପାଖାପାଖି ଅଞ୍ଚଳରେ ସକ୍ରିୟ ରହିଥିବା ଅବପାତ ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଥିବା ବେଳେ ଆଜି ସକାଳେ ଗଭୀର ଅବପାତର ରୂପ ନେଇଛି । ପ୍ରଭାବରେ ଉତ୍ତରର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ଓଡ଼ିଶା ଠାରୁ ଯଥେଷ୍ଟ ଦୂରରେ ସକ୍ରିୟ ରହିଥିବାରୁ ଆଜିଠାରୁ ରାଜ୍ୟରେ କମିଛି ବର୍ଷାର ପରିମାଣ । ୨ ଦିନ ବିରତି ପରେ ପୁଣି ୬ ପରଠାରୁ ବଢିବ ବର୍ଷା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Odisha Weather Update (ETV Bharat Odisha)

କେବେଠୁ ବଢ଼ିବ ବର୍ଷା:

ଲଘୁଚାପ ସହ ବର୍ତ୍ତମାନ ମୌସୁମୀ ରେଖା ସକ୍ରିୟ ରହିଛି । ଫଳରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ହେବା ସହ ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ରହିବ । ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବା ସହ ୬ ତାରିଖ ଯାଏଁ କୌଣସି ସତର୍କ ସୂଚନା ନାହିଁ । ପରେ ୬ରୁ ପୁଣି ବର୍ଷା ବଢିବ । ଆଗାମୀ ୭ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟର ସମ୍ଭାବନା ଥିବା ବେଳେ ଏହାର ପ୍ରଭାବରେ ବର୍ଷାର ବିସ୍ତୃତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପରେ ଏହା ଲଘୁଚାପର ରୂପ ନେଇପାରେ ବୋଲି ମଧ୍ୟ ଆକଳନ କରିଛି ବିଭାଗ ।

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା:

୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର,ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୮ ତାରିଖରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଲଗାତାର ଲଘୁଚାପ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା - Low Pressure Area

ଏବେ ବି ନିଅଣ୍ଟିଆ ସ୍ଥିତି:
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୩୩.୦ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ପିପିଲିରେ ସର୍ବାଧିକ ୧୦୯ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.